ଆମ ଜିଲା ଖବର

ଆଗେଇ ଚାଲିଛି ରଥ ନିର୍ମାଣ

ଧରାକୋଟ,୧୯ ।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗଡ଼ଜାତ ଅଞ୍ଚଳର ରଥଯାତ୍ରା ମଧ୍ୟରେ ଧରାକୋଟ ରଥଯାତ୍ରା ଏକ ଭିନ୍ନ ପରମ୍ପରା ଦେଇ ପାଳନ ହୋଇଆସୁଛି। ସବୁସ୍ଥାନରେ ବାହୁଡ଼ା ଯାତ୍ରା ପାଳନ ହୋଉଥିବା ବେଳେ ପୂର୍ବ ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ଏଠାରେ ଧୁମ୍‌ଧାମରେ ରଥଯାତ୍ରା…

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ…

ବସ୍‌-ଟ୍ରକ୍‌ ମୁହାଁମୁହିଁ, ୩ ଗୁରୁତର

ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ରବିବାର ଭୋର୍‌ ସମୟରେ ସରକାରୀ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ୩ ଡ୍ରାଇଭର ଗୁରୁତର ଥିବା ବେଳେ ୧୮ଜଣ ଯାତ୍ରୀ ଆହତ ହୋଇଛନ୍ତି।…

ଅସରାଏ ବର୍ଷାରେ ରାସ୍ତାରେ ପାଣି

ମୋରଡା,୧୯ ।୬ (ଡି.ଏନ.ଏ.) ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚୟତର ହଳଦୀପାଳ ଗ୍ରାମରେ ଅସରାଏ ବର୍ଷାରେ ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ଚାରି ଓ ପାଞ୍ଚ ନମ୍ବର ୱାର୍ଡ ରହିଥିବା ବେଳେ…

ପାଣିନଗର ଗାଁରେ ଜବରଦଖଲ ଉଚ୍ଛେଦ

ରୂପସା,୧୯ ।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଗ୍ରାମରେ ଏକ ଗରିବ ପରିବାର ବାସ କରିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେବାରୁ ଘର ସମ୍ମୁଖରେ ଥିବା ସରକାରୀ ଜାଗା…

ଜଗା ଦର୍ଶନ ଲାଗି ପଦଯାତ୍ରାରେ ବୃଦ୍ଧ

ବାଲେଶ୍ୱର ଅଫିସ,୧୯ ।୬: ବାଲେଶ୍ୱର ଜିଲା ଔପଦା ବ୍ଲକ ସାନପାଟପୁର ଗାଁର ବୃଦ୍ଧ ସୁରେନ୍ଦ୍ର ମଣ୍ଡଳ ଚାଲି ଚାଲି ଜଗା ଦର୍ଶନ ପାଇଁ ବାହାରିଛନ୍ତି। ହାତରେ କିଛି ଲୁଗାପଟା ରଖିଥିବା ବ୍ୟାଗ୍‌, ସାହସ କହିଲେ ଖଣ୍ଡେ ବାଡ଼ି ବ୍ୟତୀତ ଆଉ କିଛି…

ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କୁ ଆକ୍ରମଣ

ବୁଗୁଡ଼ା,୧୯ ।୬(ଡି.ଏନ.ଏ.) ସ୍ତ୍ରୀ ଫରେଷ୍ଟର ହେଲେ ସ୍ବାମୀ ଚଳାଇଛନ୍ତି ଦୌରାତ୍ମ୍ୟ। ଗତ ଶୁକ୍ରବାର ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କ ହାତ ଭାଙ୍ଗି ଦେଇଥିବା ଜଣେ ଫରେଷ୍ଟରଙ୍କ ସ୍ବାମୀଙ୍କ ନଁାରେ ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ…

ବୋହୂଙ୍କ କାଠଫାଳିଆରେ ଶ୍ୱଶୁରଙ୍କ ଜୀବନ ଗଲା

ଆସିକା,୧୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଶ୍ୱଶୁରକୁ କାଠଫାଳିଆରେ ପିଟି ପିଟି ମାରିଦେଇଛନ୍ତି ବୋହୂ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ(୫୫)। ବୋହୂ ସୁଲତା ନାୟକଙ୍କୁ ପୋଲିସ…

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର

ନରସିଂହପୁର,୧୯ା୬(ଡି.ଏନ୍‌.ଏ.): କଟକ ଜିଲା କାନପୁର ଥାନା ଅଞ୍ଚଳରେ ରାସ୍ତାରେ ଆମ୍ବୁଲାନ୍ସ ରଖି ଗଛରେ ରଶି ଲଗାଇ ଜଣେ ଡ୍ରାଇଭର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାବୁଲି ସେନାପତି(୩୫)। ତାଙ୍କ ଘର ତିଗିରିଆ ଥାନା ବିନ୍ଧାଣିମା ଗାଁରେ। ସେ…

ମନ୍ଦିରରୁ ହୁଣ୍ଡି ଚୋରି

ବ୍ରହ୍ମପୁର ଅଫିସ,୧୯ା୬: ସହରରେ ଚୋରି ବଢ଼ିବାରେ ଲାଗିଛି। ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁର କଲୋନୀରେ ଥିବା ଶିବ ମନ୍ଦିର ହୁଣ୍ଡି ଚୋରି ହୋଇଛି। ରବିବାର ସକାଳେ ପୂଜକ ମନ୍ଦିର ଭିତରକୁ ଯିବା ବେଳେ ସେଠାରେ ହୁଣ୍ଡି…

ରଥଖଳା ଚଳଚଞ୍ଚଳ, ଲାଗିଲା କଇଁଚି

ପୁରୀ ଅଫିସ,୧୯।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ବଡ଼ପୋଟଳ ଉଠିବା ପରେ ଶନିବାର ତିନି ରଥରେ କଇଁଚି ବାଡ଼ିଆ ହୋଇଛି । ବିଶ୍ୱକର୍ମାମାନେ…

୭ ବର୍ଷ ପରେ ଖୁସିକୁ ମିଳିବ ସାଥୀ

ବାରଙ୍ଗ,୧୯।୬(ଡି.ଏନ୍‌.ଏ.): ନନ୍ଦନକାନନରେ ରହୁଥିବା ଜିରାଫ ‘ଖୁସି’ପାଇଁ ଏକ ସାଥୀ ଆସିବ। ୭ ବର୍ଷ ଧରି ଖୁସି ନିଃସଙ୍ଗ ଜୀବନ ବିତାଉଥିଲା। ଅଲିପୁର ଚଡ଼ିଆଖାନାରୁ ଖୁସି ପାଇଁ ସାଥୀ ଆଣିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ଖୁସି ଓ ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?