ଡ୍ରେନେଜ୍‌କଟ୍‌ ଉନ୍ନତୀକରଣ ନାଁରେ ୨ କୋଟି ହଡ଼ପ

ଡେରାବିଶ,୨୯ା୭(ସ୍ବ.ପ୍ର.): ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜକଟ୍‌ ଉନ୍ନତୀକରଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍‌ କରି ୨ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କେନ୍ଦ୍ରାପଡ଼ା ଜିଲାପାଳ ଓ ଡ୍ରେନେଜ୍‌କଟ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅଧୀନ ହରିଅଙ୍କ, ଇନ୍ଦାଳୋ, ଯଅଁରାବାରିମୂଳ ଓ ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ହରିଅଙ୍କପାଟ, ପାଣିଓଳା, ଯଅଁରାବାରିମୂଳ ଓ ହୁରାସାହି ପାଟ ବର୍ଷାଦିନେ ଚାଷଜମିରେ ବର୍ଷାଜଳ ଜମି ରହିବା ଫଳରେ ଶହଶହ ଏକର ଧାନ ଫସଲ ନଷ୍ଟ ହୋଇଯାଇଥାଏ। ଏ ବିଷୟରେ ହରିଅଙ୍କ, ଇନ୍ଦାଳୋ, ଯଅଁରାବାରିମୂଳ ଓ ଗରଦପୁର ବ୍ଲକର ବଙ୍ଗାଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ଏହି ଜଳ ନିଷ୍କାସନ ପାଇଁ ଏଠାରେ ଥିବା ଡ୍ରେନେଜ୍‌କଟ୍‌କୁ ସଫେଇ କରିବା ଓ ଏହି ଡ୍ରେନେଜ୍‌କଟ୍‌ ଦେଇ ରାସ୍ତାରେ ହୋମ ପାଇପ୍‌ ବସାଇବା ଇତ୍ୟାଦି କାର୍ଯ୍ୟ ପାଇଁ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ନିକଟରେ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଆସୁଥିଲେ। ଏହି ଦାବିକୁ ଦୃଷ୍ଟିରେ ରଖି ତତ୍କାଳୀନ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ସୁପାରିସକ୍ରମେ ଜଳ ନିଷ୍କାସନ ପାଇଁ କେନ୍ଦ୍ରାପଡ଼ା ଡ୍ରେନେଜ୍‌କଟ୍‌ ଡିଭିଜନ୍‌ ବିଭାଗ ପକ୍ଷରୁ ୨ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦରେ ଟେଣ୍ଡର କରାଯାଇଥିଲା। ମାତ୍ର କାର୍ଯ୍ୟାଦେଶ ନେଇଥିବା ଠିକାଦାର ଏହି ଡ୍ରେନେଜ୍‌କଟ୍‌ କାର୍ଯ୍ୟ ଓ ଡ୍ରେନେଜ୍‌ ଉପରେ ଥିବା ବିଭିନ୍ନ ସ୍ଥାନରେ ହୋମ୍‌ ପାଇପ୍‌ ଓ ପୋଲ ନିର୍ମାଣ ନ କରି ସମ୍ପୃକ୍ତ ବିଭାଗର ସହକାରୀ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଏହି ଡ୍ରେନେଜକଟ୍‌ କାର୍ଯ୍ୟ ପାଇଁ ୨ କୋଟି ଟଙ୍କାର ମିଥ୍ୟା ବିଲ୍‌ କରି ସମ୍ପୃକ୍ତ ଅର୍ଥକୁ ହଡ଼ପ କରଛନ୍ତି। ଏ ନେଇ ହରିଅଙ୍କ ସରପଞ୍ଚ କନକଲତା ପ୍ରଧାନ, ଇନ୍ଦାଳୋ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବେହେରା ଓ ଯଅଁରାବାରିମୂଳ ସରପଞ୍ଚ ଶଙ୍କର୍ଷଣ ପରିଡ଼ା, ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ, ବିଜୟ କୁମାର ପରିଡ଼ା, ଗୋଲଖ ଚନ୍ଦ୍ର ସ୍ବାଇଁ, ଜୟନ୍ତ କୁମାର ଶତପଥୀ, ପଞ୍ଚାନନ ସ୍ବାଇଁ, ସୁନାକର ସାହୁ, ଅଭୟ କୁମାର ପରିଡ଼ା ପ୍ରମୁଖ ଶତାଧିକ ଚାଷୀ ଜିଲାପାଳଙ୍କୁ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଡ୍ରେନେଜକଟ୍‌ କାର୍ଯ୍ୟ ନ ହେବା ଦ୍ୱାରା ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଶହଶହ ଏକର ଚାଷଜମିରେ ବର୍ଷାଜଳ ଜମି ରହିବା ସହ ଫସଲ ନଷ୍ଟ ହେବ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ତେବେ ବ୍ଲକ ଅଞ୍ଚଳରେ ସମସ୍ୟାରେ ଉବୁଟୁବୁ ହେଉଥିବା ଉପରୋକ୍ତ ପଞ୍ଚାୟତଗୁଡ଼ିକର ଚାଷୀମାନେ ନିଜର ଫସଲ ଉପତ୍ାଦନ ପାଇଁ ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଗୁହାରି କରି ଆସୁଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଜାଣତରେ କିପରି ଏତେଗୁଡ଼ିଏ ଟଙ୍କାର ମିଥ୍ୟା ବିଲ୍‌ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଜିଲାପାଳ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଡ୍ରେନେଜ୍‌କଟ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କନିଧି ସାମଲଙ୍କୁ ପଚାରିବାରେ ଅଞ୍ଚଳବାସୀଙ୍କ ଅଭିଯୋଗ ପାଇଛି। ତେବେ ଏ ବିଷୟରେ ତଦନ୍ତ କରାଯିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?