ଆମ ଜିଲା ଖବର

ଯୁବତୀଙ୍କୁ ଅପରହଣ, ହତ୍ୟା ଧମକ: ଅଭିଯୁକ୍ତ ଗିରଫ

ବଡ଼ବିଲ,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଟ୍‌ବ୍ୟାଙ୍କ ନିକଟସ୍ଥ ଏକ ଜେରକ୍ସ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ଟଣାଓଟରା ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିବା ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏବଂ ଜଣେ…

ମହିଳାଙ୍କୁ ଦଳିଦେଲା ହାତୀ

ଖଇରା,୪ା୬(ଡି.ଏନ୍‌.ଏ.): ହାତୀ ଦଳିଦେବାରୁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ କଇଥଗଡ଼ିଆ ଗ୍ରାମର ସଜନୀ ସିଂ(୫୨) ଶନିବାର ପ୍ରାଣ ହରାଇଛନ୍ତି। ସଜନୀ ସକାଳେ ମୟୂରଭଞ୍ଜର ବଡ଼ହୁଡ଼ି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ ପାଦରେ ଦଳି ଦେଇଥିଲା। ସୋର ରେଞ୍ଜର…

ଆରଡ଼ିରେ ଶିବ ବିବାହ: ଶୋଭାଯାତ୍ରାରେ ବାହାରିଲା ବରଧରା

ଆରଡ଼ି,୪।୬,(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶନିବାର ମଧ୍ୟରାତ୍ରରେ ଲୋକାଚାରରେ ଦେବଦେବ ମହାଦେବ ଶୈଳସୁତା ମାତା ପାର୍ବତୀଙ୍କୁ ବିବାହ କରିବେ । ଏହି ଉପଲକ୍ଷେ ପୂର୍ବାହ୍ନ ୧୧ଟାରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କନ୍ୟାପିତା ଚନ୍ଦ୍ରମଣି ପାଢୀଙ୍କ ଘରୁ ବରଧରା ବାହାରି…

୨୬ ଲକ୍ଷ ୫ଶହ ଟଙ୍କିଆ ନୋଟ ଜବତ

କଟକ ଅଫିସ,୪।୬: କଟକରୁ ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ଏହି ଟଙ୍କା ସେ କେଉଁଠୁ ଆଣିଲେ ତାହାର ପ୍ରମାଣ ଦେଇ ନ ପାରିବାରୁ ପୋଲିସ ଟଙ୍କା…

୧୫୦ ଶିକାରୀଙ୍କୁ ଶପଥ କରାଇଲେ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଧଡ଼କ ଭାବେ ପଶୁ ଶିକାର ଚାଲିଛି। ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଇତିମଧ୍ୟରେ ଶୁକ୍ରବାର ଶିକାର କରିବା ଉଦ୍ଦେଶ୍ୟରେ କାଲିମେଳା ଗମ୍ପାକୋଣ୍ଡା ଅଞ୍ଚଳରୁ ସିଲେରୁ ଦେଇ ୧୫୦ରୁ…

ବାପାଙ୍କୁ ପିଟି ପିଟି ମାରିଦେଲେ ଦୁଇ ପୁଅ

ବଣାଇଁ, ୪।୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅଧୀନ ରାଣିବେର୍ଣ୍ଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ କାଠ ଫାଳିଆରେ ପିଟି ପିଟି ବାପାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବାପା ମଙ୍ଗରା…

ମାସ ହେଲା ନିଖୋଜ ଥିଲେ, ମିଳିଲା ମୃତଦେହ

ଟିକିରି,୪।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଦୁଡୁକାଲ ଗ୍ରାମର ବାବୁଲା ଗୌଡ଼ ଗତ ୬ ତାରିଖରେ କୌଣସି କାରଣରୁ ଘରୁ ପଳାଇ ଯାଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।…

ଠାକୁରଙ୍କୁ ବି ଛାଡ଼ିଲେନି: ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି

ଭବାନୀପାଟଣା,୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରିକରି ନେଇଛନ୍ତି। ଏହା ସହ ପିତଳ ସାମଗ୍ରୀ, ହୁଣ୍ଡିରେ ଥିବା ଟଙ୍କା ନେଇଯାଇଛନ୍ତି। ଶନିବାର…

ଝିଅକୁ ହତ୍ୟା କରି ଝୁଲାଇ ଦେଲେ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ ଏକ ବ୍ଳାଉଜରେ ଶିଡିଘର ପୁଆରେ ଝୁଲୁଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା…

ଜୁନ୍‌ ଶେଷ ସସ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୪।୬: ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ…

ଡିକି ଭାଙ୍ଗି ନେଇଗଲେ ଟଙ୍କା

ଜମନକିରା,୩ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବସ୍‌ଷ୍ଟାଣ୍ଡ ନିକଟରୁ ଏକ ବାଇକ୍‌ ଡିକି ଭାଙ୍ଗି ଜଣେ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ମୁତାବକ, ଲାଡଙ୍ଗପାଲି ଗ୍ରାମର ଖତୁ ବାଗ ନାତି ରମାକାନ୍ତ ବାଗଙ୍କ ସହ ଜମନକିରା କୋଅପରେଟିଭ…

ବରଯାତ୍ରୀ ନେଇ ବାହାରିବେ ମହାଦେବ, ମାହେନ୍ଦ୍ରବେଳାରେ ପଡିବ ହାତଗଣ୍ଠି

ସମ୍ବଲପୁର,୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହ ଉତ୍ସବ ଚାଲିଛି। ଶନିବାର ରାତ୍ରିରେ ଭକ୍ତଙ୍କ କାନ୍ଧରେ ଦେବ ଦେବ ମହାଦେବ ବରଯାତ୍ରୀ ବାହାରିବେ। ମାହେନ୍ଦ୍ରବେଳାରେ ଦେବଦମ୍ପତିଙ୍କ ବିବାହ ହେବାକୁ ଲଗ୍ନ ଧାର୍ଯ୍ୟ ହୋଇଛି। ବିବାହରେ ସାମିଲ ହେବାକୁ ଦେବଦେବୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?