କୁପୋଷଣର ଶିକାର ୩ ଶିଶୁ

କଟକ ଅଫିସ,୨୯ା୭: ରୌପ୍ୟ ନଗରୀ କଟକ ସହରରେ ଯାଜପୁର ଜିଲାର ନଗଡ଼ା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୩ଶିଶୁ ଭୋକ ଓପାସରେ ଆଉଟୁପାଉଟୁ ହେଉଥିବାବେଳେ ଆଖିରୁ ଲୁହ ଶୁଖୁନି। ଖାଦ୍ୟ ଅଭାବରୁ ଅପପୁଷ୍ଟିର ଶିକାର ହୋଇଥିବା ଏହି ୩ ଶିଶୁଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଗୁରୁବାର ସିଡବ୍ଲ୍ୟୁସିରେ ହାଜର କରିଛି। ଏମାନେ ଭଉଣୀ ଭାଇ ଓ ଘର କେନ୍ଦୁଝର ଜିଲାରେ ବୋଲି ଜଣାପଡ଼ିଛି।
ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌)ରେ ପୁଷ୍ଟିକର ଖାଦ୍ୟ ତଥା ଚୁଡ଼ା, ଛତୁଆ, ଅଣ୍ଡା ଆଦି ପ୍ରଦାନ କରାଯାଉଥିବା କୁହାଯାଉଛି। ମାତ୍ର କଟକ ସହରରେ ଏହାର ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟ ବିନା କୁପୋଷଣର ଶିକାର ହୋଇ ରାସ୍ତାରେ କାନ୍ଦି କାନ୍ଦି ବୁଲୁଥିବା ୩ ଶିଶୁଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଏମାନଙ୍କୁ ଗୁରୁବାର ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ବସୁନ୍ଧରାକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଶିଶୁ ୩ ଜଣ ହେଉଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁରର ରାଜେଶ ବେହୁଆଙ୍କ କନ୍ୟା ଓ ପୁତ୍ର। ରାଜେଶଙ୍କ ନିଜ ସ୍ତ୍ରୀ ଲକ୍ଷ୍ମୀ, ୩ ପିଲା ଏବଂ ବୃଦ୍ଧ ବାପାଙ୍କୁ ନେଇ କଟକ ନୂଆବଜାର ନେହେରୁପଲ୍ଲୀ ଅଞ୍ଚଳରେ ରହୁଥିଲେ। ତେବେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଲକ୍ଷ୍ମୀ ୧୩ ଦିନ ତଳେ ମୃତ୍ୟୁବରଣ କରିସାରିଛନ୍ତି। ରାଜେଶ ଦିନ ମଜୁରିଆ ଭାବେ କାମ କରନ୍ତି। କାମ ନ ମିଳିଲେ ପରିବାର ଉପବାସରେ ରହନ୍ତି। ପୁଷ୍ଟିକର ଖାଦ୍ୟ ତ ଦୂରର କଥା ଉକ୍ତ ୩ ଶିଶୁଙ୍କୁ ସାଧାରଣ ଖାଦ୍ୟ ମୁଠେ ମିଳୁ ନ ଥିବାରୁ ସେମାନେ ଶୁଖି କଣ୍ଟା ପ୍ରାୟ ହୋଇଗଲେଣି। ରାଜେଶଙ୍କ ସାନ ଝିଅର ପେଟ ପିଠି ଏକାକାର ହୋଇଯାଇଛି। ତେବେ ଚାଇଲ୍ଡ ଲାଇନ ଅପପୁଷ୍ଟିର ଶିକାର ହୋଇଥିବା ଏହି ପିଲାମାନଙ୍କୁ ଠାବ କରିଛି। ସିଡବ୍ଲ୍ୟୁସି ଉକ୍ତ ୩ ଶିଶୁଙ୍କୁ ବସୁନ୍ଧରା ପଠାଇବା ପରେ ସେମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ରଖାଯାଇଛି। ତେବେ ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରଗତି ମହାନ୍ତି କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri