କେନାଲ ସଫେଇରେ ଅନିୟମିତତା: ଜମିରେ ମାଡୁନି ପାଣି

ପଟ୍ଟାମୁଣ୍ଡାଇ, ୨୦ା୭(ସ୍ବ.ପ୍ର.): ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିନିମନ୍ତେ ସରକାର ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସରକାରଙ୍କ ଯୋଜନାଗୁଡିକ ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଦେଢ ନମ୍ବର (କ) କେନାଲ ଓ ତାର ଶାଖା କେନାଲଗୁଡିକ ରହିଛି। ଏହି ଦେଢ ନମ୍ବର କେନାଲ ଉପରେ ଅରଡପଲ୍ଲି, ବଡମହନପୁର, ବଡପଡା, ସାନଜରିଆ, ଗଙ୍ଗାରାମପୁର ସମେତ ମହାକାଳପଡ଼ା ବ୍ଲକର ବିଜୟନଗର, ବଳିପାଳ, ବଅଢିଅ ପ୍ରଭୃତି ବହୁ ପଞ୍ଚାୟତର ଶତାଧିକ ଏକର ଚାଷଜମି ଜଳସେଚନ ନିମନ୍ତେ ନିର୍ଭର କରିଥାଏ। ମାତ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ଜୁଲାଇରେ ଏହି କେନାଲର କେତେକ ସ୍ଥାନରେ ନାମକୁ ମାତ୍ର ସଫେଇ କରାଯାଇଛି। ଯାହାକି ଧର୍ମକୁ ଆଖିଠାର ସଦୃଶ। ଠିକ୍‌ ଭାବେ କେନାଲ ସଫେଇ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏହାର ତଦାରଖ କରୁ ନ ଥିବାରୁ ଚାଷୀ ମହଲରେ ଅସ୍ରନ୍ତୋଷ ପ୍ରକାଶ ପାଇଛି। ଫଳରେ କେନାଲ ପାଣି ବିଲରେ ପହଞ୍ଚତ୍ ପାରୁନାହିଁ। ଯାହାଦ୍ୱାରା ଜୁଲାଇ ମାସର ଶେଷ ହେବାକୁ ବସିଥିବା ବେଳେ ଠିକ୍‌ ଭାବେ କେନାଲ ସଫେଇ ହୋଇନଥିବାରୁ ପାଣି ଚାଷ ଜମିକୁ ମାଡି ପାରିନାହିଁ। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଅଭିଯୋଗ କରିବାକୁ ଯାଇ କୌଣସି ବିଭାଗୀୟ ଅଧିକାରୀ ନ ପାଇ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି ବିଜୟ ଦାସ, ସୁରେନ୍ଦ୍ର ପରିଡା, ହରହର ବାରିକ, ଅକ୍ଷୟ ସାହୁ, ବାବୁ ବେହେରା, ସଂଜୟ ମଲିକ, ସୁନାକର ବାରିକ, ଖତୁ ମଲିକ, ହଳଧର ତରାଇ ପ୍ରମୁଖ ଅଭିଯୋଗ କରିଛନ୍ତି। ନାମକୁମାତ୍ର କେନାଲ ସଫେଇ କରାଯାଇ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଉଠାଇ ନେବାକୁ ମସୁଧା କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ଏସ୍‌ଡିଓ ପ୍ରଭାତ ସାହୁଙ୍କୁ ପଚାରିବାରେ ଦେଢ ନମ୍ବର (କ) କେନାଲ ସଫା ହୋଇ ନ ଥିବା ନେଇ ଅଭିଯୋଗ ଆସିଛି। ଏହାର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri