୩୨୦୯୩ ହେକ୍ଟରରେ ସରିଛି ଧାନରୁଆ

ବ୍ରହ୍ମପୁର ଅଫିସ,୯ା୮:ଶ୍ରାବଣରେ ଡହ ଡହ ଖରା। ବର୍ଷା ଅଭାବରୁ ଗଞ୍ଜାମ ଜିଲାରେ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏଥିଯୋଗୁ ଚାଷଜମି ଫାଟି ଯାଇଥିବା ବେଳେ ଆଉ କେଉଁଠି ତଳି ପୋଡ଼ିବା ଓ ଗଜାମରୁଡ଼ି ଦେଖାଦେଇଥିଲା। ଏପରି ସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା। ଚାଷଜମିରେ ପାଣି ମଡ଼ାଇବାକୁ ଚାଷୀମାନେ ବିକଳ୍ପ ପନ୍ଥା ଆରମ୍ଭ କରିଥିଲେ। ଜିଲା କୃଷି ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଚାଷଜମି ପରିଦର୍ଶନ କରିଥିଲେ। କିନ୍ତୁ ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷାକୁ ନେଇ ଚାଷୀକୁଳ ଆଶ୍ୱସ୍ତି ହୋଇଛି। ଫଳରେ ଜିଲାରେ ଚାଷକାର୍ଯ୍ୟ ସାଙ୍ଗକୁ ବେଉଷଣ ମଧ୍ୟ ଭଲ ହେବ ବୋଲି ଚାଷୀ ଆଶା ପ୍ରକଟ କରିଛନ୍ତି, ଯାହାକୁ ନେଇ ଚାଷଜମିରେ ରୁଆ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ଘଟିଛି। ଲଗାଣ ବର୍ଷା ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଏହାସହ ଜିଲାର ବିଭିନ୍ନ ବ୍ଲକରେ ତଳି ପୋଡ଼ି ଓ ଗଜାମରୁଡି ଆଶଙ୍କା ମଧ୍ୟ ଦୂରୀଭୂତ ହୋଇଛି। ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲାରେ ୧ ଲକ୍ଷ ୫୦ ହଜାର ୨୩୬ ହେକ୍ଟର ମଧ୍ୟରୁ ୩୩,୬୩୩ ହେକ୍ଟର ଜମିରେ ରୁଆକାର୍ଯ୍ୟ ସରିଛି। ଏଥିମଧ୍ୟରୁ ଆସିକାରେ ୨୫୧୯ ହେକ୍ଟର, ଶେରଗଡ଼ ୪୪୮ ହେକ୍ଟର, ଧରାକୋଟ ୧୧୦୦ ହେକ୍ଟର, ସୋରଡ଼ା ୪୫୮ ହେକ୍ଟର, ପାତ୍ରପୁର ୩୩୦ ହେକ୍ଟର, ଚିକିଟି ୧୩୯୦ ହେକ୍ଟର, ରଙ୍ଗେଇଲୁଣ୍ଡା ୫୭୨ ହେକ୍ଟର, ଭଞ୍ଜନଗର ୨୯୭୩ ହେକ୍ଟର, ବେଲଗୁଣ୍ଠା ୨୧୧୭ ହେକ୍ଟର, ବୁଗୁଡା ୧୬୧୦ ହେକ୍ଟର, ଛତ୍ରପୁର ୧୦୧୯ ହେକ୍ଟର, ପୁରୁଷୋତ୍ତମପୁର ୧୦୩୦ ହେକ୍ଟର, ଗଞ୍ଜାମ ୭୦ ହେକ୍ଟର, ହିଞ୍ଜିଳିକାଟୁ ୧୭୧ ହେକ୍ଟର, ସାନଖେମୁଣ୍ଡି ୫୪୦ ହେକ୍ଟର, ଦିଗପହଣ୍ଡି ୯୨୦ ହେକ୍ଟର, କୁକୁଡ଼ାଖଣ୍ଡି ୮୨୦ ହେକ୍ଟର, ଖଲ୍ଲିକୋଟ ୪୨୨୪ ହେକ୍ଟର, ବେଗୁନିଆପଡା ୨୩୭୨ ହେକ୍ଟର, କବିସୂର୍ଯ୍ୟନଗର ୧୩୧୨ ହେକ୍ଟର ଓ ପୋଲସରାରେ ୪୨୧୦ ହେକ୍ଟର ଚାଷଜମିରେ ରୁଆକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ତେବେ ବର୍ଷା ଅଭାବରୁ ଗଞ୍ଜାମ ବ୍ଲକରେ ରୁଆକାର୍ଯ୍ୟ କମ୍‌ ରହିଛି। ଗତ ୪ ତାରିଖ ସୁଦ୍ଧା ଜିଲାରେ ୫.୫ ମିଲି ମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ଏପରି ଆହୁରି ୭ ଦିନ ବର୍ଷା ଲାଗିରହିଲେ ଚାଷକାର୍ଯ୍ୟ ଅନୁକୂଳ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri