ଭୟଙ୍କର ରୂପ ନେଉଛି ସାମାଜିକ ଅପରାଧ

ଯାଜପୁର ଅଫିସ,୨୯ା୭: ରାଜ୍ୟରେ ଆପରାଧିକ ମାମଲା ବୃଦ୍ଧି ପାଇବା ସାଧାରଣରେ ଚିନ୍ତାର କାରଣ ହୋଇଛି। ସରକାରଙ୍କ ପକ୍ଷରୁ ଜାରି ଶ୍ୱେତପତ୍ରରୁ ଜଣାପଡିଛି ଯେ, ଗତ ବର୍ଷଠାରୁ ଚଳିତବର୍ଷ ଅପରାଧ ଦେଢ଼ଗୁଣ ବଢ଼ିଛି। ବିଶେଷକରି ୩,୩୧୭ ବଳାତ୍କାର, ୪,୦୯୫ ମହିଳା ନିର୍ଯାତନା, ୫,୧୩୮ ପ୍ରତାରଣା, ୯୩ ମାନବ ଚାଲାଣ ଭଳି ସାମାଜିକ ଅପରାଧ ଘଟିଛି। ଦାମ୍ପତ୍ୟ ସମ୍ପର୍କରେ ବିବାଦ ନେଇ ସାରା ଦେଶରେ ଏବଂ ରାଜ୍ୟରେ ନାହିଁ ନ ଥିବା ଆଲୋଡ଼ନ ସୃଷ୍ଟି ହୋଇଛି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧ରେ ମୋଟ ୧,୫୫,୪୨୦ ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ବେସରକାରୀ ଭାବେ ହିସାବ କଲେ ଉଲ୍ଲେଖ ସଂଖ୍ୟାଠାରୁ ୩ ଗୁଣା ଅପରାଧ ଘଟିଥିବ ବୋଲି ମତ ପ୍ରକାଶ ପାଇଛି। ଏହି କାରଣରୁ ଚାରି ଆଡ଼େ ଭୟ, ଆଶଙ୍କା ଓ ଅସନ୍ତୋଷ ବଢ଼ି ଚାଲିଛି। ସେଥିପାଇଁ ଅଖିଳଚକ୍ର ଓଡ଼ିଶା ପକ୍ଷରୁ ଏହାର ନିରାକରଣ ନିମନ୍ତେ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ପଣ୍ଡିତ ମହେଶ୍ୱର ନନ୍ଦ କହିଛନ୍ତି, ଅତୀତରେ ହିନ୍ଦୁଶାସ୍ତ୍ରରେ ଥିବା ସାମ-ଦାନ-ଦଣ୍ଡ-ଭେଦ ପ୍ରଥା ଉଠିଯିବା ଫଳରେ ସମାଜରେ ବିଲକ୍ଷଣ ବୃଦ୍ଧି ପାଉଛି। ଏମାନଙ୍କ ବ୍ୟତୀତ ଶିକ୍ଷାବିତ୍‌ ଗୋପୀନାଥ ଦାଶ, ଶିକ୍ଷୟିତ୍ରୀ ମିତା ଦାଶ, ଲେଖିକା ସୁଜାତା ପତି, ସାମାଜିକ କର୍ମୀ ମମତା ନାୟକ, ସୁପ୍ରିୟା ମହାପାତ୍ର, ନିର୍ମଳା ମିଶ୍ର, ବିଭୂତି ରଞ୍ଜନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ପାଶ୍ଚାତ୍ୟ ସଂସ୍କୃତି ପରିହାର, ସଂକୀର୍ଣ୍ଣ ସ୍ବାର୍ଥର ଊର୍ଦ୍ଧ୍ୱରେ ରହିବା, ନିଶା ନିବାରଣ, ଘୃଣ୍ୟ ପରକୀୟା ପ୍ରୀତି ବିଲୋପ, ଅଶ୍ଳୀଳତା ଦୂରୀକରଣ, ନାରୀ ନିର୍ଯାତନା, ଅଧିକ ବସ୍ତୁବାଦୀ ନ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ନିରାକରଣ ପାଇଁ ଆଇନ, ସଚେତନତା, ନୈତିକ ଶିକ୍ଷାର ପ୍ରସାର ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ହରେକୃଷ୍ଣ ପଣ୍ଡା ସୂଚନା ପ୍ରଦାନ କରି କହିଲେ, ସମାଜରେ ବ୍ୟଭିଚାର ବୃଦ୍ଧି ପାଇବା ଯୋଗୁ ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧକାର ମଧ୍ୟରେ ପଡିଛନ୍ତି। ଏଥିପାଇଁ ଶାସନ ବା ରାଜନୈତିକ ପ୍ରୋତ୍ସାହନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ଆବଶ୍ୟକ। କେବଳ ରାଜନୈତିକ ବ୍ୟକ୍ତିମାନେ ଏହାକୁ ନିୟନ୍ତ୍ରଣ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଅପରାଧମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ। ସରକାର ମଧ୍ୟ ଏଥିପାଇଁ ଆଇନ ତିଆରି କରିବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଜୀବନ ଗଲା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜଧାନୀସ୍ଥିତ ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଶନିବାର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ। ସେ...

କଳାକାରଙ୍କ ବକେୟା ପାଉଣା ଦେଲା ସଂସ୍କୃତି ବିଭାଗ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାକାରଙ୍କ ବକେୟା ପାଉଣା ଗୁରୁବାର ପ୍ରଦାନ କରାଯାଇଛି। ୨୦୧୯ ଆର୍ଥିକ ବର୍ଷରେ ଆୟୋଜିତ...

ମହିଳା ଓ ଶିଶୁ ସହାୟତା କେନ୍ଦ୍ର

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ସହାୟତା କେନ୍ଦ୍ର। ମାତ୍ର ବାଲେଶ୍ୱର ରେଳ...

ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ

ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।...

ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ

ପାପଡାହାଣ୍ଡି,୩୦ା୩,(ଡି.ଏନ୍‌.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା...

ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଆନ୍ଦୋଳନ: ଭାଜପା

ଭୁବନେଶ୍ବର, ୧୬ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏଠାରେ ବାଜିମାତ୍‌ କରିବାକୁ ବିଜେଡି ଏବଂ ଭାଜପା ଚାଷୀ ପ୍ରସଙ୍ଗକୁ ଢାଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ...

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି।...

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ତାଳଚେର,୨୯।୩(ଡି.ଏନ୍‌.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ...

Advertisement
Archives

Model This Week