ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ

ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ ବୋହି ୫ କି.ମି. ରାସ୍ତାରେ ପଡୁଥିବା ଛୋଟ ବଡ ୫ଟି ନାଳ ବହୁ କଷ୍ଟରେ ପାରି ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଅଭାବନୀୟ ଦୃଶ୍ୟ ମଙ୍ଗଳବାର ଦିନ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଞ୍ଚାୟତର ଦୁର୍ଗମ ବଡ଼ବିଲ ଗ୍ରାମରେ। ମୃତ ରୋଗୀ ଜଣକ ହେଲେ ଉକ୍ତ ଗ୍ରାମର ବିରଞ୍ଚତ୍ ଦେହୁରୀ (୩୪)। ଉଚ୍ଚ ରକ୍ତଚାପ ଯୋଗୁ ହଠାତ୍‌ ସେ ସକାଳେ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ କାଳ ବିଳମ୍ବ ନ କରି ଆମ୍ବୁଲାନ୍ସ ଆସିବାକୁ ଖବର ଦେଲେ। କିନ୍ତୁ ବଡବିଲ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ୫ କି.ମି ଦୂର ଧାତୁକିମାଳ ଗ୍ରାମ ମୁଣ୍ଡରେ ରହିଥିଲା। ରୋଗୀଙ୍କର ସମ୍ପର୍କୀୟଙ୍କୁ ଖବର ଦିଆଯିବା ପରେ ସେମାନେ ସକାଳ ୮ଟାରେ ବାହାରି ଧାତୁକିମାଳ ପର୍ଯ୍ୟନ୍ତ ବିରଞ୍ଚିଙ୍କୁ ଖଟିଆରେ ନାଳ ପାର କରି ଆଣିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘେଷଣା କରିଥିଲେ। ଠିକ୍‌ ସମୟରେ ଡାକ୍ତରଖାନାରେ ରୋଗୀ ପହଞ୍ଚତ୍ ନ ପାରିବାରୁ ଖଟିଆରେ ତାଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ବିରଞ୍ଚତ୍ ବିବାହିତ ଓ ତାଙ୍କର ଦୁଇ ଝିଅ ଅଛନ୍ତି। ତାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ରାସ୍ତା ଯୋଗୁ ରୋଗୀର ଜୀବନ ଚାଲିଯିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଧାତୁକିମାଳ ଗାଁ ମୁଣ୍ଡରେ ଥିବା କଲଭର୍ଟଟି ନିକଟରେ ହୋଇଥିବା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ବଡ଼ବିଲ ଗ୍ରାମକୁ ଯିବା ପାଇଁ ଥିବା ନାଳ ବାଧକ ସାଜିଥିଲା। ଫଳରେ ଆମ୍ବୁଲାନ୍ସ ଧାତୁକିମାଳ ଗ୍ରାମରେ ଅଟକି ରହିବାକୁ ବାଧ୍ୟ ହୋଇଥିଲା। ସେହିପରି ୨୦୨୧ ଅକ୍ଟୋବରରେ ନାକଟିଦେଉଳ ବ୍ଲକର କମଳାନାଳୀ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସେହି ଧାତୁକିମାଳ ଗ୍ରାମରେ ଅଟକି ରହିଥିଲା। ଜଣେ ବ୍ୟକ୍ତି ଅନ୍ଧାର ରାତିରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ନିଜ ଝିଅକୁ କାନ୍ଧରେ ବୋହି ଚାଲି ଚାଲି ୩ଟି ନାଳ ପାରି ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଥିଲେ। କିନ୍ତୁ ସେତେବେଳକୁ ଝିଅଟିର ମଧ୍ୟ ମୃତ୍ୟୁ ଘଟିଥିଲା। ବର୍ଷକ ଭିତରେ ଏହା ଦ୍ୱିତୀୟ ଘଟଣା। ଏପରି ଘଟଣା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ରେଢାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ୨୦୧୪ରେ ପ୍ରଥମ ଥର ବିଧାୟକ ହେବାପରେ ବଡ଼ବିଲ ଗ୍ରାମକୁ ଯାଇଥିଲେ। ଗ୍ରାମକୁ ଯିବା ପାଇଁ ପଡୁଥିବା ନାଳରେ ତାଙ୍କର ଗାଡ଼ି ଯାଇ ନ ପାରିବାରୁ ଏକ ପିକ୍‌ଅପ୍‌ ଗାଡ଼ିରେ ବସି ସେଠାକୁ ଯାଇଥିଲେ। ଗ୍ରାମକୁ ସବୁଦିନିଆ ରାସ୍ତା ସହ ନାଳ ଉପରେ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍‌

ପ୍ରେମାନନ୍ଦ ଖମାରୀ ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଆଞ୍ଚଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ତଥାପି ଜାତିଭିତ୍ତିକ ଭୋଟ୍‌ ଉପରେ ୩ ପ୍ରମୁଖ...

କ୍ରଶରରୁ ଚୋରି କରି ବନ୍ଧା ହେଲେ ୭ ଅଭିଯୁକ୍ତ

ପାରଳାଖେମୁଣ୍ଡିି,୨୩ା୬(ଡି.ଏନ୍‌.ଏ.): ମୋହନା ଥାନା ବନ୍ଧାଗୁଡା ଗାଁରେ ଥିବା ଏକ କ୍ରଶରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ବନ୍ଧାଗୁଡା...

ଏଫସିଆଇ ଏମ୍‌ଡି ହେଲେ ଅଶୋକ ମୀନା

ଭୁବନେଶ୍ବର, ୧୧ା୮(ବ୍ୟୁରୋ): ୨ ଜଣ ଆଇଏଏସ୍‌ ଅଫିସର ଗତ ସପ୍ତାହରେ ଡେପୁଟେସନ ସାରି ଓଡ଼ିଶା ଫେରିଛନ୍ତି। ବୁଧବାର ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ...

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ୭ରେ ପହଞ୍ଚିଲା ଗିରଫ ସଂଖ୍ୟା

ମାଲକାନଗିରି, ୭ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଅରଣପୁରରେ ଏପ୍ରିଲ୍‌ ୨୬ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ୧୧ ଜଣ ଯବାନ ଶହୀଦ ହୋଇଥିଲେ। ଏହି...

ବନ୍ଦ ହେଲା ଟିଏମ୍‌ସି, ସିସିଏଚ୍‌:କୋଭିଡ୍‌ ରୋଗୀଙ୍କ ପାଇଁ ୫୦% ଶଯ୍ୟା, ୮୦% ଆଇସିୟୁ ସଂରକ୍ଷିତ ରଖିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍‌ କେୟାର ସେଣ୍ଟର(ସିସିସି), ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) ଓ କୋଭିଡ୍‌...

କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ଧାରଣା

ଭଦ୍ରକ ଅଫିସ,୬।୨: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଜନ୍ମମାଟି ଭଦ୍ରକରେ ଜିଲା ପ୍ରଶାସନ ଉଚିତ ସମ୍ମାନ ପ୍ରଦର୍ଶନ କରୁ ନ ଥିବା ଅଭିଯୋଗ ହୋଇଛି। ଭଦ୍ରକ ବାଇପାସ...

କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ

ବନ୍ତ,୨୮।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତରେ କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ କରାଯାଇଛି। ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସରପଞ୍ଚ...

ବିଦାୟ ବେଳେ ଅନ୍ତେବାସୀଙ୍କୁ ଗଛ ବାଣ୍ଟିଲେ ସରପଞ୍ଚ

ବନ୍ତ, ୮।୬(ଡି.ଏନ.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ସୋମବାର ୭୫ଜଣ ଅନ୍ତେବାସୀ ସଙ୍ଗରୋଧ ଅବଧି ପୂରଣ କରି ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ...

Advertisement
Archives

Model This Week