ଟିକା ପଞ୍ଜୀକରଣ ପାଇଁ ଫେକ୍‌ ଲିଙ୍କ୍‌

ଦତ୍ତାତ୍ରେୟ ନାୟକ
ପୁରୀ ଅଫିସ, ୨୦ା୭: ରାଜ୍ୟରେ ସମ୍ପ୍ରତି ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି। ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଆଗ୍ରହ ପ୍ରକାଶ ପାଉଛି। ଏଥିଲାଗି ଜୁଲାଇ ୧୫ରୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନରେ ନାମ ପଞ୍ଜୀକରଣ ହେଉଛି। ତେବେ ସାଇବର ଠକମାନେ ଏହାର ସୁଯୋଗ ନେଇ ପଞ୍ଜୀକରଣ ନାମରେ ମୋବାଇଲ ଫୋନକୁ ଫେକ୍‌ ଲିଙ୍କ୍‌ ପଠାଇ ଅର୍ଥ ଲୁଟିବାକୁ ଉଦ୍ୟମ କରୁଛନ୍ତି। ଏଭଳି ଠକେଇ ଉଦ୍ୟମ କରାଯାଉଥିବା ନେଇ ପୁରୀ ସହରର ଅନେକ ମୋବାଇଲ ୟୁଜର୍ସ ଅଭିଯୋଗ ଆଣିଛନ୍ତି। ନିକଟରେ ଚନ୍ଦନପୁର ଅଞ୍ଚଳର ବିଜୟ ବରାଳଙ୍କ ଆକାଉଣ୍ଟରୁ ଏଭଳି ଭାବେ ୧୬ଶହ ଟଙ୍କାର ଠକେଇ ହୋଇଥିବା ଜାଣିବାକୁ ମିଳିଛି। ଅନ୍ୟ କେତେଜଣ ୟୁଜର୍ସ ଟଙ୍କା ହରାଇ ନ ଥିଲେ ମଧ୍ୟ ସେମାନଙ୍କ ପାଖରେ ଏଭଳି ଫେକ୍‌ ଲିଙ୍କ୍‌ ପହଞ୍ଚିଥିବା କହିଛନ୍ତି। ପୁରୀର ସତ୍ୟବ୍ରତ ପରିଡ଼ା କହିଛନ୍ତି, ପ୍ରତି ସପ୍ତାହରେ ଏଭଳି ଫେକ୍‌ ଲିଙ୍କ୍‌ ମୋବାଇଲକୁ ଆସୁଛି। ଭିନ୍ନ ଭିନ୍ନ ନମ୍ବରରେ ଓ ଭିନ୍ନ ଭିନ୍ନ ନାମ ଲେଖାଯାଇ ଲିଙ୍କ୍‌ ପଠାଯାଉଛି। ଗତ ୧୬ ତାରିଖରେ ମୋ’ ପାଖରେ ଏଭଳି ଲିଙ୍କ୍‌ ପହଞ୍ଚିଥିଲା। ତେବେ ପୂର୍ବରୁ ଏ ବିଷୟରେ ଅବଗତ ଥିବାରୁ ମୁଁ ଟ୍ରାପ୍‌ରେ ଫସି ନ ଥିଲି।
କେମିତି ହେଉଛି ଠକେଇ ସାଇବର ଠକମାନେ ଏକ ଅଜଣା ନମ୍ବରରୁ ଆପଣଙ୍କ ପାଖକୁ ମେସେଜ ପଠାଇବେ। ଏହି ମେସେଜ ମାଧ୍ୟମରେ ଟିକା ପଞ୍ଜୀକରଣ ପାଇଁ ଏକ ଆପ୍ଲିକେଶନ୍‌ ଡାଉନଲୋଡ୍‌ କରିବାକୁ କୁହାଯିବ। ତେବେ ଡାଉନଲୋଡ୍‌ କରିବାକୁ ଏକ ଲିଙ୍କ୍‌ ଜଡ଼ିତ ହୋଇଥିବ। ଲିଙ୍କ୍‌ରେ କ୍ଲିକ୍‌ କଲେ ମାଇଁ ଭ୍ୟାକ୍ସିନେଶନ୍‌ ନାମକ ଆପ୍‌ ଦେଖିବାକୁ ମିଳିବ। ଲିଙ୍କ୍‌ ଉପରେ କ୍ଲିକ୍‌ କଲେ, ଭାଇରସ ସ୍ବତଃ ମୋବାଇଲ ଭିତରକୁ ଚାଲିଆସିବ। ଏହାକୁ ଟେକ୍ନିକାଲ ମାଲୱେର ବୋଲି କୁହାଯାଏ। ଏହି ମାଲୱେର ଇନ୍‌ଷ୍ଟଲ ହେବା ପରେ ଆପଣଙ୍କ ଆଣ୍ଡ୍ରଏଡ୍‌ ଏବଂ ସ୍ମାର୍ଟ ଫୋନର କିଛି ସେଟିଂ ପରିବର୍ତ୍ତନ ହେବା ସହ ଆପ୍ଲିକେଶନ୍‌ ପାଇଁ ମୋବାଇଲ ଲୋକେଶନ ଓ ତଥ୍ୟ ପାଇଁ ଆକ୍ସେସ ମିଳିଯାଏ। ଫଳରେ ହ୍ୟାକର ତଥା ସାଇବର ଠକମାନେ ମୋବାଇଲ ଫୋନ୍‌କୁ ପରିଚାଳନା କରିବାରେ ସମର୍ଥ ହୁଅନ୍ତି ଓ ତଥ୍ୟ ଦେଖିପାରନ୍ତି। ଫୋନ୍‌ରୁ ଗୋପନୀୟ ତଥ୍ୟ ହାସଲ କରି ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଲୁଟ କରିଥାନ୍ତି ବୋଲି ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri