ଆମ ଜିଲା ଖବର

ରଥଯାତ୍ରା ଦାୟିତ୍ୱରେ ୮୧ ମାଜିଷ୍ଟ୍ରେଟ୍‌

ପୁରୀ ଅଫିସ,୧୯।୬: ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ସୁଚାରୁରୂପେ ରଥଯାତ୍ରା ସମ୍ପନ୍ନ କରାଇବାକୁ ୮୧ଜଣ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିବେ। ଏମାନେ ଜୁନ୍‌ ୨୯ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ପୁରୀରେ ରହି କାର୍ଯ୍ୟ କରିବେ। ସେହିପରି ୧୫…

ବହୁ ଟ୍ରେନ୍‌ ରଦ୍ଦ, ଦିଗ ପରିବର୍ତ୍ତନ

ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଯାତ୍ରୀବାହୀ ଟ୍ରେନ ଆଂଶିକ ରଦ୍ଦ ଓ ଦିଗ ପରିବର୍ତ୍ତନ ହୋଇଛି।…

ରାଜନୈତିକ ଛକାପଞ୍ଝା ଜୋର ଧରିଲା

ଡେରାବିଶ, ୧୯।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ରବିବାର ଅର୍ଥାତ୍‌ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ନିର୍ବାଚନରେ ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ମଧ୍ୟରୁ ୬ଟିରେ ନିର୍ବାଚନ…

ଅର୍ଥନୀତିଭିତ୍ତିକ କୃଷି ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ,୧୯।୬: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ…

ନାମକୁ ରାସ୍ତା ସଫେଇ : ଭାରିଯାନ ଯାତାୟାତରେ ବାଧା

ନାଉଗାଁ,୧୯।୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରତିବର୍ଷ ରାସ୍ତା ସଫେଇ ନାଁରେ ଲକ୍ଷାଧିକ ଖର୍ଚ୍ଚ ହେଉଛି। ମାତ୍ର ଏହି ସଫେଇ କାମ ନାମକୁ ମାତ୍ର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହାର ଉଦାହରଣ କୋକିଢିହ-ତେଲସରା ରାସ୍ତାରେ ଦେଖିବାକୁ ମିଳିଛି। ୧୨ କିଲୋମିଟର ଲମ୍ବ…

ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ୍‌

ଜଗତ୍‌ସିଂହପୁର ଅଫିସ,୧୯।୬: ଜଗତ୍‌ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ। ୧୯୯୯ ମହାବାତ୍ୟାରେ ଜିଲାର ବହୁ କ୍ଷତି ହୋଇଥିଲା। ବହୁ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ଧନ,…

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ପୁରୀ ଅଫିସ, ୧୯।୬- ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ରବିବାର ଫୁଲୁରି ତେଲ ଲାଗି…

ରାଜ୍ୟ, କେନ୍ଦ୍ର ସରକାର ସବୁକ୍ଷେତ୍ରରେ ବିଫଳ: କଂଗ୍ରେସ

ଅମରପାଲି, ୧୯।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା କଂଗ୍ରେସ ତରଫରୁ ନବସଂକଳ୍ପ ଶିବିରର ଜିଲାସ୍ତରୀୟ କର୍ମଶାଳା ଶନିବାର ବୀରମହାରାଜପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ କଂଗ୍ରେସ କମିଟି ସଭାପତି ବସନ୍ତ ମହାକୁଡ଼ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଶିବିରରେ ଜିଲାର କଂଗ୍ରେସ…

ବିପଦରେ ୪୮ ସ୍ଥାନର ବାସିନ୍ଦା

ଯାଜପୁର ଅଫିସ,୧୯।୬: ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ‘ଆଇଏସ୍‌: ୧୦୫୦୦-୨୦୧୨’ ମାପଦଣ୍ଡ ଅନୁଯାୟୀ ରାଜ୍ୟର ୨୫ ଜିଲାର ୪୮ ସ୍ଥାନର ଭୂତଳ ଜଳ ବ୍ୟବହାର ଅନୁପଯୋଗୀ। ଏହିସବୁ ସ୍ଥାନର ଭୂତଳ ଜଳରେ ପୋଟେନ୍‌ସିଆଲ ଅଫ୍‌ ହାଇଡ୍ରୋଜେନ(ପିଏଚ୍‌), ନାଇଟ୍ରେଟ୍‌, ଫ୍ଲୋରାଇଡ, ଆଇରନ୍‌, ଟୋଟଲ…

୮ଦିନରେ ବଦଳିଗଲା ବ୍ଲଡ୍‌ଗ୍ରୁପ

ବୌଦ୍ଧ,୧୯।୬ (ସ୍ବ.ପ୍ର.): ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷାଗୁଡିକ ଖାମଖିଆଲିଭାବେ କରାଯାଉଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମର ବିବେକାନନ୍ଦ ସାହୁଙ୍କର ଏକ ପୁତ୍ର ସନ୍ତାନ ଗତ ଜୁନ୍‌ ୯ରେ ଜନ୍ମ…

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ସୋମାଲିକା

ଜଗତ୍‌ସିଂହପୁର ଅଫିସ,୧୯।୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା ଦାଶ (୨୯)ଙ୍କ ବିବାହ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଶନିବାର…

ଚିଲିକାରେ ବୁଡ଼ିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୧୯।୬: ଚିଲିକାରୁ ମାଛ ଧରି କୂଳକୁ ଫେରୁଥିବା ଏକ ଡଙ୍ଗା ଶନିବାର କାଳବୈଶାଖୀ ଯୋଗୁ ବୁଡ଼ିଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ମାଛ ଓ ଜାଲ ପାଣିରେ ଭାସିଯାଇଥିବା ବେଳେ ମତ୍ସ୍ୟଜୀବୀମାନେ ପହଁରି ନିଜ ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ଦୁଇଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?