ଆମ ଜିଲା ଖବର

୧୨ ଦୁଆର ବେଢ଼ା ତିଆରି ସରିଲା

ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଆଗେଇ ଚାଲିଛି। ତିନିରଥର ଖପୁରି ସମେତ ପାରାଭାଡ଼ିକୁ ମିଶାଇ ତେର ପରସ୍ତ ପୋଟଳ ସେଟିଂ ଶେଷ ହୋଇଥିବା ବେଳେ ବୁଧବାର ତିନିରଥର ପୋଟଳ…

ରଥଯାତ୍ରାରେ ଭୋଇସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୀ ଅଫିସ, ୨୩ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ଓ ଦୈନନ୍ଦିନ ନୀତିକାନ୍ତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପ୍ରାୟ ୧୧୯ ପ୍ରକାର ସେବକ ନିୟୋଜିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଭୋଇ ସେବକ ଅନ୍ୟତମ। ଭୋଇ ସେବକମାନେ ପ୍ରତିବର୍ଷ…

ଅଲାରନାଥଙ୍କ ପୀଠରେ ବଢୁଛି ଖିରି ଚାହିଦା

ବ୍ରହ୍ମଗିରି,୨୩ା ୬ (ଡି.ଏନ୍‌.ଏ.): ମହାପ୍ରଭୁ ଜ୍ୱରରେ ପଡ଼ିଥିବା ବେଳେ ଅଣସରରେ ଠାକୁର ଭକ୍ତଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଭାବେ ଦର୍ଶନ ଦିଅନ୍ତି। ଏହି ସମୟରେ ମହାପ୍ରଭୁ ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏଥିସହ ଏଠାରେ ଅଲାରନାଥଙ୍କ…

ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଆୟୁଷ୍ମାନ

ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ସେବାରେ ବୁଧବାର ସର୍ବକନିଷ୍ଠ ଦଇତାପତି ସେବାୟତ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଆୟୁଷ୍ମାନ ଦାସମହାପାତ୍ର। ଆୟୁଷ୍ମାନ ଅଣସର ତାଟି ଘରେ ପ୍ରବେଶ କରିବା ସହ ଶ୍ରୀବିଗ୍ରହଙ୍କ ସେବାପୂଜାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ପରମ୍ପରା ଓ…

ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ନାଚିଲେ ଆଦିବାସୀ

ମହାକାଳପଡ଼ା,୨୩ା୬ (ଡି.ଏନ୍‌.ଏ.): ଓଡ଼ିଶାର ଝିଅ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏନ୍‌ଡିଏ ସରକାର ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା ପରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର…

ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୬: ଓଡ଼ିଶାକୁ ଗତ ୪ ଦିନ ପୂର୍ବରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀ ଦିନରେ ଲଗାତର ଭାବେ ବର୍ଷା…

ବର୍ଷା ଜଳ ପରିଚାଳନା ଉଦ୍‌ବେଗଜନକ

ଯାଜପୁର ଅଫିସ,୨୩ା୬: ଯାଜପୁର ଜିଲା ସୁକିନ୍ଦାର ବିଭିନ୍ନ ଖଣି ପରିସରରୁ ବୋହି ଯାଉଥିବା ବର୍ଷା ପାଣି ପରିଚାଳନା ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ର ପରାମର୍ଶ ଉପରେ ମଧ୍ୟ ଏହି ଖଣି କମ୍ପାନୀ କର୍ତ୍ତୃପକ୍ଷ ଗୁରୁତ୍ୱ ପ୍ରଦାନ କରିନାହାନ୍ତି। ଫଳରେ…

ଅଗଷ୍ଟ ୨୧ରେ ଏଏସ୍‌ଓ ଲିଖିତ ପରୀକ୍ଷା

କଟକ ଅଫିସ,୨୩ା୬- ଆସନ୍ତା ଅଗଷ୍ଟ ୨୧ ତାରିଖରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୩୦ଟି ଜିଲା ଓ ୩ଟି ସବ୍‌ଡିଭିଜନରେ ଏହି ପରୀକ୍ଷା…

ଓଡ଼ିଶା ହାଇକୋର୍ଟରେ ପଡ଼ିରହିଛି ୧,୭୩,୫୧୦ ମାମଲା

କଟକ ଅଫିସ,୨୨ା୬: ଓଡ଼ିଶା ହାଇକୋର୍ଟରେ ୨୦୨୧ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ିରହିଛି। ସେହିପରି ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ ମାମଲା ଦାୟର ହୋଇଛି। ଏଗୁଡ଼ିକ ମଧ୍ୟରୁ ୧ ଲକ୍ଷ ୫ ହଜାର ୩୩୪…

ଜଙ୍ଗଲରେ ଅସୁସ୍ଥ ଦନ୍ତା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟା କଟା ଜଙ୍ଗଲରେ ଏବେ ୨୫ ବର୍ଷ ବୟସ୍କ ଦନ୍ତା ହାତୀ କିଛି ଦିନ ହେଲା ଅସୁସ୍ଥ ହୋଇ ବୁଲୁଛି। ହାତୀଟି ଦୁଇଦିନ ତଳେ ଗୋଠରୁ ଅଲଗା ହୋଇ ଗୋଟିଏ ସ୍ଥାନରେ ଶୋଇଥିଲା।…

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା,୨୨ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ ଜଣଙ୍କ ହେଲେ ଗ୍ରାମର ଗନ୍ଧର୍ବ ବେହେରା(୫୭)। ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା, ଗେଟ୍‌ ବାହାରେ ବସି ରହିଲେ କୁନିକୁନି ପିଲା

ହିଞ୍ଜିଳିକାଟୁ,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ. ୧୫ର ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଧବାର ସକାଳୁ ଠିକ୍‌ ସମୟରେ ଖୋଲି ନ ଥିବା ବେଳେ ଗେଟ୍‌ ବାହାରେ ଶିଶୁମାନେ ଅପେକ୍ଷା କରିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?