‘୫-ଟି’କୁ ଆସୁ କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୮

ଐତିହ୍ୟସମ୍ପନ୍ନ ମଠ ମନ୍ଦିରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ପ୍ରାଚୀନ, କିମ୍ବଦନ୍ତୀପୂର୍ଣ୍ଣ ପୀଠକୁ ‘୫-ଟି’ ଅନ୍ତର୍ଭୁକ୍ତ କରାଯାଇ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି। ହେଲେ ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଅଦ୍ୟାବଧି ଏଥିରେ ସାମିଲ କରାଯାଇନାହିଁ। ଫଳରେ ଏହାର ବିକାଶ ଯେଉଁ ଭଳି ଭାବେ ହେବା କଥା, ତାହା ହୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ବିଜେସ୍ଥଳୀର ସାମଗ୍ରିକ ଉନ୍ନତି ପାଇଁ ଖୁବ୍‌ଶୀଘ୍ର ୧୦୦ କୋଟି ଟଙ୍କାର ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ସେ ଦାବି କରିଛନ୍ତି।
ପୂର୍ବତନ ବିଧାୟକ ନନ୍ଦ ଅଭିଯୋଗ କରିଛନ୍ତି ଯେ, କପିଳାସ ପୀଠକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ତେବେ ଦୀର୍ଘଦିନରୁ ପ୍ରସ୍ତାବିତ ରୋପ୍‌ ଓ୍ବେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲାନାହିଁ। ପୀଠରୁ ପୁରୀକୁ ସିଧାସଳଖ ବସ୍‌ସେବା ଯୋଗାଇ ଦେବା ଲାଗି ଏକାଧିକଥର ଦାବି କରାଯାଇଛି। ତଥାପି ଏହା ହୋଇପାରୁନାହିଁ। ଯୋରନ୍ଦା ମହିମାଗାଦି, ସପ୍ତଶଯ୍ୟା ଦେଇ ଶ୍ରୀକ୍ଷେତ୍ରକୁ ବସ୍‌ସେବା ଉପଲବ୍ଧ ହେଲେ ଜିଲା ପର୍ଯ୍ୟଟନର ଗୁରୁତ୍ୱ ବଢ଼ିବ। ସେହିପରି କପିଳାସ ପ୍ରାଣୀ ଉଦ୍ୟାନ ନିର୍ମାଣ ପାଇଁ ଠାକୁରଙ୍କ ୭୯ ଏକର ଜମି ଯାଇଛି। ବନ ବିଭାଗ ସମାନ ପରିମାଣର ଜମି ଦେବୋତ୍ତର ବିଭାଗକୁ ଦେଲେ ପୀଠର ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଏଥିସହ ପୀଠରେ ପର୍ଯ୍ୟାପ୍ତ ପିଇବା ପାଣି, ଶ୍ରଦ୍ଧାଳୁଙ୍କ ପାଇଁ ଗାଧୁଆ ଘର, ଶୌଚାଳୟ, ