ପାଣି ଉଠିବ, ନଦୀ ଶୁଖିବ

ଯାଜପୁର ଅଫିସ,୬ା୮: ରାଜ୍ୟର ସିଙ୍ଗଲ ଓ୍ବିଣ୍ଡୋ କ୍ଲିଏରାନ୍ସ ସିଷ୍ଟମ୍‌ (ଏସ୍‌ଡବ୍ଲ୍ୟୁସିଏସ୍‌) ମାଧ୍ୟମରେ ଶିଳ୍ପ ସଂସ୍ଥା ଦ୍ୱାରା ସ୍ଲରି ପାଇପ ଲାଇନ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହିସବୁ ପ୍ରକଳ୍ପରେ ୭,୮୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈତରଣୀ ନଦୀରୁ ୫ ପ୍ରକଳ୍ପ, ବ୍ରାହ୍ମଣୀ ଓ ଅରଡେଇ ନଦୀରୁ ଗୋଟିଏ ଲେଖାଏ ପ୍ରକଳ୍ପ ଏବଂ ଅନ୍ୟ ୫ଟି ପ୍ରକଳ୍ପ ପାଇଁ ଜଳ ଉତ୍ସ ନିର୍ଦ୍ଧାରଣ ହୋଇ ନ ଥିବା ଜଣାପଡିଛି। ପ୍ରକଳ୍ପଗୁଡ଼ିକ ପାଇଁ ୧୧୦.୪୬ ଘନମିଟରରୁ ଊର୍ଦ୍ଧ୍ୱ ପରିମାଣର ପାଣି ଆବଶ୍ୟକ। ଏଭଳି ସ୍ଥିତିରେ ଖରାଦିନେ ବୈତରଣୀ ସହ ଅନ୍ୟାନ୍ୟ ନଦୀ ଶୁଷ୍କ ହେବା ନିଶ୍ଚିତ ବୋଲି ନଦୀ ସୁରକ୍ଷା ସମିତି ହୃଦୟଙ୍ଗମ କରିଛି। ଏହି ମର୍ମରେ ଗତ ୧ ତାରିଖରେ ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ନିଯୁକ୍ତି ପ୍ରଲୋଭନ ପରବର୍ତ୍ତୀ ସମୟରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ହତାଶ କରୁଥିବାରୁ ଉପରୋକ୍ତ ପ୍ରତିଶ୍ରୁତି ଧୂଅଁାବାଣ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଆଖପାଖ ଅଞ୍ଚଳର ୧ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ରକ ମାଲିକ ଓ କର୍ମଚାରୀ ସ୍ଲରି ପାଇପ୍‌ଲାଇନ୍‌ ଯୋଗୁ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ ହେଉଛି।
ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଦେଇଥିବା ଉତ୍ତର ଅନୁସାରେ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ବିକାଶ ବିଭାଗ,
ଜଳ ସମ୍ପଦ ବିଭାଗ, ଭାରତୀୟ ରେଲଓ୍ବେଠାରୁ ୧୨ଟି ସ୍ଲରି ପାଇପ ଲାଇନ କାର୍ଯ୍ୟକାରୀ କରିବାକୁ ଅନୁମତି ମିଳିଛି। ଏଥିରେ ଏସାର ଷ୍ଟିଲ ଓଡିଶା ବଡବିଲ-ପାରାଦୀପ ପର୍ଯ୍ୟନ୍ତ ସ୍ଲରି ପାଇପ ଲାଇନ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରେ ୧୦,୭୨୪ କୋଟି ଟଙ୍କାର ବିନିଯୋଗ ହେଉଥିବାବେଳେ ୩୧୮୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ବୈତରଣୀ ନଦୀରୁ ସେକେଣ୍ଡ ପ୍ରତି ୧୧.୭୭ ଘନମିଟର ପାଣି ବ୍ୟବହାର ହେବ। ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିଃ ବଡବିଲ-ଡୁବୁରୀ ପର୍ଯ୍ୟନ୍ତ ସ୍ଲରି ପାଇପ ଲାଇନ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇ ସାରିଛି। ଏଥିପାଇଁ ବୈତରଣୀ ନଦୀରୁ ୪.