ଗ୍ରାମବାସୀଙ୍କ ଥାନା ଘେରାଓ, ଉତ୍ତେଜନା

ଲେଫ୍ରିପଡ଼ା,୧୦ା୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁଆରୀଯୋର ଗ୍ରାମରୁ ଜଣେ ଯୁବକଙ୍କୁ ସ୍ଥାନୀୟ ମଦବ୍ୟବସାୟୀ ଦମ୍ପତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ଯୁବକଙ୍କୁ ଉଦ୍ଧାର ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଥାନା ଘେରାଉ କରାଯିବା ସହ ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ ସୁଆରୀଯୋର ଗ୍ରାମର ଈଶ୍ୱର କିଷାନ(୩୨)ସୋମବାର ବେଲସରା ମନ୍ଦିରକୁ ଯାଇ ଫେରୁଥିବା ସମୟରେ କଦୋମାଲ ସୁଆରୀଯୋର ପେଣ୍ଠ ଜାଗାରେ ଲେଫ୍ରିପଡ଼ା ଅଲେଖପଡାର ଡିଲେଶ୍ୱର ପୃଷେଠ ଏବଂ ତାଙ୍କର ସ୍ତ୍ରୀ ଈଶ୍ୱରଙ୍କୁ କୁଆଡ଼େ ଅପହରଣ କରି ନେଇଯାଇଥିବା ଲେଫ୍ରିପଡ଼ା ଥାନାରେ ଈଶ୍ୱର କିଷାନଙ୍କ ସ୍ତ୍ରୀ କୁମାରୀ କିଷାନ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ଗ୍ରାମବାସୀ ଲେଫ୍ରିପଡ଼ା ଥାନାକୁ ସୋମବାର ସାରେ ଏବଂ ମଙ୍ଗଳବାର ଦିନ ସାରା ଯୁବକଙ୍କୁ ଉଦ୍ଧାର ଦାବିରେ ଥାନା ଘେରାଉ କରିଥିଲେ। ଥାନାରେ ପ୍ରବଳ ଉତ୍ତେଜନା ହେବା ପରେ ମଦବ୍ୟବସାୟୀ ଦମ୍ପତିଙ୍କୁ ଗିରଫ କରି ଥାନାରେ ପୋଲିସ ଅଟକ ରଖିଛି। ଦିନସାରା ଉତ୍ତେଜନା ଦେଖା ଦେବାରୁ ପରେ ଅପରାହ୍ନରେ ତଲସରା ବିଧାୟକ ଭବାନୀଶଙ୍କର ଭୋଇ ଲେଫ୍ରିପଡା ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଦାବି ରଖିଥିଲେ। ମଙ୍ଗଳବାର ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଥିବାବେଳେ ଜଣେ ଆଦିବାସୀ ଯୁବକଙ୍କୁ ମଦବ୍ୟବସାୟୀ ଅପହରଣ କରି ନେଇଯାଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ପ୍ରକାଶ କରିଥିଲେ। ପୋଲିସ ପକ୍ଷରୁ ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ଏବଂ ଥାନା ଆଇଆଇସି ସୁମନ୍ତ କୁମାର ନାଏକ ଅପହରଣ ହୋଇଥିବା ଯୁବକଙ୍କୁ ଅତିଶୀଘ୍ର ଉଦ୍ଧାର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି କହିଥିଲେ। ଏଥିପାଇଁ ଗ୍ରାମବାସୀ ଉତ୍ତେଜନା ନ କରି ପୋଲିସକୁ ତଦନ୍ତ ସକାଶେ ସହଯୋଗ କରିବା ପାଇଁ ସମୟ ମାଗିଥିଲେ। କିନ୍ତୁ ପୋଲିସର ବୁଝାସୁଝା ପରେ ଗ୍ରାମବାସୀ ରାଜି ନ ହେବାରୁ ଦିନ ତମାମ ଉତ୍ତେଜନା ଦେଖାଦେଇଥିଲା। ପରେ ସାରେ ଥାନାରେ ତଲସରା ବିଧାୟକ ଏବଂ ସୁଆରୀଯୋର ଗ୍ରାମବାସୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅମୀର କୁମାର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୌତୁକ ଚୌଧୁରୀ ସମେତ ଅଞ୍ଚଳର ବହୁ ନେତୃମଣ୍ଡଳୀ ଯୁବକଙ୍କୁ ଉଦ୍ଧାର ଦାବିରେ ଧାରଣାରେ ବସିଥିଲେ। ରାତି ପର୍ଯ୍ୟନ୍ତ ଥାନାରେ ଧାରଣାରେ ବସିରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ପାରିପାର୍ଶିକ ସ୍ଥିତିରୁ ଅପହରଣ ହୋଇଥିବା ଯୁବକଙ୍କ ପିନ୍ଧିଥିବା ସାର୍ଟ, ପେଣ୍ଟ, ଜୋତା ଇତ୍ୟାଦି ପୋଲିସ ତଦନ୍ତରୁ କୌଣସି ଏକ ସ୍ଥାନରୁ ମିଳିଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ସନ୍ଦେହ ବଢିବାରେ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?