ଛତୁ, ପରିବା ଚାଷ କରି ମହିଳାମାନେ ସ୍ୱାବଲମ୍ବୀ

ପାରାଦୀପ,୨୯ା୭ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଉତ୍ସବାନନ୍ଦପୁର ପ୍ରଡ୍ୟୁସର ଗ୍ରୁପ (ପିଜି)ର ୩୦ ଜଣ ମହିଳା ଏବେ ଭିନ୍ନ କାମ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ଗାଁରେ ବର୍ଷାଦିନିଆ ପରିବା ଚାଷ କରି ବେଶ୍‌ ଦୁଇ ପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଯେଉଁଥିରେ ରହିଛି ଛତୁ, କଲରା, କାକୁଡି, ଜହ୍ନି, ବାଇଗଣ, ଭେଣ୍ଡି, କଖାରୁ, ଛଚିନ୍ଦ୍ରା ଇତ୍ୟାଦି। ଏଥିପାଇଁ ମହିଳାମାନେ ଘରକାମ ବ୍ୟତୀତ ଦିନକୁ ଦୁଇଘଣ୍ଟା ସମୟ ଦେଉଛନ୍ତି। ୩ଟି ଏସ୍‌ଏଚଜି (ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ଗଠିତ ଦୟାନିଧି ମସ୍ରୁମ ପିଜି। ଛତୁ ଚାଷ ହେଲା ଏମାନଙ୍କ ମୁଖ୍ୟ ବ୍ୟବସାୟ। ସେମାନେ ୨୦୧୯ରେ ଛତୁ ଚାଷ ଆରମ୍ଭ କରିଥିଲେ। ଏବେ ତାଙ୍କ ଉତ୍ପାଦିତ ଛତୁ ଓ ଅନ୍ୟ ପରିବା ନେବା ପାଇଁ ପ୍ରତିଦିନ ପାରାଦୀପ, କୁଜଙ୍ଗ ଅଞ୍ଚଳର ବ୍ୟବସାୟମାନେ ଫାର୍ମ ନିକଟରେ ପହଞ୍ଚୁଛନ୍ତି। ଏମିତି ଉପାୟରେ ମହିଳାମାନେ ମାସକୁ ୧୨ରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କୁହନ୍ତି, ଦୟାନିଧି ପିଜି ସଭାନେତ୍ରୀ ସ୍ବର୍ଣ୍ଣଲତା ସ୍ବାଇଁ। ଏହି ଛତୁ ଚାଷ ସମ୍ପର୍କରେ ମାଷ୍ଟର ଟ୍ରେନର ମୌନାବତୀ ସ୍ବାଇଁ କୁହନ୍ତି, ଏଥିପାଇଁ ଆମକୁ ପିପିଏଲ୍‌ (ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ) କମ୍ପାନୀ ପ୍ରାଥମିକ ସହାୟତା ଯୋଗାଇ ଦେଇଥିଲା। ଛତୁ କିପରି ଜୈବିକ ଉପାୟରେ ଚାଷ ହେବ ତା’ର ତାଲିମ ଓ ଆନୁଷଙ୍ଗିକ ଉପକରଣ ଯୋଗା ଯାଇଥିଲା। ଏହି ଚାଷ ପାଇଁ ଗୋଟିଏ ବାଉଁଶର ବେଡ୍‌ ଦରକାର ହୁଏ। ଉକ୍ତ ବାଉଁଶ ବେଡ୍‌ ଚତୁଃପାଶର୍‌ବରେ ଜାଲ ଘେରାଇ ସୁରକ୍ଷିତ ରଖୁ। ତା’ ପରେ ଛଣକୁ ପାଣିରେ ୧୨ ଘଣ୍ଟା ବତୁରା ଯାଏ। ଛଣକୁ ପାଣିରୁ ଛାଣି ଦୁଇଘଣ୍ଟା ଶୁଖାଯାଏ। ସେହି ଛଣକୁ ବେଡ୍‌ରେ ପକାଯାଇ ତା’ ଉପରେ ଛତୁ ମଞ୍ଜି, ବେଶନ ୩ ସ୍ତରରେ ପକାଯାଏ। ସାମାନ୍ୟ ପାଣି ସିଞ୍ଚନ କରାଯାଇ ୧୧ ଦିନ ରଖାଯାଏ। ତା’ ପରେ ଛତୁ ବଡ ହେବା ପରେ ତୋଳାଯାଏ। ଗୋଟିଏ ବେଡ୍‌ରେ ୫୦୦ ରୁ ୧ କେଜି ଛତୁ ଉତ୍ପାଦିତ ହୋଇଥାଏ। ଗୋଟିଏ ଛତୁ ବେଡ ପାଇଁ ପାଖାପାଖି ୭୦ ଟଙ୍କା ଖର୍ଚ୍ଚ ହୁଏ। ସେଥିରୁ ଛତୁ ବିକ୍ରି କରି ୧୩୦ ଟଙ୍କା ପାଇ ଥାଉ ବୋଲି କୁହନ୍ତି, ସଦସ୍ୟା କେତକୀ ଲେଙ୍କା। ପ୍ରଡ୍ୟୁସର ଗ୍ରୁପ (ପିଜି) ୩୦ ଜଣ ସଦସ୍ୟ ଘଣ୍ଟାକୁ ଶହେରୁ ଅଧିକ ବେଡ ତିଆରି କରିଥାଉ। ଛତୁ ଚାଷ ପରିସରରେ ଥିବା ଖାଲି ଜାଗାରେ ସିଜନ ଅନୁଯାୟୀ ପରିବା ଲଗାଇ ଥାଉ। ଏବେ ବର୍ଷାଦିନ ଥିବାରୁ କଲରା, କାକୁଡି, ଛଚିନ୍ଦ୍ରା, ଜହ୍ନି ଆଦି ଲଗାଇଛୁ। ପରିବା ନିଜ ଘରକୁ ନେବା ପରେ ବଳକାକୁ ବିକ୍ରିକରି ଦେଉଛୁ ବୋଲି କୁହନ୍ତି ସୁମିତ୍ରା ସାହୁ। ପିପିଏଲ୍‌ ସିଏସ୍‌ଆର ମୁଖ୍ୟ ଓମ୍‌ପ୍ରକାଶ ସାହୁଙ୍କୁ ପଚାରିବାରେ ଆମେ ପ୍ରାଥମିକ ଉପକରଣ ଓ ତାଲିମ ଦେଇଥିଲୁ। ଏବେବି ଦରକାର ବେଳେ ସାମଗ୍ରୀ ଦେଉଛୁ। ସେହି ମହିଳାଙ୍କ ମଧ୍ୟରୁ ମାଷ୍ଟର ଟ୍ରେନର ଚୟନ କରି ଅନ୍ୟ ଏସ୍‌ଏଚ୍‌ଜିକୁ ତାଲିମ ଦେଉଛୁ। ଏବେ ୩୬୨ ଜଣ ମହିଳା ଛତୁ ଚାଷ କରି ସ୍ବାବଲମ୍ବୀ ହେଲେଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?