ଆମ ଜିଲା ଖବର

ଜଙ୍ଗଲରେ ଅସୁସ୍ଥ ଦନ୍ତା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟା କଟା ଜଙ୍ଗଲରେ ଏବେ ୨୫ ବର୍ଷ ବୟସ୍କ ଦନ୍ତା ହାତୀ କିଛି ଦିନ ହେଲା ଅସୁସ୍ଥ ହୋଇ ବୁଲୁଛି। ହାତୀଟି ଦୁଇଦିନ ତଳେ ଗୋଠରୁ ଅଲଗା ହୋଇ ଗୋଟିଏ ସ୍ଥାନରେ ଶୋଇଥିଲା।…

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା,୨୨ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ ଜଣଙ୍କ ହେଲେ ଗ୍ରାମର ଗନ୍ଧର୍ବ ବେହେରା(୫୭)। ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା, ଗେଟ୍‌ ବାହାରେ ବସି ରହିଲେ କୁନିକୁନି ପିଲା

ହିଞ୍ଜିଳିକାଟୁ,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ. ୧୫ର ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଧବାର ସକାଳୁ ଠିକ୍‌ ସମୟରେ ଖୋଲି ନ ଥିବା ବେଳେ ଗେଟ୍‌ ବାହାରେ ଶିଶୁମାନେ ଅପେକ୍ଷା କରିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି…

ନିଲାମ ହେବ ସର୍ବସାଧାରଣ ସମ୍ପତ୍ତି

କୋକସରା,୨୨ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ନିୟନ୍ତ୍ରଣ ଓ ପରିଚାଳନା ଅଧୀନରେ ଥିବା ସର୍ବସାଧାରଣ ସମ୍ପତ୍ତି ଯଥା ହାଟ, ବଜାର,ପୋଖରୀ, କଟା,ଫଳ ବଗିଚା ଇତ୍ୟାଦିକୁ ଆସନ୍ତା ୨୦୨୨/୨୩ ଓ ପରବର୍ତ୍ତୀ ବର୍ଷ ପାଇଁ ଧର୍ମଗଡ଼ ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ…

ଗୋଡ଼େଇ ଗୋଡ଼େଇ ଲୋକଙ୍କୁ କାମୁଡୁଛି କୁକୁର: ଅନେକ ଗୁରୁତର

ବାଲିଗୁଡ଼ା,୨୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ଏକ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲୋନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା…

ଆଗକୁ ରଥଯାତ୍ରା: ପୁରୀରେ କରାଯିବ ବ୍ୟାପକ ଟିକାକରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଆଉ କିଛିଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ନିଶ୍ଚିନ୍ତକୋଇଲି,୨୨ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଞ୍ଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ୍‌ ପିଟି ହୋଇଯିବାରୁ…

ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ-ରାଧେ

ବଲାଙ୍ଗୀର ଅଫିସ,୨୨ା୬: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ବୁଧବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏ.ଡି.ଜେ କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗୀର ସ୍ବତନ୍ତ୍ର ପୋଲିସ ଫୋର୍ସ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୨୨ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଲାଗି ରହିଥିବା ସମସ୍ତ ବିବାଦର ଅନ୍ତ ଘଟିଛି। ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ସମସ୍ତ ମାମଲା ଉପରେ ବୁଧବାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ। ଦାୟର ଜନସ୍ବାର୍ଥ ମାମଲା ସହ ଅନ୍ୟ…

୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବାଇପାସ ଅଞ୍ଚଳରେ ଥିବା ସମସ୍ତ ପାନ ଦେକାନକୁ ଏକ ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟ୍‌ଖା, ବିଡି, ସିଗାରେଟ, ଖଇନି ଆଦି ମାଦକ…

ବୁବୁ ପଣ୍ଡା ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୨ା୬: ଅତିରିକ୍ତ ଜିଲା ଜଜ୍‌ (ଏଡିଜେ)- ୧ ସଂଘମିତ୍ରା ଶର୍ମା ବହୁ ଚର୍ଚ୍ଚିତ ରଣ୍ଡାର ବୁବୁ ଓରଫ ଗଣେଶ ପଣ୍ଡା ହତ୍ୟା ମାମଲାର ବୁଧବାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୧୦ ଜଣ ଅଭିଯୁକ୍ତଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।…

ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା, ସିସିଟିଭିରେ କଏଦ

ଜଗତସିଂହପୁର ଅଫିସ,୨୨ା୬: ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରୁଥିବାର ଦୃଶ୍ୟ କଏଦ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?