୭୦ ଘନମିଟର ପାଣି ବ୍ୟବହାର ହେଉଛି। ଏଥିରେ ୧,୪୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳ ୧୧୨୨ ଜଣ ନିଯୁକ୍ତି ପାଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଏହି ନିଯୁକ୍ତି ସଂଖ୍ୟା ଉପରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ସେହିପରି ଯୋଡ଼ା-କୋଇଡ଼ା ପର୍ଯ୍ୟନ୍ତ ସ୍ଲରି ପାଇପ୍‌ଲାଇନରେ ଜେଏସ୍‌ଡବ୍ଲ୍ୟୁ ଉକତ୍ଳ ଷ୍ଟିଲ ଲିଃ ବୈତରଣୀରୁ ୩୯ ଘନମିଟର ପାଣି ନେବାକୁ ଯୋଜନା ଥିବାବେଳେ ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ। ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ ଲିଃ କେନ୍ଦୁଝର-ପାରାଦୀପ ପର୍ଯ୍ୟନ୍ତ ବୈତରଣୀରୁ ୨୮ ଘନମିଟର ପାଣି ନେଉଥିବାବେଳେ ୨୧୭ ଜଣ ନିଯୁକ୍ତି ପାଇବେ, ସୁନ୍ଦରଗଡ଼ ଜିଲା ରୁଙ୍ଗଟା ମାଇନ୍ସ ଲିଃ ବ୍ରାହ୍ମଣୀ ନଦୀରୁ ୧୮.୭୦ ଘନମିଟର ପାଣି ନେବ ଏବଂ ୭୨ ଜଣ ନିଯୁକ୍ତି ଦେବ, ଏସାର୍‌ ମିନମେଣ୍ଟ ଲିଃ ଧନୁର୍ଯ୍ୟପୁର-ପାରାଦୀପ ପର୍ଯ୍ୟନ୍ତ ବୈତରଣୀରୁ ୭.୧୬ ଘନମିଟର ପାଣି ନେବ ଏବଂ ୧୪୬୮ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ, ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ ଅରଡେଇ ନଦୀରୁ ୧.୧୩ ଘନମିଟର ପାଣି ନେଇ ୭୬୦ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ ବଂଶପାଳ ଅରଡେଣ୍ଟ ଷ୍ଟିଲ ଲିଃ, କୋଇଡା ଏନର୍ଭାକେୟାର ଇନ୍‌ଫ୍ରା ସଲ୍ୟୁସନ ପ୍ରା.ଲି., ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ଲିଃ, ଭୂଷଣ ଷ୍ଟିଲ ଲିଃ ଏବଂ ଜିଭି ମାଇନ୍ସ ମିନେରାଲ୍ସ ଆଣ୍ଡ ମେଟାଲ ପ୍ରା.ଲି, କେଉଁ ନଦୀରୁ କେତେ ପାଣି ନେବ ତାହା ଏଯାଏ ନିର୍ଦ୍ଧାରଣ ହୋଇନାହିଁ।
ସ୍ଲରି ପାଇପଲାଇନରେ ବ୍ୟବହାର ହେଉଥିବା ଜଳ ଉପରେ ରାଜସ୍ବ
ଆଦାୟ କରିବାକୁ ନୀତି ନିର୍ଦ୍ଧାରଣ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ୩୪ ଇଞ୍ଚ ବ୍ୟାସ ପରିମିତ ଏହି ସ୍ଲରି ପାଇପ୍‌ ଲାଇନ କେନ୍ଦୁଝର, ଯାଜପୁର, କଟକ, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର ଜିଲାର ୭.୪୫୦ କି.ମି. ନଦୀ, କେନାଲ, ନାଳ, ଡ୍ରେନ ଅତିକ୍ରମ କରିବ। ଏହାସହ ପ୍ରାୟ ୭୦ କି.ମି. ସଂରକ୍ଷିତ ଜଙ୍ଗଲ, ୩୦ କି.ମି. ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଓ ୨୦ କି.ମି. ଅନ୍ୟାନ୍ୟ ଜଙ୍ଗଲ ଦେଇଯାଉଥିବା କୁହାଯାଉଛି ା ତେବେ ଏଥିପାଇଁ ନଦୀଗୁଡିକ ଶୁଷ୍କ ଓ ପ୍ରଦୂଷିତ ହେଉଛି ବୋଲି ନଦୀ ସୁରକ୍ଷା ସମିତି ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ନଦୀଗୁଡିକର ସୁରକ୍ଷା କରିବାକୁ ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?