ସାଇକେଲ, ବାଇକ୍‌ ଚାଳକଙ୍କୁ ଧକ୍କାଦେଲା ମୋ ବସ୍‌

ବାରଙ୍ଗ,୬।୮(ଡି.ଏନ୍‌.ଏ.): ରଘୁନାଥପୁର ଗାଁ ମୁଣ୍ଡରେ ଗୁରୁବାର ସାଇକେଲ ନେଇ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଜଣେ ବାଇକ୍‌ ଚାଳକକୁ ଏକ ମୋ ବସ୍‌ ଧକ୍କା ଦେଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଅଟକ ରଖିଥିଲେ। କିନ୍ତୁ ବସ୍‌ ଚାଳକ ବସ୍‌ ଆଗରେ ରଖା ଯାଇଥିବା ବାଇକ୍‌କୁ ଧକ୍କାଦେଇ ଯିବାକୁ ଉଦ୍ୟମ କରିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପାଟି କରିବା ସହ ନନ୍ଦନକାନନକୁ ଆସୁଥିବା ସମସ୍ତ ମୋ ବସ୍‌କୁ ୧ଘଣ୍ଟା କାଳ ଅଟକ ରଖିଥିଲେ। ଖବରପାଇ ନନ୍ଦନକାନନ ଥାନା ପୋଲସି ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ ପରେ ଅଟକ ଥିବା ଅନ୍ୟ ମୋ ବସ୍‌ଗୁଡିକୁ ଯିବାକୁ ଦେଇଥିଲେ। ପ୍ରକାଶ ଯେ, ଓଡି ୩୩-ଭି-୪୫୭୭ନଂ. ମୋ ବସ୍‌ଟି ସକାଳ ୮ଟା ସୁଦ୍ଧା ମାଷ୍ଟରକ୍ୟାଣ୍ଟିନରୁ ନନ୍ଦନକାନନକୁ ଯାତ୍ରୀ ନେଇ ଆସୁଥିଲା। ରଘୁନାଥପୁର ଗାଁ ମୁଣ୍ଡ ଦେଇ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର କାଳୁ ବେହେରା ସାଇକେଲରେ ଯାଉଥିବାବେଳେ ପଛପଟରୁ ତାଙ୍କୁ ଧକ୍କାଦେଇଥିଲା। ଫଳରେ ସାଇକେଲରୁ ସେ ଛିଟିକି ରାସ୍ତାକଡ଼ରେ ପଡିଥିଲେ। ଏହି ସମୟରେ ଏକ ବାଇକ୍‌ରେ ଆସୁଥିବା ଦୁଇଜଣଙ୍କୁ ବସ୍‌ଟି ସାଇଡ୍‌ ମାରିବାରୁ ସେମାନେ ମଧ୍ୟ ଛିଟିକି ହୋଇ ପଡିଥିଲେ। ଦୁର୍ଘଟଣା ଘଟାଇ ବସ୍‌ଟି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବାଇକ ଚାଳକ ଉଠିପଡ଼ି ବସ୍‌ ଆଗରେ ତାଙ୍କ ବାଇକକୁ ରଖି ଦେବାରୁ ବସ୍‌ଟି ଯାଇପାରି ନ ଥିଲା। ଅନ୍ୟପଟେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ଆହତ ହୋଇଥିବା କାଳୁଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ଏହି ସମୟରେ ପୁଣି ବସ୍‌ ଚାଳକ ବସ୍‌କୁ ଆଗକୁ ନେବାକୁ ପୁନର୍ବାର ଉଦ୍ୟମ କରିବାରୁ ଉପସ୍ଥିତ ଲୋକମାନେ ଉତ୍ତେଜିତ ହୋଇପଡିବା ସହ ନନ୍ଦନକାନନକୁ ଆସୁଥିବା ସମସ୍ତ ମୋ ବସ୍‌କୁ ଅଟକାଇଥିଲେ। ଦ୍ରୁତଗତିରେ ଗାଡି ଚଳାଇବା, ମନଇଚ୍ଛା ରାସ୍ତାମଝିରେ ଗାଡିରଖିବା ଦ୍ୱାରା ଦୁର୍ଘଟଣା ବଢୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇଁ ଦାବି କରିଥିଲେ। ଖବରପାଇ ପୋଲିସ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ପରେ ରାସ୍ତାରୁ ମୋ ବସ୍‌ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri