ତଦନ୍ତ ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୯ା୮:ହାତୀମୃତ୍ୟୁ ସଂକ୍ରାନ୍ତୀୟ ମାମଲାର ବିଚାର ନ ଆଗେଇବା, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ହାତୀ ଶିକାରୀ ଧରା ନ ପଡ଼ିବା ଆଦି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ହାଇକୋର୍ଟଙ୍କୁ ମିଳିପାରିନାହିଁ। ଏନେଇ ବନ ବିଭାଗର କାର୍ଯ୍ୟରେ ହାଇକୋର୍ଟ ସୋମବାର ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବନ ସଂରକ୍ଷକ ଶଶୀ ପାଲ ଭର୍ଚୁଆଲ ଜରିଆରେ ଅଦାଲତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ବି ହାଇକୋର୍ଟ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି। ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିବା ଜଣାଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଅଗଷ୍ଟ ୧୭କୁ ରହିଥିବା ବେଳେ ଉକ୍ତ ଦିନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମାମଲାଗୁଡ଼ିକର ତଦନ୍ତ ସ୍ଥିତି ଜଣାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଗୀତା ରାଉତଙ୍କ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏହି ମାମଲାର ବିଚାର ପରିପ୍ରେକ୍ଷୀରେ ଗତ ୫ବର୍ଷ ମଧ୍ୟରେ ବେଆଇନ ହାତୀ ଶିକାର ଓ ମୃତ୍ୟୁ ସଂକ୍ରାନ୍ତୀୟ ୧୭ ପୃଷ୍ଠା ସମ୍ବଳିତ ସତ୍ୟପାଠ ମୁଖ୍ୟ ବନ ସଂରକ୍ଷକ ପାଲ ଶନିବାର ହାଇକୋର୍ଟରେ ଦାଖଲ କରିଥିଲେ। ତେବେ ସୋମବାର ଏହି ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ସତ୍ୟପାଠର ପ୍ରତି ପୃଷ୍ଠାକୁ ତନ୍ନତନ୍ନ କରି ପରଖିଥିଲେ। ବନ ବିଭାଗ ପକ୍ଷରୁ ରୁଜୁ ହୋଇଥିବା ୧୪ଟି ମାମଲା ମଧ୍ୟରୁ ମାତ୍ର ଗୋଟିଏ ମାମଲାର ବିଚାର ହୋଇଥିବାବେଳେ ଅନ୍ୟଗୁଡ଼ିକ ପଡ଼ିରହିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାଗୁଡ଼ିକର ଅଗ୍ରଗତି କାହିଁକି ହୋଇପାରିନାହିଁ ବୋଲି ମୁଖ୍ୟ ବନ ସଂରକ୍ଷକଙ୍କୁ ତାଗିଦା କରିଥିଲେ। ଏଥିସହ ଗୁଳିଗୋଳା ଜବତ ହେଉଥିଲେ ବି ମାରଣାସ୍ତ୍ର ସମ୍ବନ୍ଧୀୟ ଦଫା କୌଣସି ମାମଲାରେ କାହିଁକି ଲାଗୁ କରାଯାଇନାହିଁ ବୋଲି ପଚାରିଥିଲେ। ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଦର୍ଶାଇବାକୁ ମଧ୍ୟ କହିଥିଲେ। ତେବେ ମାମଲାଗୁଡ଼ିକର ତଦନ୍ତ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅଧୀନରେ ରହୁଥିବାରୁ ବନ ବିଭାଗର କିଛି କର୍ତ୍ତୃତ୍ୱ ରହୁନାହିଁ। ଏଥିସହ କ୍ରାଇମବ୍ରାଞ୍ଚ ନିକଟରେ ବନ ବିଭାଗର ମାମଲା ବ୍ୟତୀତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ରହିବା ଏବଂ କମ୍‌ ସଂଖ୍ୟକ ଅଧିକାରୀ ଥିବା କାରଣରୁ ହାତୀମୃତ୍ୟୁ ସଂକ୍ରାନ୍ତ ମାମଲାଗୁଡ଼ିକ ବିଳମ୍ବିତ ହେଉଥିବା ମୁଖ୍ୟ ବନ ସଂରକ୍ଷକ ହାଇକୋର୍ଟଙ୍କୁ ଦର୍ଶାଇଥିଲେ। ଫଳରେ ହାଇକୋର୍ଟ ପୋଲିସ ଡିଜି ମାମଲାଗୁଡ଼ିକର ତଦନ୍ତ ସ୍ଥିତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଡ୍‌ଭୋକେଟ୍‌ ଜେନେରାଲ ଶୁଣାଣିରେ ଉପସ୍ଥିତ ରହି ସହଯୋଗ କରିବାକୁ ଅଦାଲତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri