ମୋବାଇଲ ଫାଇନାନ୍ସ ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ମୋବାଇଲ ଫୋନ ଫାଇନାନ୍ସରେ କରାଇ ଦେବାକୁ କହି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏଭଳି ଅଭିଯୋଗ ଆସିଛି। ଫାଇନାନ୍ସ କମ୍ପାନୀର କେତେଜଣ ଅସାଧୁ କର୍ମଚାରୀ ଏବଂ ମୋବାଇଲ ଦୋକାନୀ ମିଳିମିଶି ଏହି ଟଙ୍କା ଲୁଟ୍‌ କରିଥିବା କେତେଜଣ ଗ୍ରାହକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମୋବଇଲ ଦୋକାନର ଦୁଇ କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୋଲିସ ତାହାର ଖୋଲାତାଡ ଜାରି ରଖିଛି। ଗୁରୁବାର ପୋଲିସ ଖୋର୍ଦ୍ଧା ସମେତ, ଜଟଣୀ, ଭୁବନେଶ୍ୱର ଏବଂ ନୟାଗଡ ରାଜସୁନାଖଳାରେ ଅଞ୍ଚଳରେ ଚଢ଼ାଉ କରିଥିବା ଜଣାପଡିଛି। ଏହି ଠକେଇରେ ଜଣେ କାଉନସିଲରଙ୍କ ଭାଇ ସମ୍ପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଖୋର୍ଦ୍ଧା ସହରରେ ଜଣେ ଯୁବକଙ୍କ ଏକ ମୋବାଇଲ ଦୋକାନ ରହିଛି। ଦାମୀ ମୋବାଇଲ ଫାଇନାନ୍ସରେ କରାଇ ଦେବାକୁ କହି ଯୁବକ ଜଣଙ୍କ ଖୋର୍ଦ୍ଧା ସମେତ ଜଟଣୀ ଅଞ୍ଚଳର ଏକାଧିକ ଗ୍ରାହକଙ୍କୁ ନିଜ ଜାଲରେ ଫସାଇ ଆବଶ୍ୟକୀୟ କାଗଜପତ୍ର ସହ ଅଗ୍ରିମ ଟଙ୍କା ନେଇଥିଲେ। ଏଥିସହ ଗ୍ରାହକଙ୍କୁ ଖାଲି ମୋବାଇଲ ଖୋଳ ଧରାଇ ଦୋକାନ ଆଗରେ ଫଟୋ ଉଠାଇବା ସହ ସପ୍ତାହକ ପରେ ଫାଇନାନ୍ସ ହୋଇଗଲେ ମୋବାଇଲ ଆସି ନେଇଯିବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାହଙ୍କୁ ମୋବାଇଲ ମିଳି ନ ଥିଲା। ହେଲେ ଉକ୍ତ ଫାଇନାନ୍ସ ସଂସ୍ଥା ପକ୍ଷରୁ ଇଏମଆଇ ଭରିବା ଲାଗି ଗ୍ରାହକଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏନେଇ କେତେଜଣ ଗ୍ରାହକ ସମ୍ପୃକ୍ତ ଦୋକାନ ମାଲିକଙ୍କୁ ପଚାରିଥିଲେ। ମୋବାଇଲ ପାଇନଥିବା ବେଳେ କିପରି ଇଏମଆଇ ଭରିବାକୁ ମେସେଜ ଆସୁଛି, ବୋଲି ପ୍ରଶ୍ନ କରିଥିଲେ। ପରେ ଦୋକାନୀ ଓ ଗ୍ରାହକଙ୍କୁ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଦୋକାନୀ ମାଲିକ ଫେରାର ହୋଇଯାଇଥିବା ଖବରପାଇ ଠକେଇର ଶିକାର ହୋଇଥିବା ଏକାଧିକ ଗ୍ରାହକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଦୋକାନୀ ମାଲିକଙ୍କ ଭାଇ ପ୍ରଭାବଶାଳୀ ଲୋକ ହୋଇଥିବାରୁ ଚାପରେ ପୋଲିସ ଗିରଫ କରୁ ନ ଥିବା ଗ୍ରାହକାମାନେ ଗଣମାଧ୍ୟମ ଆଗରେ କହିଛନ୍ତି। ତୁରନ୍ତ ସେମାନଙ୍କୁ ଗିରଫ କରାନଗଲେ, ଆଗାମୀ ଦିନରେ ଏସପି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସଦର ଏସଡିପିଓ ସୁଶୀଲ ମିଶ୍ର କୁହନ୍ତି, ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

କୋଚିଳା ନଦୀ ବନ୍ଧ ଧସିଲା, ଭୟରେ ଅଞ୍ଚଳବାସୀ

ଧାମନଗର,୪।୭(ସନ୍ତୋଷ କୁମାର ମହାପାତ୍ର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟରେ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼…

ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…

କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍‌ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ…

କାନଝରୀ ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟାଜଳ

କେନ୍ଦୁଝର,୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କାନଝରୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଶୁକ୍ରବାର ସନ୍ଧ୍ୟା ସାଢେ ୬ଟାରେ ଗୋଟିଏ ଗେଟ୍‌ ଖୋଲାଯାଇ ଚଳିତ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri