ବ୍ରହ୍ମବରଦା,୬।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସଲମା ବିବିଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରଖଣ୍ଡେ ନ ଥିବାରୁ ଏହି ପରିବାର ଭଙ୍ଗା ଆଜବେଷ୍ଟସ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଘର ଯୋଗାଇ ଦେଉଥିଲେ ମଧ୍ୟ ସଲମାଙ୍କ ପାଖରେ ତାହା ପହଞ୍ଚତ୍ ପାରିନାହିଁ। ସଲମାଙ୍କ ପରିବାର କହିଲେ ସ୍ବାମୀ ରିୟାଜୁଦ୍ଦିନ ଓ ୩ ଝିଅ। ରିୟାଜୁଦ୍ଦିନ ରାଜ୍ୟ ବାହାରେ ରହି ଦାଦନ ଖଟନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାରର ଖାଇବା ଖର୍ଚ୍ଚ ଏବଂ ପିଲାଙ୍କ ପାଠପଢ଼ାରେ ସରିଯାଏ। ଅର୍ଥ ଅଭାବରୁ ସଲମା ପକ୍କା ଘରଟିଏ କରି ପାରିନାହାନ୍ତି।
ଏପରି କି ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିଲେ ସୁଦ୍ଧା ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ କାର୍ଡ ଖଣ୍ଡେ ମିଳି ପାରିନାହିଁ। ଯେଉଁ ଆଜବେଷ୍ଟ ଘର ଖଣ୍ଡେ ରହିଛି ସେଥିରୁ ବିଭିନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତେଣୁ ସଲମା ଘର ଖଣ୍ଡେ ପାଇବା ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ୱାର୍ଡ ସଭ୍ୟଙ୍କ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ସବୁଠି ନିରାଶ ହୋଇଛନ୍ତି। ତେଣୁ ଜିଲାପାଳ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସଲମାଙ୍କ ପରିବାରକୁ ଏକ ପକ୍କାଘର ଓ ରାଶନକାର୍ଡ ଯୋଗାଇ ଦେବାକୁ ଦାବି ହୋଇଛି।
Posted inHome Left, ଆମ ଜିଲା ଖବର, ଯାଜପୁର View All
ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍, ୬ ମାସ ମାଗଣା ରିଚାର୍ଜ
ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍ ସହ ୬ ମାସର ମାଗଣା…
ସ୍ମିତ୍ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍ ନିଜର ଅନୁଭୂତି…
ମିଠା ପ୍ୟାକେଟ୍ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ
ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…
ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି
ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…
ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….
ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍ପିଟ୍ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…
କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…
ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…
ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍
ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…
ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…
ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

