ରୋଜଗାରର ବାଟ ଦେଖାଇଛି କାଇଁଚ ରାଖୀ

କେନ୍ଦ୍ରାପଡ଼ା ଅଫିସ, ୧୦।୮: ଆସନ୍ତା ୧୧ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍‌ମାସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଜଜାଙ୍ଗସ୍ଥିତ ହସ୍ତକଳା କ୍ଲଷ୍ଟରରେ ମହିଳାମାନେ କାଇଁଚ ରାଖୀ ପ୍ରସ୍ତୁତ କରିଛନ୍ତି। ଆମାଜାନ, ଇଣ୍ଡିଆ ମାର୍ଟ, ଫ୍ଲିପ୍‌କାର୍ଟ ଆଦି ଅନ୍‌ଲାଇନ ବିକ୍ରିରେ ଚଳିତବର୍ଷ ଏହାର ବିକ୍ରି ବୃଦ୍ଧି ହୋଇଛି। ଅଦ୍ୟାବଧି ୫ ହଜାରରୁ ଅଧିକ ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା, କୁଏଟ ପରି ଦେଶକୁ ୨୦୦ରୁ ଅଧିକ ରାଖୀ ଯାଇଛି। ଶସ୍ତା ସହ ଆଖିଦୃଶିଆ କାଇଁଚ ରାଖୀ ଗ୍ରାହକଙ୍କ ମନ ମୋହୁଥିବା ବେଳେ ମହିଳା କାରିଗରଙ୍କ ରୋଜଗାର ବାଟ ଫିଟିଛି। ଶିବ ପାର୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ରଶ୍ମିତା ବେହେରା କହିଛନ୍ତି, ଓର୍‌ମାସ ପକ୍ଷରୁ ଜିଲାର ୧୩୦ ସଦସ୍ୟ କାଇଁଚ ହସ୍ତଶିଳ୍ପ ପାଇଁ ତାଲିମ ନେଇଥିଲେ। ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ଏହି ହସ୍ତଶିଳ୍ପ ଚାହିଦା ବୃଦ୍ଧି ପରେ ଏହାକୁ ୨୦୧୮ରେ ଅନ୍‌ଲାଇନ ବିକ୍ରି ଆରମ୍ଭ କରାଯାଇଥିଲା। କରୋନା ସଂକ୍ରମଣ କାଳରେ ଏହି ରାଖୀ ବ୍ୟବସାୟ ସୁଦୂରପ୍ରସାରୀ ହୋଇଥିଲା। ରାଖୀ ପ୍ରସ୍ତୁତ ପରେ ଏହାର ଫଟୋ ଅନ୍‌ଲାଇନରେ ମୂଲ୍ୟ ସହ ପୋଷ୍ଟ କରାଯାଏ। ଚଳିତବର୍ଷ ରାଖୀର ଦାମ ୨୦ରୁ ୫୦ଟଙ୍କା ମଧ୍ୟରେ ରହିଛି। ଶସ୍ତା ଓ ଆଖିଦୃଶିଆ ରାଖୀ ପାଇଁ ଏହାର ଚାହିଦା ବଢ଼ିଛି। ଅଦ୍ୟାବଧି ଅନ୍‌ଲାଇନରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଅର୍ଡର ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଦର ବଢ଼ିଛି। ଜଜାଙ୍ଗ ଗଁାର ପ୍ରଭାତୀ ତ୍ରିପାଠୀ କହିଛନ୍ତି, ବର୍ଷାଦିନେ କାଇଁଚ ସଂଗ୍ରହ କରି ରଖାଯାଏ। ବର୍ଷକ ମଧ୍ୟରେ କାଇଁଚ ବ୍ୟବହାର କରା ନ ଗଲେ ନଷ୍ଟ ହୋଇଯାଏ। ଜିଲାରେ ବହୁଳ ଭାବେ କାଇଁଚ ମିଳୁଥିବାରୁ ଉପତ୍ାଦିତ ସାମଗ୍ରୀ କମ୍‌ ଦାମ୍‌ରେ ଲୋକଙ୍କ ନିକଟରେ ପହଞ୍ଚାଇ ହେଉଛି। ଏହାବ୍ୟତୀତ କାଇଁଚ ରାଖୀ ପରିବେଶ ସମ୍ବେଦନଶୀଳ। ପ୍ଲାଷ୍ଟିକ ଅଥବା ଧାତୁ ସହ ନିର୍ମିତ ରାଖୀକୁ ଏବେ ଲୋକ ପସନ୍ଦ କରୁନାହାନ୍ତି। ଚଳିତବର୍ଷ ଏହି ରାଖୀ ପ୍ରାୟ ୩୦ ଗ୍ରାମରେ ପ୍ରସ୍ତୁତ ହୋଇଛି। ଏହାବ୍ୟତୀତ ଶିଳ୍ପ ପ୍ରଶିକ୍ଷଣ, ନମୁନା ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଖୀର ନୂତନତ୍ୱ ଆସିଛି। ସୋସିଆଲ ମିଡିଆକୁ ବ୍ୟବହାର କରାଯାଇ ଏହାର ବିକ୍ରିକୁ ବ୍ୟାପକ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ କାଇଁଚ ଶିଳ୍ପ ପାଇଁ କେନ୍ଦ୍ରାପଡ଼ାର ପ୍ରସିଦ୍ଧି ରହିଛି। ଏହାକୁ ପ୍ରୋତ୍ସାହିତ ପାଇଁ ୨୦୨୦ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ଆହରଣ ଓ ଜୀବିକା ଉନ୍ନତି ପାଇଁ ଜ୍ଞାନ ସଚେତନତା (ସଂକଳ୍ପ) ଆରମ୍ଭ ହୋଇଛି। ଏଥିପାଇଁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ସମୟରେ ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ ଫିଡ୍‌ବ୍ୟାକ, ଗ୍ରାହକଙ୍କ ମତାମତ, ଆଧୁନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଦ୍ରବ୍ୟ ଓ ସେବା କର, ଦୈନନ୍ଦିନ ଆର୍ଥିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ରାଖୀ ପୂର୍ଣ୍ଣିମା ପାଇଁ କାଇଁଚ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରାଯାଇଛି। ଆଗକୁ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri