କ୍ରୀଡ଼ା ଶିକ୍ଷକଙ୍କ ୪. ୬୭ କୋଟି ଟଙ୍କାର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୬ା୮: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କୋଟିପତି କ୍ରୀଡା ଶିକ୍ଷକ(ପିଇଟି) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ପିଇଟି ଦନାର୍ଦ୍ଦନ ସାହୁଙ୍କ ବ୍ରହ୍ମପୁର ଅନନ୍ତନଗର ବାସଭବନ, ଜୟନ୍ତୀପୁର ବାସଭବନ ସମେତ ୧୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରେ ଦନାର୍ଦ୍ଦନ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ୪କୋଟି ୬୭ଲକ୍ଷ ୭୦ହଜାର ୮୬୫ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ଜଣେ କ୍ରୀଡା ଶିକ୍ଷକ ଏତେ ପରିମାଣର ସମ୍ପତ୍ତି ଠୁଳ କରିବା ତାଜୁବ କରିଛି। ୩ କୋଟି ୮୪ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ତାଲିକାରେ କୋଠା, ଜମି, ମାର୍କେଟ କମ୍ପ୍ଲେକ୍ସ, ପେଟ୍ରୋଲ ପମ୍ପ, ଗ୍ୟାସ୍‌ ଏଜେନ୍ସି ଆଦି ରହିଛି। ତଦନ୍ତ ସରିବା ପରେ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ଜଣାପଡ଼ିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି। ଦନାର୍ଦ୍ଦନଙ୍କ ଗୋଦାମରୁ ୫୦କେଜି ବିଶିଷ୍ଟ ୫ଶହ ବ୍ୟାଗ୍‌ ଚିନି ଓ ୪୦କେଜି ବିଶିଷ୍ଟ ୨ଶହ ବ୍ୟାଗ୍‌ ଗୁଡ଼ ଜବତ ହୋଇଛି। ଏହା କେଉଁଥି ପାଇଁ ରଖାଯାଇଥିଲା ସେ ଦିଗରେ ତଦନ୍ତ ଜାରି ରହିଛି।
ଦନାର୍ଦ୍ଦନଙ୍କ ଘରେ ଚଢ଼ାଉ ବେଳେ ମୋଟ ୩ଲକ୍ଷ ୭୦ହଜାର ଟଙ୍କା ଜବତ ହୋଇଛି। ସ୍ଥାବର ସମ୍ପତ୍ତି ତାଲିକାରେ ବ୍ରହ୍ମପୁର ଅନନ୍ତନଗରରେ ସ୍ତ୍ରୀ କୁନ୍ତଳା କୁମାରୀ ସାହୁ ଓ ପୁଅ ଅମିତ କୁମାର ସାହୁଙ୍କ ନାମରେ ଦୁଇଟି କୋଠା, ବ୍ରହ୍ମପୁର ଉତ୍ତରେଶ୍ୱର ମୌଜା ଓ ରାଧାନାଥପୁର ମୌଜାରେ ଦୁଇଟି ପ୍ଲଟ୍‌, ପାତ୍ରପୁର ତହସିଲ ବଳରାମପୁର ମୌଜାରେ ୪ଟି ପ୍ଲଟ୍‌, ମାର୍କେଟ କମ୍ପ୍ଲେକ୍ସ, ଜୟନ୍ତୀପୁରରେ ପୁଅ ଅମିତଙ୍କ ନାମରେ ଏକ ପେଟ୍ରୋଲ ପମ୍ପ, ଦୋକାନ ଘର, ଦୁଇଟି ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ବିଶିଷ୍ଟ ଘର ରହିଛି। ଭୁବନେଶ୍ୱରରେ ପ୍ଲଟ୍‌ ଓ ଦନାର୍ଦ୍ଦନଙ୍କ ବନ୍ଧୁଙ୍କ ନାମରେ ଏକ ଗ୍ୟାସ୍‌ ଏଜେନ୍ସି ମଧ୍ୟ ରହିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ସେହିପରି ୮୩ଲକ୍ଷ ୪୮ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି। ତନ୍ମଧ୍ୟରେ ୭୨୧ ଗ୍ରାମ ସୁନା ଅଳଙ୍କାର, ଦୁଇଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି, ବ୍ୟାଙ୍କ ଜମା, ଜୀବନ ବୀମା ଆଦିି ରହିଛି। ଶନିବାର ପିଇଟି ଶିକ୍ଷକଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଏସପି କହିଛନ୍ତି। ଚଢ଼ାଉରେ ୪ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri