ରୋଜଗାରର ବାଟ ଦେଖାଇଛି କାଇଁଚ ରାଖୀ

କେନ୍ଦ୍ରାପଡ଼ା ଅଫିସ, ୧୦।୮: ଆସନ୍ତା ୧୧ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍‌ମାସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଜଜାଙ୍ଗସ୍ଥିତ ହସ୍ତକଳା କ୍ଲଷ୍ଟରରେ ମହିଳାମାନେ କାଇଁଚ ରାଖୀ ପ୍ରସ୍ତୁତ କରିଛନ୍ତି। ଆମାଜାନ, ଇଣ୍ଡିଆ ମାର୍ଟ, ଫ୍ଲିପ୍‌କାର୍ଟ ଆଦି ଅନ୍‌ଲାଇନ ବିକ୍ରିରେ ଚଳିତବର୍ଷ ଏହାର ବିକ୍ରି ବୃଦ୍ଧି ହୋଇଛି। ଅଦ୍ୟାବଧି ୫ ହଜାରରୁ ଅଧିକ ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା, କୁଏଟ ପରି ଦେଶକୁ ୨୦୦ରୁ ଅଧିକ ରାଖୀ ଯାଇଛି। ଶସ୍ତା ସହ ଆଖିଦୃଶିଆ କାଇଁଚ ରାଖୀ ଗ୍ରାହକଙ୍କ ମନ ମୋହୁଥିବା ବେଳେ ମହିଳା କାରିଗରଙ୍କ ରୋଜଗାର ବାଟ ଫିଟିଛି। ଶିବ ପାର୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ରଶ୍ମିତା ବେହେରା କହିଛନ୍ତି, ଓର୍‌ମାସ ପକ୍ଷରୁ ଜିଲାର ୧୩୦ ସଦସ୍ୟ କାଇଁଚ ହସ୍ତଶିଳ୍ପ ପାଇଁ ତାଲିମ ନେଇଥିଲେ। ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ଏହି ହସ୍ତଶିଳ୍ପ ଚାହିଦା ବୃଦ୍ଧି ପରେ ଏହାକୁ ୨୦୧୮ରେ ଅନ୍‌ଲାଇନ ବିକ୍ରି ଆରମ୍ଭ କରାଯାଇଥିଲା। କରୋନା ସଂକ୍ରମଣ କାଳରେ ଏହି ରାଖୀ ବ୍ୟବସାୟ ସୁଦୂରପ୍ରସାରୀ ହୋଇଥିଲା। ରାଖୀ ପ୍ରସ୍ତୁତ ପରେ ଏହାର ଫଟୋ ଅନ୍‌ଲାଇନରେ ମୂଲ୍ୟ ସହ ପୋଷ୍ଟ କରାଯାଏ। ଚଳିତବର୍ଷ ରାଖୀର ଦାମ ୨୦ରୁ ୫୦ଟଙ୍କା ମଧ୍ୟରେ ରହିଛି। ଶସ୍ତା ଓ ଆଖିଦୃଶିଆ ରାଖୀ ପାଇଁ ଏହାର ଚାହିଦା ବଢ଼ିଛି। ଅଦ୍ୟାବଧି ଅନ୍‌ଲାଇନରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଅର୍ଡର ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଦର ବଢ଼ିଛି। ଜଜାଙ୍ଗ ଗଁାର ପ୍ରଭାତୀ ତ୍ରିପାଠୀ କହିଛନ୍ତି, ବର୍ଷାଦିନେ କାଇଁଚ ସଂଗ୍ରହ କରି ରଖାଯାଏ। ବର୍ଷକ ମଧ୍ୟରେ କାଇଁଚ ବ୍ୟବହାର କରା ନ ଗଲେ ନଷ୍ଟ ହୋଇଯାଏ। ଜିଲାରେ ବହୁଳ ଭାବେ କାଇଁଚ ମିଳୁଥିବାରୁ ଉପତ୍ାଦିତ ସାମଗ୍ରୀ କମ୍‌ ଦାମ୍‌ରେ ଲୋକଙ୍କ ନିକଟରେ ପହଞ୍ଚାଇ ହେଉଛି। ଏହାବ୍ୟତୀତ କାଇଁଚ ରାଖୀ ପରିବେଶ ସମ୍ବେଦନଶୀଳ। ପ୍ଲାଷ୍ଟିକ ଅଥବା ଧାତୁ ସହ ନିର୍ମିତ ରାଖୀକୁ ଏବେ ଲୋକ ପସନ୍ଦ କରୁନାହାନ୍ତି। ଚଳିତବର୍ଷ ଏହି ରାଖୀ ପ୍ରାୟ ୩୦ ଗ୍ରାମରେ ପ୍ରସ୍ତୁତ ହୋଇଛି। ଏହାବ୍ୟତୀତ ଶିଳ୍ପ ପ୍ରଶିକ୍ଷଣ, ନମୁନା ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଖୀର ନୂତନତ୍ୱ ଆସିଛି। ସୋସିଆଲ ମିଡିଆକୁ ବ୍ୟବହାର କରାଯାଇ ଏହାର ବିକ୍ରିକୁ ବ୍ୟାପକ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ କାଇଁଚ ଶିଳ୍ପ ପାଇଁ କେନ୍ଦ୍ରାପଡ଼ାର ପ୍ରସିଦ୍ଧି ରହିଛି। ଏହାକୁ ପ୍ରୋତ୍ସାହିତ ପାଇଁ ୨୦୨୦ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ଆହରଣ ଓ ଜୀବିକା ଉନ୍ନତି ପାଇଁ ଜ୍ଞାନ ସଚେତନତା (ସଂକଳ୍ପ) ଆରମ୍ଭ ହୋଇଛି। ଏଥିପାଇଁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ସମୟରେ ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ ଫିଡ୍‌ବ୍ୟାକ, ଗ୍ରାହକଙ୍କ ମତାମତ, ଆଧୁନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଦ୍ରବ୍ୟ ଓ ସେବା କର, ଦୈନନ୍ଦିନ ଆର୍ଥିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ରାଖୀ ପୂର୍ଣ୍ଣିମା ପାଇଁ କାଇଁଚ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରାଯାଇଛି। ଆଗକୁ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?