କ୍ରୀଡ଼ା ଶିକ୍ଷକଙ୍କ ୪. ୬୭ କୋଟି ଟଙ୍କାର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୬ା୮: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କୋଟିପତି କ୍ରୀଡା ଶିକ୍ଷକ(ପିଇଟି) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ପିଇଟି ଦନାର୍ଦ୍ଦନ ସାହୁଙ୍କ ବ୍ରହ୍ମପୁର ଅନନ୍ତନଗର ବାସଭବନ, ଜୟନ୍ତୀପୁର ବାସଭବନ ସମେତ ୧୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରେ ଦନାର୍ଦ୍ଦନ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ୪କୋଟି ୬୭ଲକ୍ଷ ୭୦ହଜାର ୮୬୫ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ଜଣେ କ୍ରୀଡା ଶିକ୍ଷକ ଏତେ ପରିମାଣର ସମ୍ପତ୍ତି ଠୁଳ କରିବା ତାଜୁବ କରିଛି। ୩ କୋଟି ୮୪ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ତାଲିକାରେ କୋଠା, ଜମି, ମାର୍କେଟ କମ୍ପ୍ଲେକ୍ସ, ପେଟ୍ରୋଲ ପମ୍ପ, ଗ୍ୟାସ୍‌ ଏଜେନ୍ସି ଆଦି ରହିଛି। ତଦନ୍ତ ସରିବା ପରେ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ଜଣାପଡ଼ିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଗଣେଶ ପ୍ରଧାନ ସୂଚନା ଦେଇଛନ୍ତି। ଦନାର୍ଦ୍ଦନଙ୍କ ଗୋଦାମରୁ ୫୦କେଜି ବିଶିଷ୍ଟ ୫ଶହ ବ୍ୟାଗ୍‌ ଚିନି ଓ ୪୦କେଜି ବିଶିଷ୍ଟ ୨ଶହ ବ୍ୟାଗ୍‌ ଗୁଡ଼ ଜବତ ହୋଇଛି। ଏହା କେଉଁଥି ପାଇଁ ରଖାଯାଇଥିଲା ସେ ଦିଗରେ ତଦନ୍ତ ଜାରି ରହିଛି।
ଦନାର୍ଦ୍ଦନଙ୍କ ଘରେ ଚଢ଼ାଉ ବେଳେ ମୋଟ ୩ଲକ୍ଷ ୭୦ହଜାର ଟଙ୍କା ଜବତ ହୋଇଛି। ସ୍ଥାବର ସମ୍ପତ୍ତି ତାଲିକାରେ ବ୍ରହ୍ମପୁର ଅନନ୍ତନଗରରେ ସ୍ତ୍ରୀ କୁନ୍ତଳା କୁମାରୀ ସାହୁ ଓ ପୁଅ ଅମିତ କୁମାର ସାହୁଙ୍କ ନାମରେ ଦୁଇଟି କୋଠା, ବ୍ରହ୍ମପୁର ଉତ୍ତରେଶ୍ୱର ମୌଜା ଓ ରାଧାନାଥପୁର ମୌଜାରେ ଦୁଇଟି ପ୍ଲଟ୍‌, ପାତ୍ରପୁର ତହସିଲ ବଳରାମପୁର ମୌଜାରେ ୪ଟି ପ୍ଲଟ୍‌, ମାର୍କେଟ କମ୍ପ୍ଲେକ୍ସ, ଜୟନ୍ତୀପୁରରେ ପୁଅ ଅମିତଙ୍କ ନାମରେ ଏକ ପେଟ୍ରୋଲ ପମ୍ପ, ଦୋକାନ ଘର, ଦୁଇଟି ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ବିଶିଷ୍ଟ ଘର ରହିଛି। ଭୁବନେଶ୍ୱରରେ ପ୍ଲଟ୍‌ ଓ ଦନାର୍ଦ୍ଦନଙ୍କ ବନ୍ଧୁଙ୍କ ନାମରେ ଏକ ଗ୍ୟାସ୍‌ ଏଜେନ୍ସି ମଧ୍ୟ ରହିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ସେହିପରି ୮୩ଲକ୍ଷ ୪୮ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି। ତନ୍ମଧ୍ୟରେ ୭୨୧ ଗ୍ରାମ ସୁନା ଅଳଙ୍କାର, ଦୁଇଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି, ବ୍ୟାଙ୍କ ଜମା, ଜୀବନ ବୀମା ଆଦିି ରହିଛି। ଶନିବାର ପିଇଟି ଶିକ୍ଷକଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଏସପି କହିଛନ୍ତି। ଚଢ଼ାଉରେ ୪ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri