୯୮ ଦୋକାନରୁ ଆଦାୟ ହେଲା ୨୧ହଜାର ଜରିମାନା
ବ୍ରହ୍ମପୁର ଅଫିସ,୨୩।୬: ବ୍ରହ୍ମପୁର ମହାନଗର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବେଆଇନ ତମାଖୁ ଓ ଧୂମପାନର ବହୁଳ ବିକ୍ରି ହେଉଛି। ଜିଲାରେ କୋଟପା ଆଇନ୍ କଡାକଡି କରିବା ପାଇଁ ପ୍ରତି ବର୍ଷ ବିଭିନ୍ନ ବିକ୍ରି ହେଉଥିବା ତମାଖୁ ଦୋକାନରେ ଯାଞ୍ଚ କରାଯାଉଛି।…
ସମ୍ବଲପୁର ହାତୀ ମୃତ୍ୟୁର ଫର୍ଦ୍ଦଫାଶ କଲେ ଡିଏଫ୍ଓ
ସମ୍ବଲପୁର,୨୩।୬(ବ୍ୟୁରୋ): ସମ୍ବଲପୁର ସାପଲହରା ଦନ୍ତାହାତୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଡିଏଫ୍ଓ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି। ଡିଏଫଓଙ୍କ କହିବା ଅନୁଯାୟୀ, ବ୍ୟବଚ୍ଛେଦ ବେଳେ ହାତୀ ଦେହରୁ ଗୋଟିଏ ଗୁଳି ମିଳିଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ…
କ୍ରଶରରୁ ଚୋରି କରି ବନ୍ଧା ହେଲେ ୭ ଅଭିଯୁକ୍ତ
ପାରଳାଖେମୁଣ୍ଡିି,୨୩ା୬(ଡି.ଏନ୍.ଏ.): ମୋହନା ଥାନା ବନ୍ଧାଗୁଡା ଗାଁରେ ଥିବା ଏକ କ୍ରଶରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନୀଲ ନାୟକ, ସାଇମନ ନାୟକ, ଅଭିନାଶ ନାୟକ,…
ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର, ଫୋନ୍
କେନ୍ଦୁଝର,୨୩ା୬(ସ୍ବ.ପ୍ର.): ସଦର ଥାନା ଅଞ୍ଜର (ସାନ ଘାଗରା) ନିକଟରେ ଏନ୍ଏଚ୍ ୪୯ରେ ସଶସ୍ତ୍ର ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ସମ୍ବଲପୁରରୁ କେନ୍ଦୁଝର ଦେଇ ଭଦ୍ରକ ଯାଉଥିବା ଧାନ ଅମଳ ମେଶିନ ବୋଝେଇ ମିନି ଟ୍ରକ୍ରୁ ଏହି ଲୁଟ୍ ହୋଇଛି। ଗାଡ଼ିରେ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା
କର୍ଲାମୁଣ୍ଡା,୨୩ା୬(ଡି.ଏନ୍.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଯୋଜନା ସାତସପନ ପାଲଟିଛି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲା…
୩ମାସ ହେବ ଭତ୍ତା ପାଇନାହାନ୍ତି ଇନ୍ତାଲିଗୁଡ଼ାବାସୀ
ରାୟଗଡ଼ା ଅଫିସ, ୨୩ା୬: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡ଼ା ଗ୍ରାମବାସୀ ୩ମାସ ହେଲା ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ମାସରେ ଆସି ନିଜର ଭତ୍ତା ଟଙ୍କା ମାଗୁଥିଲେ ସୁଦ୍ଧା ତାହା ମିଳୁ ନ…
ନବରଙ୍ଗପୁର ଜିଲାର ୬୯୩ ଗାଁ ବାଲ୍ୟବିବାହ ମୁକ୍ତ
ନବରଙ୍ଗପୁର,୨୩ା୬(ବି.ପ୍ର.): ନବରଙ୍ଗପୁର ଜିଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ବୁଧବାର ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ସମାଜ କଲ୍ୟାଣ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ୍, ଆକ୍ସନଏଡ୍ ଓ ବିଭିନ୍ନ ଜାତି ସମାଜର ମୁଖ୍ୟଙ୍କୁ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ…
କାମରେ ଲାଗୁନି ସୋଲାର ପାନୀୟ ଜଳ ପ୍ରକଳ୍ପ
ଚନ୍ଦାହାଣ୍ଡି, ୨୩ା୬(ଡି.ଏନ୍.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଆଜକୁ ଏକ ବର୍ଷ ହେବ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ନ ପାଇ…
ରାୟଗଡ଼ାରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ
ରାୟଗଡ଼ା ଅଫିସ,୨୩ା୬: ରାୟଗଡ଼ାର ନୂତନ ଜିଲାପାଳ ରୂପେ ସ୍ବଧା ଦେବସିଂହ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ସରୋଜ କୁମାର ମିଶ୍ରଙ୍କଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଥିପୂର୍ବରୁ ସେ ନୂଆପଡ଼ା ଜିଲାରେ ନିଜ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ…
ଅପମୃତ୍ୟୁ ମାମଲାର ତଦନ୍ତ ପରେ ହତ୍ୟା ମାମଲା ରୁଜୁ କଲା ପୋଲିସ୍
ବୈପାରିଗୁଡା,୨୩ା୬ (ଡି.ଏନ୍.ଏ.): ୨ ବର୍ଷ ତଳର ଏକ ଅପମୃତ୍ୟୁ ମାମଲାର ତଦନ୍ତ ପରେ ବୈପାରିଗୁଡା ପୋଲିସ ଏହାକୁ ହତ୍ୟା ମାମଲାରେ ପରିଣତ କରି ଏକ ହତ୍ୟା ମାମଲା ରୁଜୁ କରିଛି ା ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର…
ବିକାଶ ଅପେକ୍ଷାରେ ମାନ୍ଦ୍ରାବାଜୁ ଗାଁ
ଆର.ଉଦୟଗିରି,୨୩ା୬(ଡି.ଏନ.ଏ.): ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତ ମାନ୍ଦ୍ରାବାଜୁ ଗ୍ରାମରେ ବିକାଶ ଅପହଞ୍ଚ। ଏବେ ବି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। କେବଳ ରାସ୍ତା ନିର୍ମାଣକୁ ବାଦ ଦେଲେ ଅନ୍ୟ କୌଣସି ସରକାରୀ ଯୋଜନା…
ବର୍ଷା ଆସୁ ଆସୁ କୃତ୍ରିମ ବନ୍ୟା
ଭୁବନ, ୨୩ା୬(ଡି.ଏନ୍.ଏ.): ବର୍ଷା ପୂର୍ବରୁ ପଶିଲାନି ବୁଦ୍ଧି। ନୂତନ ଡ୍ରେନ୍ ନିର୍ମାଣ କରିବାକୁ ନା କରାଗଲା ଯୋଜନା ନା ହେଲା ପୂତ୍ତିଗନ୍ଧମୟ ଜଳ ନିଷ୍କାସନ ବ୍ୟବସ୍ଥା। ଏବେ ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ଘରେ ପଶୁଛି ମଇଳା ପାଣି।…

