ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ

ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ ବୋହି ୫ କି.ମି. ରାସ୍ତାରେ ପଡୁଥିବା ଛୋଟ ବଡ ୫ଟି ନାଳ ବହୁ କଷ୍ଟରେ ପାରି ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଅଭାବନୀୟ ଦୃଶ୍ୟ ମଙ୍ଗଳବାର ଦିନ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଞ୍ଚାୟତର ଦୁର୍ଗମ ବଡ଼ବିଲ ଗ୍ରାମରେ। ମୃତ ରୋଗୀ ଜଣକ ହେଲେ ଉକ୍ତ ଗ୍ରାମର ବିରଞ୍ଚତ୍ ଦେହୁରୀ (୩୪)। ଉଚ୍ଚ ରକ୍ତଚାପ ଯୋଗୁ ହଠାତ୍‌ ସେ ସକାଳେ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ କାଳ ବିଳମ୍ବ ନ କରି ଆମ୍ବୁଲାନ୍ସ ଆସିବାକୁ ଖବର ଦେଲେ। କିନ୍ତୁ ବଡବିଲ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ୫ କି.ମି ଦୂର ଧାତୁକିମାଳ ଗ୍ରାମ ମୁଣ୍ଡରେ ରହିଥିଲା। ରୋଗୀଙ୍କର ସମ୍ପର୍କୀୟଙ୍କୁ ଖବର ଦିଆଯିବା ପରେ ସେମାନେ ସକାଳ ୮ଟାରେ ବାହାରି ଧାତୁକିମାଳ ପର୍ଯ୍ୟନ୍ତ ବିରଞ୍ଚିଙ୍କୁ ଖଟିଆରେ ନାଳ ପାର କରି ଆଣିଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘେଷଣା କରିଥିଲେ। ଠିକ୍‌ ସମୟରେ ଡାକ୍ତରଖାନାରେ ରୋଗୀ ପହଞ୍ଚତ୍ ନ ପାରିବାରୁ ଖଟିଆରେ ତାଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ବିରଞ୍ଚତ୍ ବିବାହିତ ଓ ତାଙ୍କର ଦୁଇ ଝିଅ ଅଛନ୍ତି। ତାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ରାସ୍ତା ଯୋଗୁ ରୋଗୀର ଜୀବନ ଚାଲିଯିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଧାତୁକିମାଳ ଗାଁ ମୁଣ୍ଡରେ ଥିବା କଲଭର୍ଟଟି ନିକଟରେ ହୋଇଥିବା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ବଡ଼ବିଲ ଗ୍ରାମକୁ ଯିବା ପାଇଁ ଥିବା ନାଳ ବାଧକ ସାଜିଥିଲା। ଫଳରେ ଆମ୍ବୁଲାନ୍ସ ଧାତୁକିମାଳ ଗ୍ରାମରେ ଅଟକି ରହିବାକୁ ବାଧ୍ୟ ହୋଇଥିଲା। ସେହିପରି ୨୦୨୧ ଅକ୍ଟୋବରରେ ନାକଟିଦେଉଳ ବ୍ଲକର କମଳାନାଳୀ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସେହି ଧାତୁକିମାଳ ଗ୍ରାମରେ ଅଟକି ରହିଥିଲା। ଜଣେ ବ୍ୟକ୍ତି ଅନ୍ଧାର ରାତିରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ନିଜ ଝିଅକୁ କାନ୍ଧରେ ବୋହି ଚାଲି ଚାଲି ୩ଟି ନାଳ ପାରି ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଥିଲେ। କିନ୍ତୁ ସେତେବେଳକୁ ଝିଅଟିର ମଧ୍ୟ ମୃତ୍ୟୁ ଘଟିଥିଲା। ବର୍ଷକ ଭିତରେ ଏହା ଦ୍ୱିତୀୟ ଘଟଣା। ଏପରି ଘଟଣା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ରେଢାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ୨୦୧୪ରେ ପ୍ରଥମ ଥର ବିଧାୟକ ହେବାପରେ ବଡ଼ବିଲ ଗ୍ରାମକୁ ଯାଇଥିଲେ। ଗ୍ରାମକୁ ଯିବା ପାଇଁ ପଡୁଥିବା ନାଳରେ ତାଙ୍କର ଗାଡ଼ି ଯାଇ ନ ପାରିବାରୁ ଏକ ପିକ୍‌ଅପ୍‌ ଗାଡ଼ିରେ ବସି ସେଠାକୁ ଯାଇଥିଲେ। ଗ୍ରାମକୁ ସବୁଦିନିଆ ରାସ୍ତା ସହ ନାଳ ଉପରେ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri