ପାଣି ଉଠିବ, ନଦୀ ଶୁଖିବ

ଯାଜପୁର ଅଫିସ,୬ା୮: ରାଜ୍ୟର ସିଙ୍ଗଲ ଓ୍ବିଣ୍ଡୋ କ୍ଲିଏରାନ୍ସ ସିଷ୍ଟମ୍‌ (ଏସ୍‌ଡବ୍ଲ୍ୟୁସିଏସ୍‌) ମାଧ୍ୟମରେ ଶିଳ୍ପ ସଂସ୍ଥା ଦ୍ୱାରା ସ୍ଲରି ପାଇପ ଲାଇନ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହିସବୁ ପ୍ରକଳ୍ପରେ ୭,୮୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈତରଣୀ ନଦୀରୁ ୫ ପ୍ରକଳ୍ପ, ବ୍ରାହ୍ମଣୀ ଓ ଅରଡେଇ ନଦୀରୁ ଗୋଟିଏ ଲେଖାଏ ପ୍ରକଳ୍ପ ଏବଂ ଅନ୍ୟ ୫ଟି ପ୍ରକଳ୍ପ ପାଇଁ ଜଳ ଉତ୍ସ ନିର୍ଦ୍ଧାରଣ ହୋଇ ନ ଥିବା ଜଣାପଡିଛି। ପ୍ରକଳ୍ପଗୁଡ଼ିକ ପାଇଁ ୧୧୦.୪୬ ଘନମିଟରରୁ ଊର୍ଦ୍ଧ୍ୱ ପରିମାଣର ପାଣି ଆବଶ୍ୟକ। ଏଭଳି ସ୍ଥିତିରେ ଖରାଦିନେ ବୈତରଣୀ ସହ ଅନ୍ୟାନ୍ୟ ନଦୀ ଶୁଷ୍କ ହେବା ନିଶ୍ଚିତ ବୋଲି ନଦୀ ସୁରକ୍ଷା ସମିତି ହୃଦୟଙ୍ଗମ କରିଛି। ଏହି ମର୍ମରେ ଗତ ୧ ତାରିଖରେ ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ନିଯୁକ୍ତି ପ୍ରଲୋଭନ ପରବର୍ତ୍ତୀ ସମୟରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ହତାଶ କରୁଥିବାରୁ ଉପରୋକ୍ତ ପ୍ରତିଶ୍ରୁତି ଧୂଅଁାବାଣ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଆଖପାଖ ଅଞ୍ଚଳର ୧ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ରକ ମାଲିକ ଓ କର୍ମଚାରୀ ସ୍ଲରି ପାଇପ୍‌ଲାଇନ୍‌ ଯୋଗୁ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ ହେଉଛି।
ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଦେଇଥିବା ଉତ୍ତର ଅନୁସାରେ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ବିକାଶ ବିଭାଗ,
ଜଳ ସମ୍ପଦ ବିଭାଗ, ଭାରତୀୟ ରେଲଓ୍ବେଠାରୁ ୧୨ଟି ସ୍ଲରି ପାଇପ ଲାଇନ କାର୍ଯ୍ୟକାରୀ କରିବାକୁ ଅନୁମତି ମିଳିଛି। ଏଥିରେ ଏସାର ଷ୍ଟିଲ ଓଡିଶା ବଡବିଲ-ପାରାଦୀପ ପର୍ଯ୍ୟନ୍ତ ସ୍ଲରି ପାଇପ ଲାଇନ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରେ ୧୦,୭୨୪ କୋଟି ଟଙ୍କାର ବିନିଯୋଗ ହେଉଥିବାବେଳେ ୩୧୮୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ବୈତରଣୀ ନଦୀରୁ ସେକେଣ୍ଡ ପ୍ରତି ୧୧.୭୭ ଘନମିଟର ପାଣି ବ୍ୟବହାର ହେବ। ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିଃ ବଡବିଲ-ଡୁବୁରୀ ପର୍ଯ୍ୟନ୍ତ ସ୍ଲରି ପାଇପ ଲାଇନ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇ ସାରିଛି। ଏଥିପାଇଁ ବୈତରଣୀ ନଦୀରୁ ୪.୭୦ ଘନମିଟର ପାଣି ବ୍ୟବହାର ହେଉଛି। ଏଥିରେ ୧,୪୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳ ୧୧୨୨ ଜଣ ନିଯୁକ୍ତି ପାଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଏହି ନିଯୁକ୍ତି ସଂଖ୍ୟା ଉପରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ସେହିପରି ଯୋଡ଼ା-କୋଇଡ଼ା ପର୍ଯ୍ୟନ୍ତ ସ୍ଲରି ପାଇପ୍‌ଲାଇନରେ ଜେଏସ୍‌ଡବ୍ଲ୍ୟୁ ଉକତ୍ଳ ଷ୍ଟିଲ ଲିଃ ବୈତରଣୀରୁ ୩୯ ଘନମିଟର ପାଣି ନେବାକୁ ଯୋଜନା ଥିବାବେଳେ ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ। ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ ଲିଃ କେନ୍ଦୁଝର-ପାରାଦୀପ ପର୍ଯ୍ୟନ୍ତ ବୈତରଣୀରୁ ୨୮ ଘନମିଟର ପାଣି ନେଉଥିବାବେଳେ ୨୧୭ ଜଣ ନିଯୁକ୍ତି ପାଇବେ, ସୁନ୍ଦରଗଡ଼ ଜିଲା ରୁଙ୍ଗଟା ମାଇନ୍ସ ଲିଃ ବ୍ରାହ୍ମଣୀ ନଦୀରୁ ୧୮.୭୦ ଘନମିଟର ପାଣି ନେବ ଏବଂ ୭୨ ଜଣ ନିଯୁକ୍ତି ଦେବ, ଏସାର୍‌ ମିନମେଣ୍ଟ ଲିଃ ଧନୁର୍ଯ୍ୟପୁର-ପାରାଦୀପ ପର୍ଯ୍ୟନ୍ତ ବୈତରଣୀରୁ ୭.୧୬ ଘନମିଟର ପାଣି ନେବ ଏବଂ ୧୪୬୮ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ, ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ ଅରଡେଇ ନଦୀରୁ ୧.୧୩ ଘନମିଟର ପାଣି ନେଇ ୭୬୦ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ ବଂଶପାଳ ଅରଡେଣ୍ଟ ଷ୍ଟିଲ ଲିଃ, କୋଇଡା ଏନର୍ଭାକେୟାର ଇନ୍‌ଫ୍ରା ସଲ୍ୟୁସନ ପ୍ରା.ଲି., ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ଲିଃ, ଭୂଷଣ ଷ୍ଟିଲ ଲିଃ ଏବଂ ଜିଭି ମାଇନ୍ସ ମିନେରାଲ୍ସ ଆଣ୍ଡ ମେଟାଲ ପ୍ରା.ଲି, କେଉଁ ନଦୀରୁ କେତେ ପାଣି ନେବ ତାହା ଏଯାଏ ନିର୍ଦ୍ଧାରଣ ହୋଇନାହିଁ।
ସ୍ଲରି ପାଇପଲାଇନରେ ବ୍ୟବହାର ହେଉଥିବା ଜଳ ଉପରେ ରାଜସ୍ବ
ଆଦାୟ କରିବାକୁ ନୀତି ନିର୍ଦ୍ଧାରଣ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ୩୪ ଇଞ୍ଚ ବ୍ୟାସ ପରିମିତ ଏହି ସ୍ଲରି ପାଇପ୍‌ ଲାଇନ କେନ୍ଦୁଝର, ଯାଜପୁର, କଟକ, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର ଜିଲାର ୭.୪୫୦ କି.ମି. ନଦୀ, କେନାଲ, ନାଳ, ଡ୍ରେନ ଅତିକ୍ରମ କରିବ। ଏହାସହ ପ୍ରାୟ ୭୦ କି.ମି. ସଂରକ୍ଷିତ ଜଙ୍ଗଲ, ୩୦ କି.ମି. ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଓ ୨୦ କି.ମି. ଅନ୍ୟାନ୍ୟ ଜଙ୍ଗଲ ଦେଇଯାଉଥିବା କୁହାଯାଉଛି ା ତେବେ ଏଥିପାଇଁ ନଦୀଗୁଡିକ ଶୁଷ୍କ ଓ ପ୍ରଦୂଷିତ ହେଉଛି ବୋଲି ନଦୀ ସୁରକ୍ଷା ସମିତି ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ନଦୀଗୁଡିକର ସୁରକ୍ଷା କରିବାକୁ ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ନିଆଁ ପ୍ରଭାବ: ସୀମାନ୍ତବର୍ତ୍ତୀ ଗାଁ ଧୂଆଁମୟ

ପାଟଣା,୧୧।୩: ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲା ଶିମିଳିପାଳ ବନାଞ୍ଚଳ ନିଆଁରେ ଜଳୁଥିବା ବେଳେ ଏହାର ପ୍ରଭାବରେ ତତ୍‌ସଂଲଗ୍ନ କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ ଅଞ୍ଚଳ...

ତଳମୂଳରେ ହାତୀପଲ, ଲୋକେ ଆତଙ୍କିତ

ବଅଁରପାଳ,୧୩ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଓ ମହୀଧରପୁର ଅଞ୍ଚଳକୁ ବୁଧବାର ରାତିରୁ ୧୭ଟି ହାତୀ ପଳାଇ ଆସିଛନ୍ତି। ହାତୀପଲକୁ ଦେଖି ଅଞ୍ଚଳବାସୀ...

୨୨୦ ପେଟି ବିଦେଶୀ ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ରମ୍ଭା,୨୨।୪: ୧୬ ନମ୍ବର ଜାତୀୟ ରାଜପଥରେ ରମ୍ଭା ପୋଲିସ ଯାନବାହାନ ଯାଞ୍ଚ ସମୟରେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଟ୍ରକରୁ ବିଦେଶୀ ମଦ ଜବତ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭଦ୍ରକ ଅଫିସ,୯।୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୭୯ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ...

ପୁରୀ ହାଜତ ମୃତ୍ୟୁ ମାମଲା: ସତ୍ୟ ପାଠ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସରକାର ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ଅସ୍ବୀକାର କରିଛନ୍ତି। ଏହା ସହ...

ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ

ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ...

ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା...

ମହିଳାଙ୍କ ମତଦାନ ହାର ବେଶୀ

ଢେଙ୍କାନାଳ ଅଫିସ, ୨୫।୪- ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷହୋଇଛି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ଇଭିଏମ୍‌...

Advertisement
Archives

Model This Week