ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍’ ଅର୍ଥ
ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା ଅଭିଯୋଗ କରିଛନ୍ତି ା ଏଭଳିକି ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ଜିଲାପାଳଙ୍କ ନିଷ୍ପତ୍ତିରେ…
ବଢୁଛି ଶିଳ୍ପାୟନ,ଉଜୁଡୁଛି ସବୁଜିମା
ପାରାଦୀପ,୫।୬(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ଦେଇ ପ୍ରବାହିତ ମହାନଦୀ ଓ ଜଟାଧାର ନଦୀ ମଧ୍ୟସ୍ଥଳରେ ୧୯୬୨ ପୂର୍ବରୁ ଘଞ୍ଚ ଜଙ୍ଗଲ ଥିଲା। ଏଥିସହ ୫୭ଟି ନଦୀ ଯୋର ସୈରାତ ରହିଛି। ପାରାଦୀପରେ ବନ୍ଦରଭିତ୍ତିକ ଶିଳ୍ପାୟନ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଏବେ ସେହି ସୀମା…
ଗୋଚର ଜମି ଜବରଦଖଲ ଉଚ୍ଛେଦ ହୋଇପାରିଲାନି
ଝୁମ୍ପୁରୀ,୫।୬(ଡି.ଏନ୍.ଏ.): ସରକାରୀ ଗୋଚର ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରିପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ କୟଁା ପଞ୍ଚାୟତ ଦରବା ଗଁାର କେତେଜଣ ବ୍ୟକ୍ତି ଗଁାରେ ଥିବା ଏକର ଏକର ଗୋଚର…
ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା ଅଫିସ,୫।୬: କେନ୍ଦ୍ରାପଡ଼ା ଜିଲାର ଭିତରକନିକା ବିବିଧ ସମ୍ପଦରେ ଭରପୂର। ଗବେଷକ ଓ ପର୍ଯ୍ୟଟକମାନଙ୍କୁ ସବୁବେଳେ ରଙ୍ଗବେରଙ୍ଗର ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ, ଡଲ୍ଫିନ, ବଉଳା କୁମ୍ଭୀର, ଲୁଣା ଜଙ୍ଗଲ, ଔଷଧୀୟ ଗୁଳ୍ମ ଓ ସାମୁଦ୍ରିକ ପ୍ରାଣୀ ସର୍ବଦା ଆକୃଷ୍ଟ କରୁଛନ୍ତି।…
ଚାଲିଛି ମାନସମନ୍ଥନ
ବ୍ରଜରାଜନଗର,୫।୬(ଡି.ଏନ୍.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ବ୍ରଜରାଜନଗର ପୌରାଞ୍ଚଳରେ ବେଶୀ କ୍ଷତି ସହିଥିବା ଭାଜପା ଓ କଂଗ୍ରେସ ଦଳର ପୁରୁଖା କର୍ମୀମାନଙ୍କୁ…
ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ
ପଦ୍ମପୁର, ୫।୬ (ଡି.ଏନ.ଏ.): ପ୍ରେମିକଙ୍କୁ ପ୍ରତାରଣା କରି ପ୍ରେମିକା ଅନ୍ୟ ଜଣେ ଯୁବକଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ପ୍ରେମିକ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଏଣୁ ବିବାହ ପରେ ରାସ୍ତାରେ ଯାଉଥିବା…
୧୮ରୁ ଏମ୍.ଫିଲ, ପିଏଚ୍.ଡି ପ୍ରଥମ ସେମିଷ୍ଟର ପରୀକ୍ଷା
କଟକ ଅଫିସ,୫।୬- ଆସନ୍ତା ୧୮ ତାରିଖରୁ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଏମ୍.ଫିଲ ଓ ପିିଏଚ୍.ଡି ଛାତ୍ରୀଛାତ୍ରଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପାଇଁ ଆରମ୍ଭ ହୋଇଥିବା ଫର୍ମ ପୂରଣ ପ୍ରକ୍ରିୟା…
ପାଇପ୍ଲାଇନ୍ ପାଇଁ ଗଛ ବଳି
କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି। ଏହାର କୁପ୍ରଭାବ ଜିଲାବାସୀ ଭୋଗୁଛନ୍ତି। ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହ…
ପାଇଥିବା ମନିପର୍ସ ଫେରାଇଲେ
ରୂପସା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତ ବାରିଦା ଗ୍ରାମର ସହୃଦୟ ଯୁବକ ଗଦାଧର ମହତା ମାନବିକତା ଦେଖାଇଛନ୍ତି। ପାଇଥିବା ପଇସା ଭର୍ତ୍ତି ମନି ପର୍ସ ସହ ଏଟିଏମ କାର୍ଡ଼, କ୍ରେଡିଟ କାର୍ଡ଼, ଆଧାର କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ…
ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା ଲୁଟ୍ ଘଟଣାର ୧୧ଦିନ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।…
ପୋଲିସ ଆଉଟ ପୋଷ୍ଟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ହିଞ୍ଜିଳିକାଟୁ,୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ଛକରେ ଏକ ପୋଲିସ ଆଉଟପୋଷ୍ଟ ସ୍ଥାପନ ନିମନ୍ତେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସ୍ବୀକୃତି ମିଳିଛି। ଏଥି ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପତ୍ର ସଂଖ୍ୟା…
କାଳେଶ୍ୱର ପୀଠରେ ଶୀତଳଷଷ୍ଠୀ
କୋକସରା,୪ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର କାଳେଶ୍ୱର ଶୈବ ପୀଠରେ ଶନିବାର ପାରମ୍ପରିକ ରୀତିନୀତିରେ ଶୀତଳଷଷ୍ଠୀ ବା ଶିବ ବିବାହ ଉତ୍ସବ ପାଳିତ ହୋଇଛି। କାଳେଶ୍ୱର ମହାଦେବ ପୂଜକ ମଦନ ବେମାଲଙ୍କ ପୌରୋହିତ୍ୟରେ ବର ଦମ୍ପତି…

