ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିମ୍ନମାନର ଛତୁଆ, ଲଡୁ ଯୋଗାଣ

ବରୀ,୨୯ା୭(ଡି.ଏନ.ଏ.): ବରୀ ବ୍ଲକ୍‌ ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ନିମ୍ନମାନର ଛତୁଆ ଓ ଲଡୁ ଯୋଗାଣ କରାଯାଉଛି। ତେବେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଯୋଗାଣ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ବରୀ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ୧୦ ସୁପରଭାଇଜର ରହିବାସ୍ଥଳେ ମାତ୍ର ୬ଜଣ ଅଛନ୍ତି। ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପଦବୀ ଖାଲି ପଡ଼ିଛି। ଯାଜପୁର ବ୍ଲକ୍‌ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ଦାୟିତ୍ୱ ତୁଲାଉଛନ୍ତି। ତେବେ ସେ ଉପରୋକ୍ତ ଅଭିଯୋଗଗୁଡ଼ିକୁ ଅଣଦେଖା କରୁଥିବାରୁ ନିମ୍ନମାନର ଛତୁଆ ଓ ଲଡୁ ବଣ୍ଟନରେ ରୋକ୍‌ ଲଗାଯାଇ ପାରୁନି ବୋଲି ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର ଅଭିଭାବକ ଅଭିଯୋଗ କରିଛନ୍ତି।
ବ୍ଲକ୍‌ର ମା’ ଚଣାଖାଇ ସ୍ବୟଂ ସହାୟିକା ଗୋଷ୍ଠୀ ୫ଟି ସେକ୍ଟରର ଗର୍ଭବତୀ, ଶିଶୁଙ୍କୁ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ମା’ ରାମେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ଅବଶିଷ୍ଟ ଚାରୋଟି ସେକ୍ଟରକୁ ଶିଶୁ ଖାଦ୍ୟ ଯୋଗାଣ କରୁଛି। ନିୟମ ମୁତାବକ ପ୍ରତିମାସ ୨୩ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ମିଶନ ଶକ୍ତି ବିଭାଗ କର୍ମଚାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଉପସ୍ଥିତ ରହି ଗହମ, ବୁଟ, ବାଦାମ, ଚିନି ଆଦି ସାମଗ୍ରୀର ଆନୁପାତିକ ପରିମାଣ ଯାଞ୍ଚ କରିବା କଥା। ୨୪ ଓ ୨୫ ତାରିଖରେ ଲଡୁ ପ୍ୟାକିଂ ଉପରେ ନଜର ଦେବା ସହ ଏହାର ମାନ ଯାଞ୍ଚ କରିବା କଥା। ତେବେ ମା’ ଚଣାଖାଇ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ୍‌ ଅଧୀନ ବାଲିଆପାଳଠାରେ ଛତୁଆ ଓ ଲଡୁ ପ୍ରସ୍ତୁତ କରିବା ଯୋଗୁ ସୁପରଭାଇଜର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ମାନ ଯାଞ୍ଚ କରି ପାରୁଛନ୍ତି। ହେଲେ ମା’ରାମେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ୍‌ର ୩୦ କି.ମି. ଦୂର ରସୁଲପୁର ବ୍ଲକ୍‌ରେ ଛତୁଆ ଓ ଲଡୁ ପ୍ରସ୍ତୁତ କରୁଥିବାରୁ ଏହାର ମାନ ଓ ଗୁଣବତ୍ତା ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ମୁତାବକ କାର୍ଯ୍ୟାଳୟଠାରୁ କର୍ମଚାରୀମାନେ ୮ କି.ମି. ଦୂର ପରିଧି ଭିତରେ ରହିବାର ନିୟମ ଥିବା ବେଳେ ସୁପରଭାଇଜରମାନେ ୨୦ରୁ୨୫ କି.ମି. ଦୂରରେ ରହି ଉପର ଠାଉରିଆ ଭାବେ କାଗଜ କଲମରେ ଯାଞ୍ଚ କରାଯାଉଛି ବୋଲି ଦର୍ଶାଉଛନ୍ତି। ଏତଦ୍‌ବ୍ୟତୀତ ସୁପରଭାଇଜର ଓ ପ୍ରକଳ୍ପ ଅଧିକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପ୍ରସ୍ତୁତକାରୀ ସଂସ୍ଥା କୋମଳମତି ଶିଶୁ ଓ ଗର୍ଭବତୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରି ମାଲାମାଲ ହେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମା’ ଚଣାଖାଇ ସ୍ବୟଂ ସହାୟକ ଗୋଷ୍ଠୀ ସଭାପତି ସରିତା ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଛତୁଆ ଓ ଲଡୁ ପ୍ରସ୍ତୁତ ସମୟରେ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏହାର ମାନ ଓ ଗୁଣବତ୍ତାକୁ ଯାଞ୍ଚ କରୁଛନ୍ତି। ଏହାପରେ ଆମେ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପଠାଉଛୁ। ତେଣୁ କୌଣସି ନିମ୍ନମାନ ଛତୁଆ ଓ ଲଡ଼ୁ ତିଆରି ହେଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ମା’ ରାମେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ସଭାପତିଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ବରୀ ମହିଳା ଓ ଶିଶୁ ବିକାଶ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ସରିତା ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ମୁଁ ନୂତନ ଭାବେ ଦାୟିତ୍ୱରେ ଅଛି। କାର୍ଯ୍ୟାଳୟର ଗାଡ଼ି ନ ଥିବାରୁ କାର୍ଯ୍ୟ ତଦାରଖ କ୍ଷେତ୍ରରେ ଅସୁବିଧା ହେଉଛି। ଛତୁଆ ଓ ଲଡୁ ନିମ୍ନମାନର ବୋଲି ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ମୌଖିକ ଓ ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ଖାଦ୍ୟର ମାନ ଓ ଗୁଣବତ୍ତା ଉପରେ ତଦନ୍ତ କରାଯିବ। ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri