ପ୍ରଶାସନ ସହ ବୈଠକ ବିଫଳ

ବଇଣ୍ଡା,୯।୮(ଡି.ଏନ.ଏ.)”ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଚାଲିଥିବା ଠେଲକନାଳୀ ପଞ୍ଚାୟତର ଅସ୍ଥାୟୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏ ନେଇ ସୋମବାର ପ୍ରଶାସନ ସହ ଠେଲକନାଳୀ ନେତୃବୃନ୍ଦଙ୍କ ବୈଠକ ବିଫଳ ହୋଇଛି। ବ୍ଲକ ସଭାଗୃହ ପରିସରରେ ବସିଥିବା ଏହି ବୈଠକରେ ପଞ୍ଚାୟତବାସୀ, ପଞ୍ଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ହେଁ ସମାଧାନ ପନ୍ଥା ବାହାରିପାରି ନ ଥିଲା। ଫଳରେ ଅସନ୍ତୋଷ ବ୍ୟକ୍ତ କରି ଠେଲକନାଳୀ ପଞ୍ଚାୟତର ନେତୃବୃନ୍ଦ ବାହାରକୁ ଚାଲିଆସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଏ ନେଇ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।
ପ୍ରକାଶ ଯେ, ୨୦୧୬ – ୧୭ ମସିହାରେ ଠେଲକନାଳୀ ପଞ୍ଚାୟତ ନୂତନ ଭାବେ ଗଠନ ହୋଇଥିଲା। ହେଲେ ଠେଲକନାଳୀଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପରିବର୍ତ୍ତେ ୬ କି.ମି. ଦୂର ବିଶିପାଲି ଗ୍ରାମର ଏକ ଜଙ୍ଗଲିଆ ସ୍ଥାନରେ ଏହା ତିଆରି କରାଯାଉଥିଲା। ଏହାକୁ ବିରୋଧ କରି ୨୦୧୮ରେ ଠେଲକନାଳୀ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ଉକ୍ତ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରାଯାଇଥିଲା। ଫଳରେ ଠେଲକନାଳୀ ପଞ୍ଚାୟତ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ନାକିଚିସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଚାଲୁ ରହିଥିଲା। କିନ୍ତୁ ଗତ ୩୧ ତାରିଖ ରାତିରେ ଉକ୍ତ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟରୁ ସମସ୍ତ ଆସବାବପତ୍ର, ବେଞ୍ଚ, ଡେକ୍ସ ଆଦିକୁ ବିଶିପାଲି ଗ୍ରାମରେ ଥିବା ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାର ପ୍ରତିବାଦ କରି ଠେଲକନାଳୀ ଗ୍ରାମବାସୀ ଗତ ୧ ତାରିଖରେ ବ୍ଲକ ଓ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ୟାର ସମାଧାନ ପାଇଁ ସୋମବାର ବ୍ଲକ ପ୍ରଶାସନ ପକ୍ଷରୁ ସଭାଗୃହଠାରେ ଏକ ବୈଠକ କରାଯାଇଥିଲା। ଏଥିରେ ବିଡିଓ ଡ. ସ୍ବରୂପା ନନ୍ଦ ସାହୁ, ଏବିଡିଓ ଜ୍ୟାତିରଞ୍ଜନ ପ୍ରଧାନ, ଜିପିଓ ଶରତ ବିଶ୍ୱାଳ, ଜିଲା ପରିଷଦ ସଦସ୍ୟା ଅନୁପମା ସାହୁ, ସରପଞ୍ଚ ଅମିତ ସାହୁ, ସମିତିସଭ୍ୟ ଶ୍ରୀକାନ୍ତ ନାୟକ, ଠେଲକନାଳୀ ଗ୍ରାମ ସଭାପତି ଦିଲୀପ ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ବସଲା, ବୀରଞ୍ଚି ସାହୁ, ବୀରେନ୍ଦ୍ର ପ୍ରଧାନ, ଉମାକାନ୍ତ ସାହୁ, ରମାକାନ୍ତ ସାହୁ, ଉପେନ୍ଦ୍ର ସାହୁ , ବିଶିକେଶନ ବେହେରା, ଭଗବାନ ପେଣ୍ଟେଇ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ହୋହଲ୍ଲା କରିଥିଲେ। ପରେ ଅଞ୍ଚଳବାସୀ ବାହାରକୁ ଆସି ସ୍ଥାନାନ୍ତରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ଏବିଡିଓ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, ନାକିଚି ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ହେଉଥିବା ଠେଲକନାଳୀ ପଞ୍ଚାୟତ କାର୍ଯ୍ୟାଳୟ ଯୋଗୁ ନାକିଚି ପଞ୍ଚାୟତର କାର୍ଯ୍ୟ ପାଇଁ ଗୃହ ଅଭାବ ଦେଖାଦେଉଛି। ତେଣୁ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବିଶିପାଲିରେ ଏହି କାର୍ଯ୍ୟାଳୟ ହେଲେ ୫ ଗ୍ରାମବାସୀଙ୍କୁ ସୁବିଧା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?