ୟୁନେସ୍କୋ କ୍ରିଏଟିଭ୍‌ ସିଟି ସମ୍ମିଳନୀ

ଯାଜପୁର ଟାଉନ,୬।୮(ଡି.ଏନ.ଏ.): ଯାଜପୁର ଜିଲା ସଦର ମହକୁମାସ୍ଥ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିନି କନଫରେନ୍ସ ହଲରେ ଗୁରୁବାର ପୂର୍ବାହ୍ନରେ ଜିଲାର ଟେରାକୋଟା ଶିଳ୍ପୀମାନେ ଜିଲା ଅଧିକାରୀଙ୍କ ସହ ୟୁନେସ୍କୋ କ୍ରିଏଟିଭ ସିଟି ନେଟୱାର୍କ ସହିତ ଏକ ଭର୍ଚୁଆଲ ଅନ୍ତର୍ଜାତୀୟ ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗ ଦେଇଛନ୍ତି। ୩ରୁ୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଥାଇଲାଣ୍ଡର ୟୁନେସ୍କୋ ସୃଜନଶୀଳ ସହର ଚିଆଙ୍ଗ ମାଇ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ। ଯାଜପୁର ଭାରତର ଏକମାତ୍ର ସହର ଯାହାକୁ ଏହି କର୍ମଶାଳାକୁ ଆମନ୍ତ୍ରିତ କରିବା ସହ ଏହାର ସମୃଦ୍ଧ ସଂସ୍କୃତି ଏବଂ ହସ୍ତଶିଳ୍ପ ପରମ୍ପରା ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଇଥିଲା। ଅନ୍ତର୍ଜାତୀୟସ୍ତରରେ ଜିଲାଗୁଡ଼ିକର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଓ କର୍ମଶାଳାର ଲକ୍ଷ୍ୟ ଥିଲା। ୟୁନେସ୍କୋ ପ୍ରାୟୋଜିତ ଏହି କର୍ମଶାଳାରେ ନିପୁଣ କଳାକାର, ବିଶିଷ୍ଟ ହସ୍ତଶିଳ୍ପ ବ୍ୟକ୍ତିମାନେ ସେମାନଙ୍କର କାର୍ଯ୍ୟ ଦକ୍ଷତା ଓ ଅନୁଭୁତି ବାଣ୍ଟିଥିଲେ ବୋଲି ଆଲୋଚନା କରିଥିଲେ। ଉଦ୍‌ଘାଟନୀ ବକ୍ତବ୍ୟରେ ଥାଇଲାଣ୍ଡର ଚିଆଙ୍ଗ ମାଇ ପ୍ରାଦେଶିକ, ପ୍ରଶାସନିକ, ସଂଗଠନ ଶିକ୍ଷା କାର୍ଯ୍ୟାଳୟ ଧର୍ମ ଓ ସଂସ୍କୁତିର ନିର୍ଦ୍ଦେଶକ ୱାନଶ୍ରୀ ପାନପ୍ରଚମଙ୍କ ସମେତ ୟୁନେସ୍କୋ କ୍ରିଏଟିଭ୍‌ ସିଟିର ବହୁ ଅଭିଜ୍ଞ ବକ୍ତା ରହିଥିଲେ। ସେମାନେ ସଂରକ୍ଷଣ, ପୁନରୁଦ୍ଧାର ଏବଂ ଆଧୁନିକ ବିକାଶ ପାଇଁ ‘କ୍ରିଏଟିଭ ସେରାମିକ, ସ୍କଲପଟେଡ ସିଟି’ ଉପରେ ଆଲୋଚନା କରିଥିଲେ।
ଉପସ୍ଥାପିତ ହୋଇଥିବା ଅନ୍ୟ ସହର ଗୁଡିକରେ ଚିଆଙ୍ଗ ମାଇ (ଥାଇଲାଣ୍ଡ), ଟାମ୍ବା ସାମାୟାମା (ଜାପାନ), ବାଗୁଇଓ(ଫିଲିପାଇନ୍ସ), କୁଟାହିୟା (ତୁର୍କୀ) ଜିଙ୍ଗଡେଜେନ୍‌ ଏବଂ ୱାଇଫାଙ୍ଗ (ଚୀନ୍‌) ଏବଂ ମନିସ୍‌ (ସ୍ପେନ୍‌) ଅନ୍ତର୍ଭୁକ୍ତ। ଏହି ଅଧିବେଶନରେ ଯାଜପୁରର ପ୍ରତିନିଧି କଳା ଏବଂ ଟେରାକୋଟା ହସ୍ତଶିଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ଜିଲାର ଉତ୍କର୍ଷତା ଉପସ୍ଥାପନ କରିଥିଲେ। କାରିଗରମାନେ ମଧ୍ୟ ଶିଳ୍ପ ଜ୍ଞାନର ପ୍ରସାରଣ, ଏହାର ସାମାଜିକ ଗୁରୁତ୍ୱ, ହିତାଧିକାରୀଙ୍କ ଭୂମିକା ଏବଂ ହସ୍ତଶିଳ୍ପ ଗୁଡ଼ିକର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଜିଲାର ନିପୁଣ କାରିଗର ପର୍ଶୁରାମ ବେହେରା, ଜାତୀୟ ପୁରସ୍କାରପ୍ରାପ୍ତ କାରିଗର ମହେଶ୍ୱର ଓଝା, ନରେନ୍ଦ୍ର ରଣା, ଏସ୍‌ଏଚ୍‌ଜି ସଦସ୍ୟା ଜୟନ୍ତୀ ବେହେରା, ସୁଶ୍ରୀ ରଙ୍ଗଲତା ବେହେରା, ସୁଶ୍ରୀ ମାଳତୀ ରଣା ଏବଂ ପାର୍ବତୀ ବେହେରା, ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ) ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ଓରମାସର ଡେପୁଟି ସିଇଓ କ୍ଷୀତିଶ ଚନ୍ଦ୍ର ବଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ ସଫଳ କାରିଗର ଏବଂ ଜିଲା ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଯାଜପୁର ଜିଲା ବିଭିନ୍ନ କଳା ଏବଂ ହସ୍ତଶିଳ୍ପ ଯଥା- ଟସର, ହ୍ୟାଣ୍ଡଲୁମ, ଟେରାକୋଟା, ସୁବର୍ଣ୍ଣ ଘାସ ଏବଂ ପଥର କାର୍ଯ୍ୟ ପାଇଁ ପ୍ରସିଦ୍ଧ। ଏହି ଜିଲାରେ ୩୫୦୦ରୁ ଅଧିକ ବୁଣାକାର, ହସ୍ତଶିଳ୍ପ ବ୍ୟକ୍ତି ବାସ କରନ୍ତି। ନିପୁଣ କାରିଗର ଏବଂ ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନେ ହସ୍ତଶିଳ୍ପକୁ ପୁନର୍ଜୀବିତ କରିବା ତଥା କାରିଗର ସମ୍ପ୍ରଦାୟକୁ ଚିହ୍ନିବା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ କରିଥିବାରୁ ଜିଲାର ଶିଳ୍ପୀମାନେ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?