ଯାଜପୁରରେ ପାଦ ଥାପିଲା ମହା ସିମେଣ୍ଟ କମ୍ପାନୀ

ଯାଜପୁର ଅଫିସ,୨୦ା୭ ଯାଜପୁର ଜିଲାରେ ଅତି ପ୍ରଦୂଷିତ ସିମେଣ୍ଟ କମ୍ପାନୀର ଲମ୍ବାଧାଡି ଲାଗିଛି। ଇମାମୀ(ବର୍ତ୍ତମାନ ନୁଭିଷ୍ଟା ପ୍ରା.ଲି.), ଜେଏସ୍‌ଡବ୍ଲ୍ୟୁ, ରାମ୍‌କୋ, ଯାଜପୁର ସିମେଣ୍ଟ ପରେ ତେଲଙ୍ଗାନା ରାଜ୍ୟର ମାଇହୋମ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ବା ମହା ସିମେଣ୍ଟ କମ୍ପାନୀ ଯାଜପୁର ଜିଲାରେ ପାଦ ଥାପିଛି। ଏହି କମ୍ପାନୀ ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ବଇରୀ ଗ୍ରାମରେ ବାର୍ଷିକ ୩.୦ ମେଟ୍ରିକ ଟନ ସିମେଣ୍ଟ ଗ୍ରାଇଡିଂ ୟୁନିଟ ପ୍ରତିଷ୍ଠା କରି ଉପତ୍ାଦନ ଲକ୍ଷ୍ୟ ରଖିଛି। ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ା ଏଥିରେ ସମୁଦାୟ ୩୦୦ ଜଣ ନିଯୁକ୍ତି ପାଇବେ ବୋଲି କମ୍ପାନୀର କାର୍ଯ୍ୟ ନିର୍ବାହୀ ସାରାଂଶରେ ଦର୍ଶାଯାଇଛି ା ଆସନ୍ତା ଅଗଷ୍ଟ ୫ରେ ବଇରୀ ଗ୍ରାମର ଜଗନ୍ନାଥ ପଡ଼ିଆରେ ଏଥିପାଇଁ ଜନଶୁଣାଣି ହେବ ା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଜନଶୁଣାଣି ପାଇଁ ସେଭଳି ପ୍ରଚାର ପ୍ରସାର ହେଉନାହିଁ ା ପୂର୍ବରୁ ଜନଶୁଣାଣିରେ ସିମେଣ୍ଟ କମ୍ପାନୀଗୁଡ଼ିକ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର, ପ୍ରଦୂଷଣ ନିୟନ୍ତ୍ରଣ, ପାରିପାର୍ଶ୍ୱିକ ଉନ୍ନୟନ ଆଦି ଅନେକ ପ୍ରତିଶ୍ରୁତି ଦେଇ ତାହା ପାଳନ କରି ନ ଥିବାରୁ ଲୋକଙ୍କ ଭରସା ତୁଟିଯାଇଛି। ଏହି କ୍ରମରେ ବିରୋଧ ଆଶଙ୍କାରେ ମାଇହୋମ୍‌ ଗ୍ରୁପ ଉପଯୁକ୍ତ ଭାବେ ପ୍ରଚାରପ୍ରସାର କରୁନାହିଁ ବୋଲି ଆଲୋଚନା ହେଉଛି ା ଅନ୍ୟପକ୍ଷେ ସମସ୍ତ ସିମେଣ୍ଟ କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଜନଶୁଣାଣି ହୋଇଥିଲେ ହେଁ ହରିଦାସପୁର ରାମ୍‌କୋ ସିମେଣ୍ଟ କମ୍ପାନୀରେ ଏହାର ବ୍ୟତିକ୍ରମ ଘଟିଛି। ଏକ ଅଦୃଶ୍ୟ ଶକ୍ତି ବଳରେ ଏହି ସିମେଣ୍ଟ କମ୍ପାନୀ ଜନଶୁଣାଣି ନ କରି ଉପତ୍ାଦନ ଆରମ୍ଭ କରି ସଡ଼କ ପଥରେ ସମସ୍ତ ପରିବହନ ଜାରି ରଖିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। କୁହାଯାଏ ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନର ଆବଶ୍ୟକତା ରହିଛି ା କିନ୍ତୁ ଲୋକଙ୍କୁ ନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କେତେ ହେଉଛି, କିଏ ଅଧିକ ଲାଭବାନ ହେଉଛି ସେନେଇ ସରକାରଙ୍କ ଆୟତ୍ତ ଥିଲା ଭଳି ମନେ ହେଉନାହିଁ । ଯାଜପୁର ଜିଲାରେ ଚାଲିଥିବା ଶିଳ୍ପାୟନରେ ଏହା ଜଳ ଜଳ ହୋଇ ଦିଶୁଛି ା ସ୍ଥାନୀୟ ବେକାରି ସମସ୍ୟା ଦୂର କରିବା ପରିବର୍ତ୍ତେ ବାହାର ରାଜ୍ୟର ଅଧିକ ବୈଷୟିକ ଡିଗ୍ରୀଧାରୀ ଓ ଠିକାସଂସ୍ଥା ଏଠାରେ ନିୟୋଜିତ ହେଉଛନ୍ତି ା ଏପରି କି କେତେକ ଅନୁଷ୍ଠାନର ନିଯୁକ୍ତି ବିଜ୍ଞାପନରେ ଓଡ଼ିଆ ଲୋକେ ଆବେଦନ କରି ପାରିବେ ନାହିଁ ବୋଲି ସିଧାସଳଖ ମନା କରାଯାଉଛି। ପରେ ଏହାର ପ୍ରତିବାଦ ହେବାରୁ ନାମକୁ ମାତ୍ର ଭୁଲ୍‌ ମାଗି ବିବାଦର ସମାଧାନ କରିବାକୁ ପ୍ରୟାସ ଚାଲିଛି। ବିଡମ୍ବନା ଯେ, ଅଭିଜ୍ଞତା ଆଳରେ ରାଜ୍ୟ ବାହାର ଲୋକଙ୍କୁ ଆଣି ଏଠାରେ ନିୟୋଜନ କରାଯାଉଛି ା କେତେକ କମ୍ପାନୀରେ ଅଣଓଡ଼ିଆ ଅଧିକାରୀମାନେ ଓଡିଆ କର୍ମଚାରୀମାନଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଓଡ଼ିଆଙ୍କୁ ନିଯୁକ୍ତି ମିଳୁଛି ସତ ହେଲେ କମ୍ପାନୀ ଭିତରେ ସୁପରଭାଇଜର ଭଳି କାମ ଦେଇ ଖଟାଯାଉଛି। ବିସ୍ଥାପନ ଓ ପ୍ରଦୂଷଣର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି କାର୍ଯ୍ୟ ଲୋକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରୁଛି ା ଏହାର ସୁଯୋଗରେ କେତେକ ଅନୁଷ୍ଠାନ ଆନ୍ଦୋଳନ ନାମରେ ବ୍ୟବସାୟ ଚଳାଇଛନ୍ତି। ଏଥିଯୋଗୁ ଅନେକ ଜନଶୁଣାଣକୁ ବିରୋଧ କରାଯାଉଥିବା ନଜିର ରହିଛି ା ନିକଟରେ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ସମ୍ପ୍ରସାରଣ ପାଇଁ ଅନୁଷ୍ଠିତ ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ, ଯଦ୍ଦ୍ବାରା ରାମ୍‌କୋ ସିମେଣ୍ଟ କମ୍ପାନୀ ନୀତି ନିୟମକୁ ପାଦ ତଳେ ଚାପି ଦେଇ ଜନଶୁଣାଣି କରିବାକୁ ସାହସ ଜୁଟାଇ ପାରିଲା ନାହିଁ। ଆଗ ଜନଶୁଣାଣି ଓ ତା’ପରେ ପରିବେଶ ଅନୁମତି ପାଇଁ ଆବେଦନ କରିବାର ନିୟମ ରହିଛି ା ଏହି କ୍ରମରେ ପ୍ରସ୍ତାବିତ ମାଇହୋମ ସିମେଣ୍ଟ କାରଖାନା ପାଇଁ ୬୮ ଏକର ଜମିର ଆବଶ୍ୟକତା ରହିଛି। ସେଥିରୁ ୬୨.୫୯ ଏକର ଜମି ଇଡ୍‌କୋରୁ ଲିଜ୍‌ ସୂତ୍ରରୁ ନିଆଯାଇଛି। ବାକି ୫.୪୧ ଏକର ଜମି ପ୍ରଜାଙ୍କଠାରୁ ସିଧାସଳଖ କ୍ରୟ କରିବାକୁ ଯୋଜନା ରହିଛି। ଏହାବାଦ୍‌ ୨୦ ଏକରରେ ଚାରା ରୋପଣ, ୮ ଏକରରେ ରାସ୍ତା, ୨୪ ଏକର ଖୋଲା ସ୍ଥାନ ଇତ୍ୟାଦି ପାଇଁ ଜମିର ଆବଶ୍ୟକତା ରହିଛି ବୋଲି ସାରାଂଶରେ ଦର୍ଶାଯାଇଛି। ଏହି ୟୁନିଟ ପାଇଁ କ୍ଲିଙ୍କର, ଜିପ୍ସମ, ଫ୍ଲାଏ ଆସ୍‌, କୋଇଲା ଆଦି କଞ୍ଚାମାଲର ଆବଶ୍ୟକତା ରହିବ। ଏହା ବାୟୁ ପ୍ରଦୂଷଣ ଉକତ୍ଟ ହେବା ନିଶ୍ଚିତ। ଏହାସହ ଦିନକୁ ୯୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରାଯିବ, ଯାହାକି ଭୂତଳ ଜଳସ୍ତର ହ୍ରାସର କାରଣ ହୋଇପାରେ ବୋଲି ମତପ୍ରକାଶ ପାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଇନ ଅନୁସାରେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ସାରାଂଶରେ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପକ୍ଷେ ଏହି ସିମେଣ୍ଟ କମ୍ପାନୀକୁ ଜନଶୁଣାଣିରେ ପ୍ରବଳ ବିରୋଧ କରାଯିବ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?