ସମୁଦ୍ର ଜୁଆର ମାଡ଼ରେ ପରିବା, ଧାନ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଚଳିତ ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାକୁ ଆଶାନୁରୂପକ ହୋଇନାହିଁ। ସାମୁଦ୍ରିକ ଝଡ଼ ମଧ୍ୟ ଏବେ ହୋଇନାହିଁ। ଏହାସତ୍ତ୍ୱେ ଜିଲାର ୫ ହଜାର ହେକ୍ଟର ଜମିରେ ଗତ ଗୁରୁବାର ସମୁଦ୍ର ଜୁଆର ପାଣି ମାଡି ଯାଇଛି। ଏହାର ପ୍ରଭାବରେ ଲୋକଙ୍କ ଘର ଉଜାଡିବା ସହ ଲୁଣି ପାଣିରେ ପନିପରିବା, ଖରିଫ ଚାଷକୁ ନଷ୍ଟ କରିଛି; ଯାହାକୁ ନେଇ ତଟାଞ୍ଚଳରେ ଥିବା ଅଧିବାସୀ ଏକ ପ୍ରକାର ଅସହାୟ ହୋଇପଡିଛନ୍ତି। ଆଳି ତଟବନ୍ଧ ଡିଭିଜନର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦୀର୍ଘ ୧୮ବର୍ଷ ଧରି ପ୍ରକଳ୍ପ ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ବୋଲି ଉତ୍ତର ଖୋଜୁଛନ୍ତି। ତଟବନ୍ଧ ସୁରକ୍ଷା ଏବେ ପ୍ରଶ୍ନ ହୋଇଥିବା ବେଳେ ସମୁଦ୍ର ଜୁଆର ପାଣି ରୋକିବାକୁ କୌଣସି ସ୍ବତନ୍ତ୍ର ଯୋଜନା ନ ଥିବା ମତ ମିଳିଛି।
ଏ ସମ୍ପର୍କରେ ସାନଟୁବିର ରଞ୍ଜନ ମଣ୍ଡଳ କହିଛନ୍ତି, ପନିପରିବାର ଅହେତୁକ ଦରବୃଦ୍ଧିକୁ ଦେଖି ଚଳିତବର୍ଷ ପ୍ରାୟ ୫ ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରିଥିଲି। ଏଥିପାଇଁ ସ୍ଥାନୀୟ ଲୋକଙ୍କଠାରୁ କରଜ ନେଇଥିଲି। ତେବେ ଗତ ୧୪ତାରିଖ ସମୁଦ୍ର ଜୁଆର ପାଣି ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି। ଲୁଣା ପାଣି ଜମି ରହିବା ଫଳରେ ଆମଦାନୀ ଯୋଗ୍ୟ ପନିପରିବା ନାହିଁ। ଋଣ ଶୁଝିବା ଏବେ ଚିନ୍ତାର କାରଣ ହୋଇଛି। ସାତଭାୟାର ଅଜାମ୍ବର ମଲ୍ଲିକ କହିଛନ୍ତି, ସାତଭାୟାର ବରାହୀପୁରଠାରେ ଏବେ ମଧ୍ୟ ୧୨ରୁ ଊର୍ଦ୍ଧ୍ୱ ଘରେ ଲୋକ ବସବାସ କରୁଛନ୍ତି। ଉଚ୍ଚ ଜୁଆର ପାଣି କାନପୁର, ପଞ୍ଚୁବରାହୀ ପାଖ ଦେଇ ପଶି ଆସିବା ପରେ ଘରଗୁଡିକ ନଷ୍ଟ ହୋଇଛି। ଏହି ଗ୍ରାମର ୫୭୧ ପରିବାରଙ୍କୁ ବଗପାଟିଆରେ ଥଇଥାନ କରାଯାଇଛି। ତେବେ ୧୪୮ ପରିବାର ଏବେ ମଧ୍ୟ ସରକାରୀ ଅନୁଗ୍ରହକୁ ଅପେକ୍ଷା କରି ରହିଛନ୍ତି। ଏଠାରେ ସବୁବେଳେ ସମୁଦ୍ର ପାଣି ଆସୁଥିବାରୁ ଜୀବନ ପ୍ରତି ବିପଦ ଦେଖାଦେଇଛି। ଭଙ୍ଗା ଘର ଅନ୍ୟ ଏକ ଭୟର କାରଣ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଲୁଣା ତଟବନ୍ଧ ଡିଭିଜନ ସହ ସ୍ଥାନୀୟ ଚିଙ୍ଗୁଡି ଘେରି, ଖରିଫ ଚାଷ ଓ ପନିପରିବା ପାଇଁ ବିପଦ ହୋଇଛି। ଚିଙ୍ଗୁଡି ଘେରି ପାଇଁ ବହୁ ଚାଷୀ ତଟବନ୍ଧକୁ ଭାଙ୍ଗି ଲୁଣା ପାଣି ନେଉଛନ୍ତି। ସେହିପରି କେତେକେ କ୍ରିକ୍‌କୁ ଭାଙ୍ଗୁଛନ୍ତି ା ଏହି ନାଳଗୁଡିକ କୌଣସି ସରକାରୀ ଅଧିକାରୀଙ୍କ ନଜରରେ ନାହିଁ। ତଟାଞ୍ଚଳରେ ଚିଙ୍ଗୁଡି ଘେରିକୁ ପରୋକ୍ଷରେ ସରକାରୀ ପ୍ରୋତ୍ସାହନ ମିଳୁ ଥିବାରୁ ଏହି ଜୁଆର ପାଣି ଚାଷ ଓ ବାସକୁ ନଷ୍ଟ କରିଛି। ଏ ନେଇ ତଦନ୍ତ ପରେ ହିତାଧିକାରୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସାମାଜିକ କର୍ମୀ କଳ୍ପତରୁ ସାମନ୍ତରାୟ କହିଛନ୍ତି, ଆଳି ତଟବନ୍ଧର କାର୍ଯ୍ୟ ଏବେ ସନ୍ଦେହଜନକ ସ୍ଥିତିକୁ ଆସିଯାଇଛି। ଏହି ଡିଭିଜନ ଗତ ୧୮ବର୍ଷ ଧରି ଆଳିରେ ସ୍ଥାପନ ହେଲାଣି। ସ୍ଥାନୀୟ ଲୁଣା ଅଞ୍ଚଳରେ ବନ୍ୟା, ବାତ୍ୟା, ସୁନାମୀ ଆଦିର ପ୍ରଭାବକୁ ଅନୁଧ୍ୟାନ କରି ତଟବନ୍ଧ ନିର୍ମାଣ କରାଯାଉଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି। ବାସ୍ତବରେ ଏହି ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରିନାହିଁ। କେବଳ ଦୀର୍ଘବର୍ଷ ଧରି ପ୍ରକଳ୍ପ ଅର୍ଥର ଭାଗ ବଣ୍ଟାରେ ସୀମିତ ରହିଛି। ବନ୍ୟାବାତ୍ୟା ଅଥବା ପ୍ରବଳ ବର୍ଷା ନ ଥିବା ସମୟରେ ଜିଲା ତଟାଞ୍ଚଳର ୫ ହଜାର ହେକ୍ଟରରୁ ଅଧିକ ଜମିରେ ଲୁଣା ପାଣି ଦୀର୍ଘ ୭ ଦିନ ଧରି ଜମି ରହିଛି। ତଟବନ୍ଧ ଡିଭିଜନର ଏସ୍‌ଇ ତଥା ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି ଯେ, ତଟବନ୍ଧର ମରାମତି କାର୍ଯ୍ୟ ଚାଲିଛି। ତେବେ ଦୁର୍ବଳ ସ୍ଥାନକୁ ଭେଦ କରି ଜୁଆର ପାଣି ପଶି ଆସିଛି। ଏ ନେଇ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?