କେନ୍ଦ୍ରାପଡ଼ାରେ ଚର୍ମରୋଗ ଭୟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟରେ ଲୋକେ ବହୁ କଷ୍ଟରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲାରେ ଚର୍ମରୋଗର ଭୟ ଦେଖା ଦେଇଛି। ଏହି କାରଣରୁ କେନ୍ଦ୍ରାପଡ଼ା ବ୍ଲକ ମାଗୁରଗଣ୍ଡ ପାଟଣା ମୁଣ୍ଡାସାହିରେ ରହୁଥିବା ୪୨ ଆଦିବାସୀ ପରିବାର ଏକ ପ୍ରକାର ସାମାଜିକ ବାସନ୍ଦରେ ଅଛନ୍ତି।
ଏ ସମ୍ପର୍କରେ ମୁଣ୍ଡାସାହିର କନକ ଗାଗରାଇ କହିଛନ୍ତି, ଏହି ଗ୍ରାମର ରବି ସିନ୍ଧୁଙ୍କ ପୁଅ ଲାଲୁ ବାଙ୍ଗାଲୋରର ଏକ ରଡ୍‌ ମିଲିଂରେ କାର୍ଯ୍ୟ କରୁଥିଲେ। ଜୁନ ୨୦ତାରିଖରେ ସେଠାରୁ ଫେରିବା ପରେ ଘରେ ପେଟ ଯନ୍ତ୍ରଣା ଦେଖା ଦେଇଥିଲା। ଏଥିସହ ଦେହରେ କାଛୁ କୁଣ୍ଡିଆ ରୋଗ ପରି ଚର୍ମରୋଗ ଦେଖାଦେଇଥିଲା। ପରିବାର ଲୋକେ ଲାଲୁଙ୍କ ଚିକିତ୍ସା ପାଇଁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କଟକ ବଡ ମେଡିକାଲକୁ ନେଇଥିଲେ। ଏହାସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା। ଲାଲୁଙ୍କ ପରିବାରରେ ମା’, ବାପା, ସ୍ତ୍ରୀ, ଭଉଣୀ ଓ ଗୋଟିଏ ଛୋଟ ଝିଅ ଅଛନ୍ତି। ଏହି ସଦସ୍ୟଙ୍କ ଦେହରେ ବଡବଡ ବ୍ରଣ ଭଳି ଚର୍ମରୋଗ ଦେଖାଦେଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ମୁଣ୍ଡାସାହିରେ ଚର୍ମରୋଗକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି। ଗ୍ରାମର ସୁରେଶ ହେମ୍ବ୍ରମ କହିଛନ୍ତି, ଚର୍ମରୋଗକୁ ଗଁାର କେତେଜଣ ଲୋକ ମଙ୍କିପକ୍ସ ବୋଲି କହି ଭୟଭୀତ କରାଉଛନ୍ତି। ଏହା ମୁଣ୍ଡାସାହିର ୪୨ ଆଦିବାସୀ ପରିବାରଙ୍କ ପାଇଁ ବିପଦ ସାଜିଛି। ଆଖପାଖରେ କେହି କାମ ଦେବାକୁ ଅମଙ୍ଗ ହେଉଛନ୍ତି। ରାସ୍ତାରେ ଗଲେ ମଧ୍ୟ ଚିହ୍ନା ଲୋକ ଆଡେଇ ଯାଉଛନ୍ତି। ମଜୁରି ନ ମିଳିବା ସହ ଏବେ ସ୍ଥାନୀୟ ଅଞ୍ଚଳରୁ ରାଶନ, ପାଣି ଆଣିବା ବନ୍ଦ ହୋଇଛି। ଏକ ପ୍ରକାର ଦୁର୍ବିଷହ ଜୀବନ ବିତାଉଥିବା ସେ ପ୍ରକାଶ କରିଛନ୍ତି। ଗ୍ରାମର ନବ ଚାତରା କହିଛନ୍ତି, ଏହି ଗ୍ରାମରେ ୩୦୦ରୁ ୪୦୦ ଲୋକ ରହୁଛନ୍ତି। ଗୋଟିଏ ନଳକୂପକୁ ସମସ୍ତେ ବ୍ୟବହାର କରନ୍ତି। ବିବାହଠାରୁ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଏଠାରେ ଥିବା କେନାଲକୁ ବ୍ୟବହାର କରାଯାଉଛି। ତେବେ କେଉଁ କାରଣ ଯୋଗୁ ଏହି ଚର୍ମରୋଗ ହେଉଛି, ତାହା ଜଣାପଡୁନାହିଁ। ଏହି ଗ୍ରାମର ଛାତ୍ରୀଛାତ୍ର କହିଛନ୍ତି, ରୋଗକୁ ନେଇ ପ୍ରଚାର ହେବା ପରେ ସ୍କୁଲ ଯିବା ବନ୍ଦ ହୋଇଛି। ସ୍କୁଲର ଶିକ୍ଷକମାନେ ରୋଗ ଭଲ ହେବା ପରେ ଆସିବାକୁ କହୁଛନ୍ତି। ସ୍କୁଲରେ ମୁଣ୍ଡାସାହିର ୨୦ରୁ ଅଧିକ ଶିକ୍ଷାର୍ଥୀ ଅଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ ଜିଲାରେ ମଙ୍କିପକ୍ସ ନେଇ କୌଣସି ଭୟର ବାତାବରଣ ନାହିଁ। ମୁଣ୍ଡାସାହିକୁ ଦୁଇଜଣିଆ ମେଡ଼ିକାଲ ଟିମ ଯାଇ ରୋଗ ସମ୍ପର୍କରେ ପରାମର୍ଶ ଦେବା ସହ ଔଷଧ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri