ସମସ୍ୟା ସମାଧାନ ପାଇଁ ସ୍ବର ଉଠାଇଲେ ଆଦିବାସୀ

କେନ୍ଦୁଝର, ୧୦।୮ (ସ୍ବ.ପ୍ର.): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଜିଲା ମୁଖ୍ୟାଳୟରେ ମିଳିତ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ା ଏହି ଶୋଭାଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ଓ ସଂଗଠନର ମହିଳା, ପୁରୁଷ ଆଦି ସାମିଲ ହୋଇଥିଲେ। ଏହି ଅବସରରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀ ପତ୍ର ଜିଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ା
ବିଭିନ୍ନ ଦାବି ମଧ୍ୟରେ ବିଶ୍ୱ ସ୍ତରରେ ପାଳନ ହୋଇ ଆସୁଥିବା ଏହି ଦିବସ ପାଇଁ ଅଗଷ୍ଟ ୯କୁ ସରକାରୀ ଛୁଟି ଘୋଷଣା, ଆଦିବାସୀଙ୍କ ଆବାଦରେ ଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ଆଦିବାସୀଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି , ପରମ୍ପରାର ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେହିପରି ଖଣିଖାଦାନ, କଳକାରଖାନା ଓ ସରକାରୀ ଉଦ୍ୟୋଗ ପାଇଁ ଉଚ୍ଛେଦ କରାଯାଉଥିବା ଆଦିବାସୀଙ୍କ ଜମି ବାବଦକୁ କ୍ଷତିପୂରଣ ପ୍ରଦାନ କିମ୍ବା ଜମି ବଦଳରେ ଜମି ପ୍ରଦାନ କରିବାକୁ ଦାବି କରିଛନ୍ତି। ଆଦିବାସୀ ଝିଅମାନଙ୍କୁ ପ୍ରଲୋଭିତ କରି ଅଣଆଦିବାସୀ ମାନେ ସେମାନଙ୍କ ମାଧ୍ୟମରେ ରାଜନୀତିର ସୁଯୋଗ ନେବା ସହ ଅନ୍ୟାନ୍ୟ ଆଦିବାସୀଙ୍କ ପାଇଁ ଥିବା ସୁବିଧା ସୁଯୋଗକୁ ଉପଭୋଗ କରୁଛନ୍ତି। ଏଣୁ ଏଭଳି କ୍ଷେତ୍ରରେ ବିବାହ ପରେ ଆଦିବାସୀଙ୍କ ପାଇଁ ଥିବା ସୁବିଧାରୁ ବଞ୍ଚିତ କରିବାକୁ ସେମାନଙ୍କୁ ଦାବି କରିଛନ୍ତି। ବିଭିନ୍ନ ଘରୋଇ ନିଯୁକ୍ତି ଓ ଖଣିଖାଦାନ, କଳକାରଖାନାରେ ସରକାରୀ କୋଟା ଭଳି ସ୍ବତନ୍ତ୍ର ନିଯୁକ୍ତି କୋଟା ଦେବାକୁ ଦାବି କରିଛନ୍ତି। ଏହି ଶୋଭାଯାତ୍ରାରେ ଗୋଁଣ୍ଡ ସମାଜ ସଭାପତି ଜନାର୍ଦ୍ଦନନାୟକ, ସାନ୍ତାଳ ସମାଜ ସଭାପତି ସମରା ଟୁଡୁ, ଜିଲା ସଂଯୋଜକ ବାଥୁଡି ସମାଜ ମକରଧ୍ୱଜ ନାଏକ, ଓରାମ ସମାଜର ନେତ୍ରା ଓରାମ, ଭୂୟାଁ ସାଂସ୍କୃତିକ ସଂଗଠନ ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri