ପ୍ରଶାସନ ସହ ବୈଠକ ବିଫଳ

ବଇଣ୍ଡା,୯।୮(ଡି.ଏନ.ଏ.)”ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଚାଲିଥିବା ଠେଲକନାଳୀ ପଞ୍ଚାୟତର ଅସ୍ଥାୟୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏ ନେଇ ସୋମବାର ପ୍ରଶାସନ ସହ ଠେଲକନାଳୀ ନେତୃବୃନ୍ଦଙ୍କ ବୈଠକ ବିଫଳ ହୋଇଛି। ବ୍ଲକ ସଭାଗୃହ ପରିସରରେ ବସିଥିବା ଏହି ବୈଠକରେ ପଞ୍ଚାୟତବାସୀ, ପଞ୍ଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ହେଁ ସମାଧାନ ପନ୍ଥା ବାହାରିପାରି ନ ଥିଲା। ଫଳରେ ଅସନ୍ତୋଷ ବ୍ୟକ୍ତ କରି ଠେଲକନାଳୀ ପଞ୍ଚାୟତର ନେତୃବୃନ୍ଦ ବାହାରକୁ ଚାଲିଆସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଏ ନେଇ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।
ପ୍ରକାଶ ଯେ, ୨୦୧୬ – ୧୭ ମସିହାରେ ଠେଲକନାଳୀ ପଞ୍ଚାୟତ ନୂତନ ଭାବେ ଗଠନ ହୋଇଥିଲା। ହେଲେ ଠେଲକନାଳୀଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପରିବର୍ତ୍ତେ ୬ କି.ମି. ଦୂର ବିଶିପାଲି ଗ୍ରାମର ଏକ ଜଙ୍ଗଲିଆ ସ୍ଥାନରେ ଏହା ତିଆରି କରାଯାଉଥିଲା। ଏହାକୁ ବିରୋଧ କରି ୨୦୧୮ରେ ଠେଲକନାଳୀ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ଉକ୍ତ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରାଯାଇଥିଲା। ଫଳରେ ଠେଲକନାଳୀ ପଞ୍ଚାୟତ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ନାକିଚିସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଚାଲୁ ରହିଥିଲା। କିନ୍ତୁ ଗତ ୩୧ ତାରିଖ ରାତିରେ ଉକ୍ତ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟରୁ ସମସ୍ତ ଆସବାବପତ୍ର, ବେଞ୍ଚ, ଡେକ୍ସ ଆଦିକୁ ବିଶିପାଲି ଗ୍ରାମରେ ଥିବା ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାର ପ୍ରତିବାଦ କରି ଠେଲକନାଳୀ ଗ୍ରାମବାସୀ ଗତ ୧ ତାରିଖରେ ବ୍ଲକ ଓ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ୟାର ସମାଧାନ ପାଇଁ ସୋମବାର ବ୍ଲକ ପ୍ରଶାସନ ପକ୍ଷରୁ ସଭାଗୃହଠାରେ ଏକ ବୈଠକ କରାଯାଇଥିଲା। ଏଥିରେ ବିଡିଓ ଡ. ସ୍ବରୂପା ନନ୍ଦ ସାହୁ, ଏବିଡିଓ ଜ୍ୟାତିରଞ୍ଜନ ପ୍ରଧାନ, ଜିପିଓ ଶରତ ବିଶ୍ୱାଳ, ଜିଲା ପରିଷଦ ସଦସ୍ୟା ଅନୁପମା ସାହୁ, ସରପଞ୍ଚ ଅମିତ ସାହୁ, ସମିତିସଭ୍ୟ ଶ୍ରୀକାନ୍ତ ନାୟକ, ଠେଲକନାଳୀ ଗ୍ରାମ ସଭାପତି ଦିଲୀପ ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ବସଲା, ବୀରଞ୍ଚି ସାହୁ, ବୀରେନ୍ଦ୍ର ପ୍ରଧାନ, ଉମାକାନ୍ତ ସାହୁ, ରମାକାନ୍ତ ସାହୁ, ଉପେନ୍ଦ୍ର ସାହୁ , ବିଶିକେଶନ ବେହେରା, ଭଗବାନ ପେଣ୍ଟେଇ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ହୋହଲ୍ଲା କରିଥିଲେ। ପରେ ଅଞ୍ଚଳବାସୀ ବାହାରକୁ ଆସି ସ୍ଥାନାନ୍ତରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ଏବିଡିଓ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, ନାକିଚି ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ହେଉଥିବା ଠେଲକନାଳୀ ପଞ୍ଚାୟତ କାର୍ଯ୍ୟାଳୟ ଯୋଗୁ ନାକିଚି ପଞ୍ଚାୟତର କାର୍ଯ୍ୟ ପାଇଁ ଗୃହ ଅଭାବ ଦେଖାଦେଉଛି। ତେଣୁ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବିଶିପାଲିରେ ଏହି କାର୍ଯ୍ୟାଳୟ ହେଲେ ୫ ଗ୍ରାମବାସୀଙ୍କୁ ସୁବିଧା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri