ସମୁଦ୍ର ଜୁଆର ମାଡ଼ରେ ପରିବା, ଧାନ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଚଳିତ ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାକୁ ଆଶାନୁରୂପକ ହୋଇନାହିଁ। ସାମୁଦ୍ରିକ ଝଡ଼ ମଧ୍ୟ ଏବେ ହୋଇନାହିଁ। ଏହାସତ୍ତ୍ୱେ ଜିଲାର ୫ ହଜାର ହେକ୍ଟର ଜମିରେ ଗତ ଗୁରୁବାର ସମୁଦ୍ର ଜୁଆର ପାଣି ମାଡି ଯାଇଛି। ଏହାର ପ୍ରଭାବରେ ଲୋକଙ୍କ ଘର ଉଜାଡିବା ସହ ଲୁଣି ପାଣିରେ ପନିପରିବା, ଖରିଫ ଚାଷକୁ ନଷ୍ଟ କରିଛି; ଯାହାକୁ ନେଇ ତଟାଞ୍ଚଳରେ ଥିବା ଅଧିବାସୀ ଏକ ପ୍ରକାର ଅସହାୟ ହୋଇପଡିଛନ୍ତି। ଆଳି ତଟବନ୍ଧ ଡିଭିଜନର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦୀର୍ଘ ୧୮ବର୍ଷ ଧରି ପ୍ରକଳ୍ପ ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ବୋଲି ଉତ୍ତର ଖୋଜୁଛନ୍ତି। ତଟବନ୍ଧ ସୁରକ୍ଷା ଏବେ ପ୍ରଶ୍ନ ହୋଇଥିବା ବେଳେ ସମୁଦ୍ର ଜୁଆର ପାଣି ରୋକିବାକୁ କୌଣସି ସ୍ବତନ୍ତ୍ର ଯୋଜନା ନ ଥିବା ମତ ମିଳିଛି।
ଏ ସମ୍ପର୍କରେ ସାନଟୁବିର ରଞ୍ଜନ ମଣ୍ଡଳ କହିଛନ୍ତି, ପନିପରିବାର ଅହେତୁକ ଦରବୃଦ୍ଧିକୁ ଦେଖି ଚଳିତବର୍ଷ ପ୍ରାୟ ୫ ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରିଥିଲି। ଏଥିପାଇଁ ସ୍ଥାନୀୟ ଲୋକଙ୍କଠାରୁ କରଜ ନେଇଥିଲି। ତେବେ ଗତ ୧୪ତାରିଖ ସମୁଦ୍ର ଜୁଆର ପାଣି ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି। ଲୁଣା ପାଣି ଜମି ରହିବା ଫଳରେ ଆମଦାନୀ ଯୋଗ୍ୟ ପନିପରିବା ନାହିଁ। ଋଣ ଶୁଝିବା ଏବେ ଚିନ୍ତାର କାରଣ ହୋଇଛି। ସାତଭାୟାର ଅଜାମ୍ବର ମଲ୍ଲିକ କହିଛନ୍ତି, ସାତଭାୟାର ବରାହୀପୁରଠାରେ ଏବେ ମଧ୍ୟ ୧୨ରୁ ଊର୍ଦ୍ଧ୍ୱ ଘରେ ଲୋକ ବସବାସ କରୁଛନ୍ତି। ଉଚ୍ଚ ଜୁଆର ପାଣି କାନପୁର, ପଞ୍ଚୁବରାହୀ ପାଖ ଦେଇ ପଶି ଆସିବା ପରେ ଘରଗୁଡିକ ନଷ୍ଟ ହୋଇଛି। ଏହି ଗ୍ରାମର ୫୭୧ ପରିବାରଙ୍କୁ ବଗପାଟିଆରେ ଥଇଥାନ କରାଯାଇଛି। ତେବେ ୧୪୮ ପରିବାର ଏବେ ମଧ୍ୟ ସରକାରୀ ଅନୁଗ୍ରହକୁ ଅପେକ୍ଷା କରି ରହିଛନ୍ତି। ଏଠାରେ ସବୁବେଳେ ସମୁଦ୍ର ପାଣି ଆସୁଥିବାରୁ ଜୀବନ ପ୍ରତି ବିପଦ ଦେଖାଦେଇଛି। ଭଙ୍ଗା ଘର ଅନ୍ୟ ଏକ ଭୟର କାରଣ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଲୁଣା ତଟବନ୍ଧ ଡିଭିଜନ ସହ ସ୍ଥାନୀୟ ଚିଙ୍ଗୁଡି ଘେରି, ଖରିଫ ଚାଷ ଓ ପନିପରିବା ପାଇଁ ବିପଦ ହୋଇଛି। ଚିଙ୍ଗୁଡି ଘେରି ପାଇଁ ବହୁ ଚାଷୀ ତଟବନ୍ଧକୁ ଭାଙ୍ଗି ଲୁଣା ପାଣି ନେଉଛନ୍ତି। ସେହିପରି କେତେକେ କ୍ରିକ୍‌କୁ ଭାଙ୍ଗୁଛନ୍ତି ା ଏହି ନାଳଗୁଡିକ କୌଣସି ସରକାରୀ ଅଧିକାରୀଙ୍କ ନଜରରେ ନାହିଁ। ତଟାଞ୍ଚଳରେ ଚିଙ୍ଗୁଡି ଘେରିକୁ ପରୋକ୍ଷରେ ସରକାରୀ ପ୍ରୋତ୍ସାହନ ମିଳୁ ଥିବାରୁ ଏହି ଜୁଆର ପାଣି ଚାଷ ଓ ବାସକୁ ନଷ୍ଟ କରିଛି। ଏ ନେଇ ତଦନ୍ତ ପରେ ହିତାଧିକାରୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସାମାଜିକ କର୍ମୀ କଳ୍ପତରୁ ସାମନ୍ତରାୟ କହିଛନ୍ତି, ଆଳି ତଟବନ୍ଧର କାର୍ଯ୍ୟ ଏବେ ସନ୍ଦେହଜନକ ସ୍ଥିତିକୁ ଆସିଯାଇଛି। ଏହି ଡିଭିଜନ ଗତ ୧୮ବର୍ଷ ଧରି ଆଳିରେ ସ୍ଥାପନ ହେଲାଣି। ସ୍ଥାନୀୟ ଲୁଣା ଅଞ୍ଚଳରେ ବନ୍ୟା, ବାତ୍ୟା, ସୁନାମୀ ଆଦିର ପ୍ରଭାବକୁ ଅନୁଧ୍ୟାନ କରି ତଟବନ୍ଧ ନିର୍ମାଣ କରାଯାଉଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି। ବାସ୍ତବରେ ଏହି ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରିନାହିଁ। କେବଳ ଦୀର୍ଘବର୍ଷ ଧରି ପ୍ରକଳ୍ପ ଅର୍ଥର ଭାଗ ବଣ୍ଟାରେ ସୀମିତ ରହିଛି। ବନ୍ୟାବାତ୍ୟା ଅଥବା ପ୍ରବଳ ବର୍ଷା ନ ଥିବା ସମୟରେ ଜିଲା ତଟାଞ୍ଚଳର ୫ ହଜାର ହେକ୍ଟରରୁ ଅଧିକ ଜମିରେ ଲୁଣା ପାଣି ଦୀର୍ଘ ୭ ଦିନ ଧରି ଜମି ରହିଛି। ତଟବନ୍ଧ ଡିଭିଜନର ଏସ୍‌ଇ ତଥା ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି ଯେ, ତଟବନ୍ଧର ମରାମତି କାର୍ଯ୍ୟ ଚାଲିଛି। ତେବେ ଦୁର୍ବଳ ସ୍ଥାନକୁ ଭେଦ କରି ଜୁଆର ପାଣି ପଶି ଆସିଛି। ଏ ନେଇ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri