ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ ଭୁଜାଲି ଦେଖାଇ ଘରୁ ଲୁଟିନେଇଛନ୍ତି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି…
କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
ଟିଟିଲାଗଡ଼,୫।୬(ଡି.ଏନ୍.ଏ.): ଟିଟିଲାଗଡ଼ ରେଳ ଷ୍ଟେଶନର ୫ନଂ. ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲ ଗାଡିର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର ଗୋଟିଏ ନିଆଁ ଲିଭାଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…
ଲଣ୍ଡା ଡଙ୍ଗରକୁ ସବୁଜ ଜଙ୍ଗଲରେ ପରିଣତ କଲେ ବୁଟି
ଟିକିରି,୫।୬(ଡି.ଏନ୍.ଏ.): ପ୍ରାକୃତିକ ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବାରେ ସମସ୍ତେ ବ୍ୟସ୍ତ। ଏହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବା ସହ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଛି। ଜଙ୍ଗଲର ଆବଶ୍ୟକତା ନେଇ ଅନେକ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ସଚେତନ ନ ଥିବାବେଳେ…
ଭତ୍ତା ଟଙ୍କା ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ
ବିଷମକଟକ,୫।୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପୁଣି ଭତ୍ତାକୁ ନେଇ ବିବାଦ। କେନ୍ଦ୍ର ସରକାରଙ୍କ ଡିଜିଟାଲ ବ୍ୟବସ୍ଥା ଗରିବ ଲୋକଙ୍କ ପାଇଁ ସମସ୍ୟା ହୋଇଛି। ବ୍ୟାଙ୍କ ଖାତାରେ ସିଧାସଳଖ ଭତ୍ତା ଟଙ୍କା ଜମା ହେବା ବ୍ୟବସ୍ଥା ସଫଳ ହୋଇପାରୁନି। ବାର୍ଦ୍ଧକ୍ୟ ଭତ୍ତା,…
୩୦ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା କୋଡିଂ ଶିକ୍ଷା
ନବରଙ୍ଗପୁର,୫।୬(ବି.ପ୍ର.): ନବରଙ୍ଗପୁର ଜିଲା ପ୍ରଶାସନ ସିଙ୍ଗାପୁରର କୋଡ୍ଭର୍ସିଟି.କ୍ଲବର ମିଳିତ ପ୍ରୟାସରେ ବିନା ମୂଲ୍ୟରେ ୩୦ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ଗୁଣାତ୍ମକ କୋଡିଂ ଶିକ୍ଷା। ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ତତ୍ତ୍ୱାବଧାନ ଓ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଉଦ୍ୟମରେ ‘ମିଶନ ନବରଙ୍ଗପୁର…
ଜାତୀୟ ରାଜପଥରେ ବର୍ଷେ ହେଲା ପଡିଥିବା ପଥର ହଟିଲା
ପଟ୍ଟାଙ୍ଗୀ,୫।୬(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଉପରେ ପଡି ରହିଥିବା ଏକ ବିରାଟ ପଥରକୁ ଶନିବାର ଜିଲା ପ୍ରଶାସନ ନିର୍ଦ୍ଦେଶରେ ହଟାଯାଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲାଷ୍ଟିଂ କରି ଏହାକୁ ହଟାଯାଇଛି।…
ଗୋଦାମ ତାଲା ଭାଙ୍ଗି ହିତାଧିକାରୀଙ୍କୁ ଚାଉଳ ଦେଲା ପ୍ରଶାସନ
ଦଶମନ୍ତପୁର, ୫।୬ ( ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତରେ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ପକ୍ଷରୁ ଗୋଦାମ ଗୃହରେ ପକାଯାଇଥିବା ତାଲାକୁ ଶନିବାର ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଏହି ଏସ୍ଏଚ୍ଜି ମହିଳାମାନେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ…
ନିଜ ଖର୍ଚ୍ଚରେ ଗଛ ଲଗାଇ ସୁରକ୍ଷା ଦେଉଛନ୍ତି ବିଭୂତି
ନବରଙ୍ଗପୁର,୫।୬(ବି.ପ୍ର.): ଗଛର ଉପକାରିତାକୁ ହୃଦୟଙ୍ଗମ କରି ନିଜେ ବିଭିନ୍ନ ଗଛ ଲଗାଇବା ସହ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସାମାଜିକ କର୍ମୀ ବିଭୂତି ପ୍ରସାଦ ପଣ୍ଡା। ଏହି କାମରେ ସହଯୋଗ କରନ୍ତି ସ୍ତ୍ରୀ ସୁନୀତା ଶତପଥୀ। ବିଭୂତିଙ୍କ ଉଦ୍ୟମରେ ଅନେକ ଛୋଟ ଛୋଟ…
୧୧ କୁଇଣ୍ଟାଲ କେନ୍ଦୁପତ୍ର ଜବତ
ଛେଣ୍ଡିପଦା,୫।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସୀମାନ୍ତ କଣିହାଁ ଅଞ୍ଚଳରୁ ଆସୁଥିବା ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକ୍ଅପ୍ ଭ୍ୟାନ୍ (ନଂ. ଓଡି୦୫ବିସି -୮୪୧୩)କୁ ଛେଣ୍ତିପଦା ବନବିଭାଗ ଶନିବାର ଜବତ କରିଛି। କଣିହାଁ ଥାନା ଦେନାଳି ଅଞ୍ଚଳରୁ ବ୍ରାହ୍ମଣବିଲ ଦେଇ ଅନୁଗୋଳ…
୧୮ବର୍ଷ ହେଲା ଅଲୋଡ଼ା
ପରଜଙ୍ଗ, ୫।୬(ଡି.ଏନ୍.ଏ.): ୨୦୦୪ରୁ ୨୦୨୨। ୧୮ବର୍ଷ ହେଲା ଅଲୋଡ଼ା ଜୀବନ। ବଞ୍ଚତ୍ ରହିବାକୁ ଜାରି ରହିଛି ସଂଘର୍ଷ। ହେଲେ ନା ମିଳୁଛି ରୋଗରୁ ଉପଶମ ନା କମୁଛି ଯନ୍ତ୍ରଣା। କେବଳ ଲୁହ ନିଗାଡ଼ିବା ସାର ହୋଇଛି। ଦାରିଦ୍ର୍ୟର ଚକ୍ରବୂ୍ୟହ ଅସ୍ଥିଜନିତ ବ୍ୟାଧି,…
ଢେଙ୍କାନାଳରେ ହେବ ହେଲିପ୍ୟାଡ୍
ଢେଙ୍କାନାଳ ଅଫିସ୍, ୫।୬: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା, ଭିଭିଆଇପିଙ୍କ ଗସ୍ତ ସୁଗମ ଲାଗି ଢେଙ୍କାନାଳରେ ନିର୍ମିତ ହେବ ହେଲିପ୍ୟାଡ୍। ଏଥିଲାଗି ସହର ଉପକଣ୍ଠ ମହିଷାପାଟରେ ୨ଟି ସରକାରୀ ଜମି ଚିହ୍ନଟ କରାଯାଇଛି।…
ମାସକରେ ରାସ୍ତା ଫାଟି ଆଁ
କାମାକ୍ଷାନଗର, ୫।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ଓ୍ବାଇ)ରେ ନିର୍ମିତ ରାସ୍ତା ମାସକ ମଧ୍ୟରେ ଫାଟିଯାଇଛି। ଫଳରେ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

