୨୮୫ ପିଲାଙ୍କୁ ୩ ଶିକ୍ଷକ

ନାଉଗାଁ,୨୯ା୭(ସ୍ବ.ପ୍ର): ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୬୧ରେ ସ୍ଥାପନ ହୋଇଥିଲା। ଏହି ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନୂତନ ରୂପରେଖ ଦିଆଯାଇଛି। ବିଦ୍ୟାଳୟରେ ପାଠ ପଢିବା ପାଇଁ ଇ-ଲାଇବ୍ରେରି,୨ଟି ସ୍ମାର୍ଟ କ୍ଲାସ,ଗୋଟିଏ କମ୍ପୁଟର ଲାବ ସହ ଶିକ୍ଷାଦାନ ପାଇଁ ଅନେକ ଆନୁଷଙ୍ଗିକ ଉପକରଣ ପ୍ରଦାନ କରାଯାଇଛି । ମାତ୍ର ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଶିକ୍ଷକଙ୍କ ଅଭାବ ରହିଛି। ଫଳରେ ପିଲାଙ୍କ ପାଠପଢ଼ାରେ ସମସ୍ୟା ଉପୁଜିଛି।
ବିଦ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟାଳୟରେ ନବମ ଓ ଦଶମ ୨ଟି ଶ୍ରେଣୀ ରହିଛି। ଏଥିରେ ୬ଟି ସେକ୍ସନ ଥିବା ବେଳେ ଦଶମରେ ୧୪୩ ଓ ନବମରେ ୧୪୨ ପିଲାଙ୍କୁ ମିଶାଇ ୨୮୫ ଜଣ ପାଠ ପଢ଼ୁଛନ୍ତି। କିନ୍ତୁ ପାଠ ପଢାଇବା ପାଇଁ କେବଳ ୩ ଜଣ ଶିକ୍ଷକ ରହିଛନ୍ତି। ପ୍ରଧାନ ଶିକ୍ଷକ ପଦବୀ ମାସେ ହେବ ଖାଲି ପଡ଼ିଛି। ଏଠାରେ ପ୍ରଧାନ ଶିକ୍ଷକ ଭାବେ ନିରଞ୍ଜନ ମହାନ୍ତି କାର୍ଯ୍ୟ କରୁଥିଲେ। ସେ ଅବସର ନେବା ପରେ ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଦାୟିତ୍ୱରେ ରହିଛନ୍ତି। ସେହିପରି ବିଦ୍ୟାଳୟରେ ସମୁଦାୟ ପଦବୀ ସଂଖ୍ୟା ୧୧ ରହିଥିବା ବେଳେ ସେଥିମଧ୍ୟରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ୭ଟି ପଦବୀ ଖାଲି ରହିଛି। ବିଦ୍ୟାଳୟରେ ୪ ଜଣ କଳା ଶିକ୍ଷକ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୨ ଜଣ ରହିଛନ୍ତି। ଏହି ୨ ଜଣଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଥିବାରୁ ପାଠପଢାରେ ବାଧା ଉପୁଜିଛି। ସେହିପରି ଗଣିତ ଓ ବିଜ୍ଞାନରେ ୫ ପଦବୀ ରହିଥିବା ବେଳେ ୨ ଜଣ ଶିକ୍ଷକ ରହିଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଦୀର୍ଘ ୬ ମାସ ହେବ ଖାଲି ରହିଛି। ସେହିପରି ୨୦୧୯ ଡିସେମ୍ବରରୁ ଶିକ୍ଷକ ପଦବୀଗୁଡ଼ିକ ଖାଲିଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜ୍ଞାନ, ଗଣିତ, ଇଂଲିଶ୍‌ ପରି ବିଷୟରେ ଅଧିକାଂଶ ପିଲା ଦୁର୍ବଳ ରହୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପଢାଇବା ପାଇଁ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ୬ଟି ସେକ୍ସନରୁ କେବଳ ୩ ଶିକ୍ଷକ ୩ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଏହି ସମୟରେ ଅନ୍ୟ ଶ୍ରେଣୀଗୁଡିକରେ ପିଲା ଖାଲିରେ ବସି ରହୁଛନ୍ତି। ବିଦ୍ୟାଳୟରେ କମ୍ପ୍ୟୁଟର ଲାବ ନାମକୁ ମାତ୍ର ରହିଛି। ତେଣୁ ପିଲାମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏବିଷୟରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri