ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ ହୋଇଥିବା ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା। ଭିତରକନିକାର ଲୁଣା ଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବାତ୍ୟା ସମୟରେ ଉପକୂଳକୁ ସୁରକ୍ଷା ଯୋଗାଇ ଆସିଛି। ଲୁଣା ଜଙ୍ଗଲର ପରିସର ବୃଦ୍ଧି ପାଇ ପ୍ରତିବର୍ଷ ରାଜନଗର ବନ ବିଭାଗ ପକ୍ଷରୁ ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ କରାଯାଉଛି। ଏଥିସହ କିଛି ସ୍ଥାନରେ ବିଭିନ୍ନ କାରଣରୁ ମରି ଯାଉଥିବା ଲୁଣା ଜଙ୍ଗଲର ପୁନରୁଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ୟୁଏନ୍‌ଡିପି ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ଏହି ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟ କିପରି ହେଇଛି, କେତେ ପ୍ରତିଶତ ମା୍ୟନ୍‌ଗ୍ରୁଭ ପ୍ଲାଣ୍ଟେଶନ ବଞ୍ଚତ୍ ରହିଛି, ପୁନରୁଦ୍ଧାର କାର୍ଯ୍ୟ ପରେ ମରି ଆସୁଥିବା ଲୁଣା ଜଙ୍ଗଲର ସ୍ଥିତି କିପରି ବଦଳିଛି, ତା’ର ଅନୁଧ୍ୟାନ କରିବାକୁ ମଙ୍ଗଳବାର ଭିତରକନିକାରେ ପହଞ୍ଚତ୍ଛନ୍ତି ୟୁଏନ୍‌ଡିପି ଓ ଏକ୍ରିକ୍‌ ପ୍ରତିନିଧି ଦଳ। ୟୁଏନ୍‌ଡିପି ଯୁକ୍ତରାଷ୍ଟ୍ର ଆମେରିକାର ମିଖାଇଲ ପାଲେଷ୍ଟିନଙ୍କ ନେତୃତ୍ୱରେ ଡ. ସେଲଭା, ଏକ୍ରିକ୍‌ ଷ୍ଟେଟ୍‌ କୋଅର୍ଡିନେଟର ରଜତ ଚୌଧୁରୀ ପ୍ରମୁଖ ଭିତରକନିକାରେ ପହଞ୍ଚତ୍ ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚତ୍ ଜିଲାପାଳ ଅମୃତ ଋତୁରାଜଙ୍କ ସହ ଭିତରକନିକା ପାରିପାର୍ଶ୍ୱରେ ଥିବା ଅଧିବାସୀଙ୍କୁ ଲାଇଭହୁଡ୍‌ ଯୋଜନାରେ ବିଭିନ୍ନ ସହାୟତା ଯୋଗାଇ ଦେବା ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ାରୁ ଭିତରକନିକା ଆସି ପହଞ୍ଚତ୍ବା ପରେ ଡିଏଫ୍‌ଓ ଯଜ୍ଞଦତ୍ତ ପତି, ଏସିଏଫ୍‌ ପୁନମ୍‌ ହୀରା ହଁାସଦା, ରେଞ୍ଜ ଅଫିସର ମାନସ କୁମାର ଦାସ, ଏକ୍ରିକ୍‌ ଜିଲା ସଂଯୋଜକ ଦେବାଶିଷ ପତି ଏହି ଟିମ୍‌କୁ ସ୍ବାଗତ କରିଥିଲେ। ଡିଏଫ୍‌ଓ ପତି ଏହି ଟିମ୍‌କୁ ସାଙ୍ଗରେ ଧରି ବନ ବିଭାଗ ପକ୍ଷରୁ କରାଯାଇଥିବା ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ ବୁଲି ଦେଖାଇଛନ୍ତି। ନଳିତାପାଟିଆରୁ ତାଳଚୁଆ ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନ, ଶୈଳେନ୍ଦ୍ରନାରାୟଣପୁରରୁ ଗୋପାଳଜୀଉପାଟଣା ଯାଏ ଚିଙ୍ଗୁଡିଘେରି ଉଚ୍ଛେଦ କରାଯିବା ପରେ ସେଠାରେ କରାଯାଇଥିବା ମ୍ୟାନ୍‌ଗ୍ରୁଭ ପ୍ଲାଣ୍ଟେଶନକୁ ଏହି ପ୍ରତିନିଧି ଦଳ ବୁଲି ଦେଖିବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଟିମ୍‌ ରାତିରେ ଭିତରକନିକାର ଡାଙ୍ଗମାଳରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ଡାଙ୍ଗମାଳଠାରେ ନିର୍ମାଣ ହୋଇଥିବା ମ୍ୟାନ୍‌ଗ୍ରୁଭ ମେଟା ନର୍ସରୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?