ପାଣି ପାଇଁ ରାସ୍ତାରେ ମହିଳା
ହିନ୍ଦୋଳ, ୪।୬(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସିର ୧୦ନଂ. ଓ୍ବାର୍ଡରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଞ୍ଚଳର ବହୁସଂଖ୍ୟାରେ ମହିଳା ହିନ୍ଦୋଳ-ଗୁଡ଼ିଆକାଟେଣୀ ରାସ୍ତାରେ ହାଣ୍ଡିମାଠିଆ ରଖି ଆନ୍ଦୋଳନ କରିଥିଲେ। ଫଳରେ ଦୁଇଘଣ୍ଟା ଧରି ଯାତାୟାତ ପ୍ରଭାବିତ…
ନୂଆ ରୂପରେ ୧୦୫ ସ୍କୁଲ
ଢେଙ୍କାନାଳ ଅଫିସ୍, ୪।୬ ବଦଳିଛି ବିଦ୍ୟାଳୟ ରୂପରେଖ। ସଜଡ଼ାଯାଇଛି ଭିତ୍ତିଭୂମି। ପରିବର୍ତ୍ତନ ହୋଇଛି ପରିବେଶ। ବାରଣ୍ଡାରୁ ବଗିଚା, ସ୍ମାର୍ଟ ଶ୍ରେଣୀଗୃହଠାରୁ ଆରମ୍ଭ କରି ଲାବୋରେଟୋରି ଯାଏ ସବୁକିଛି ଚମକୁଛି। ଏଭଳି ଉନ୍ନତଧରଣର ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଥିବାରୁ ଏହାକୁ ନେଇ…
ଦୂର ହେବ ପାର୍କିଂ, ଚୋରି ଚିନ୍ତା
ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି ଅଯଥା ଟ୍ରାଫିକ ସମସ୍ୟା। ଦୈନିକ ଘଟୁଥିବା ଟ୍ରକ୍ଜନିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇବ।…
ନିର୍ମାଣ ହେବ ମିନି ଷ୍ଟାଡିୟମ
ବାଲେଶ୍ୱର ଅଫିସ,୪।୬ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଶ୍ରୀଜଙ୍ଗ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମିନି ଷ୍ଟାଡ଼ିୟମ୍ ହେବାର ଏକ ପ୍ରକଳ୍ପ ସୁପାରିଶ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ପ୍ରକଳ୍ପ ବାବଦରେ ୩୦ଲକ୍ଷ ଟଙ୍କା ଅର୍ଥରାଶି…
ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ
ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। କମ୍ପାନୀ ଅଞ୍ଚଳବାସୀଙ୍କୁ ପ୍ରତାରଣା କରି ଚାଲିଛି ବୋଲି ଚାନ୍ଦବାଲି ନିର୍ବାଚନମଣ୍ଡଳୀ…
ନିଃଶୁଳ୍କ ସ୍ଵାସ୍ଥ୍ୟସେବା ଯୋଜନା ବାଟବଣା
ବାଲେଶ୍ୱର ଅଫିସ, ୪।୬ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ୍ କଲେଜ ହସପିଟାଲରେ ନିଯୁକ୍ତି ପାଇଥିବା କେତେକ ବିଶେଷଜ୍ଞ ଡାକ୍ତର ନିଜର କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏନେଇ ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉଦ୍ବେଗ…
ସରିଲା ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ
ଆରଡ଼ି, ୪।୬ (ଡି.ଏନ.ଏ.) ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଶୁକ୍ରବାର ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ସରିଛି। ଭୋର ୪ ଟାରେ…
ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ
ବାଲେଶ୍ୱର ଅଫିସ ୪।୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ…
୧୨ ଦଫା ଦାବିରେ ଜିଲାବ୍ୟାପୀ ତହସିଲ ଘେରାଉ
ଜଗତ୍ସିଂହପୁର ଅଫିସ/ବାଲିକୁଦା/ ନାଉଗାଁ/ କୁଜଙ୍ଗ/ ବିରିଡ଼ି (ସ୍ବ.ପ୍ର./ଡି.ଏନ୍.ଏ.) ୪ା୬: ନବନିର୍ମାଣ କୃଷକ ସଙ୍ଗଠନ ଜଗତ୍ସିଂହପୁର ଶାଖା ପକ୍ଷରୁ ୧୨ ଦଫା ଦାବି ନେଇ ଜିଲାବ୍ୟାପୀ ସମସ୍ତ ତହସିଲ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ବିଶେଷକରି ଜୱାଦ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା…
ବସ୍ତାରୁ କମୁଛି ଚାଉଳ
ରଘୁନାଥପୁର,୩ା୬(ଡି.ଏନ୍.ଏ.): ଗରିବ ହିତାଧିକାରୀଙ୍କ ନିମନ୍ତେ ରାଜ୍ୟ ସରକାର ଯୋଗାଣ ଷ୍ଟୋର ମାଧ୍ୟମରେ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି। ମାତ୍ର ବହୁ ସମୟରେ ଯୋଗାଣ ଷ୍ଟୋରକୁ ଆସୁଥିବା ବସ୍ତାରେ କମ୍ ପରିମାଣର ଚାଉଳ ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହାର ଉଦାହରଣ ରଘୁନାଥପୁର…
ଅଳକାଙ୍କୁ ବିଜୟ ପ୍ରମାଣପତ୍ର
ଝାରସୁଗୁଡ଼ା ଅଫିସ,୪।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମୋଟ ୧୪ ଟେବୁଲ୍ କରାଯାଇ ପ୍ରତି ଟେବୁଲ୍ରେ…
ସୋସାଇଟି ନିର୍ବାଚନ ସ୍ଥଗିତ
ପଟ୍ଟାମୁଣ୍ଡାଇ,୪ା୬(ସ୍ବ.ପ୍ର.): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ୧୬ ସମବାୟ ସମିତି ରହିଛି । ସେଥିମଧ୍ୟରୁ ଖଡ଼ଇଣ୍ଟା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ ସ୍ଥଗିତ ରଖାଯାଇଥିଲା ା ଗୁରୁବାର ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ…

