ଦାନ୍ତ ପାଇଁ ହାତୀ ଶିକାର: ଡିଏଫ୍‌ଓ

ସମ୍ବଲପୁର,୨୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୬ଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଦନ୍ତାକୁ ଗୁଳିକରି ଶିକାର କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ବନ ବିଭାଗ ୩ ଶିକାରୀଙ୍କୁ ଅଟକ ରଖିଛି। ସେମାନଙ୍କଠାରୁ ଦେଶୀ ବନ୍ଧୁକ, ଗୁଳି, ଗୁଳି ତିଆରି ସାମଗ୍ରୀ, ଧନୁ, ତୀର, ଛୁରି, ଲୁହାଛଡ, ବିଦ୍ୟୁତ୍‌ ତାର ଜବତ ହୋଇଛି ବୋଲି ଡିଏଫ୍‌ଓ ଅଫିସରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର ସୂଚନା ଦେଇଛନ୍ତି।
ସେ କହିଥିଲେ, ହାତୀ ମୃତ୍ୟୁ ପରେ ବ୍ୟବଚ୍ଛେଦ ହୋଇଥିଲା। ଆଗ ଗୋଡ ଉପରେ ପ୍ରାୟ ୪୦ ସିଏମ୍‌ ଭିତରକୁ ଗୁଳି ରହିଥିଲା। ଗୁଳିର ଦୈର୍ଘ୍ୟ ୪ ସେମି ଓ ପ୍ରସ୍ଥ ୨ ସେମି ରହିଥିଲା। ଗୁଳି ବାଜିଥିବାରୁ ଯେତେ ଚିକିତ୍ସା ପରେ ମଧ୍ୟ ହାତୀ ଚାଲିପାରୁ ନ ଥିଲା। ଶେଷରେ ତା’ର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ବନ ବିଭାଗ ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା। ଘଟଣାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଯାଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ଚଢାଉ କରାଯାଉଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ନାମ ଓ ଠିକଣା ଗୁପ୍ତ ରଖାଯାଇଛି। ସ୍ପଷ୍ଟ ହେବା ପରେ ସୂଚନା ଦିଆଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ମେ’ ୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ୍ୟ ଜଙ୍ଗଲରେ ବନ ବିଭାଗ ଠାବ କରିବା ପରେ ଜୁନ୍‌ ୨ରୁ ଚିକିତ୍ସା ଆରମ୍ଭ ହୋଇଥିଲା। ଓୟୁଏଟି ଓ ସମ୍ବଲପୁର ବୁର୍ଲାର ଚିକିତ୍ସକ ଦଳ ଚିକିତ୍ସା କରିଥିଲେ। ଦନ୍ତା ଗୋଡରେ ଗଭୀର କ୍ଷତ ରହିଥିଲା। ତାକୁ ଟ୍ରାଙ୍କୁଲାଇଜ କରି ଇଞ୍ଜେକ୍‌ଶନ ଓ ଔଷଧ ଦିଆଯାଇଥିଲା। ଏପରିସ୍ଥଳେ ସାପଲହରା ଗ୍ରାମ ପୋଖରୀରେ ଗତ ୧୫ତାରିଖରେ ହାତୀଟି ଫସି ରହିଥିଲା। ମୃତ୍ୟୁର ୩ଦିନ ପୂର୍ବରୁ ହାତୀ ଖାଇବା ଛାଡି ଦେଇଥିଲା। କେବଳ ସାଲାଇନ ଓ ଔଷଧ ଦିଆଯାଉଥିଲା। ଏପରି କି ସାତକୋଶିଆରୁ ଡାକ୍ତର ଦଳ ଆସି ଚିକିତ୍ସା କରିଥିଲେ। ହାତୀ ମୃତ୍ୟୁ ନେଇ ବନ ବିଭାଗର ଅବହେଳାକୁ ଦାୟୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri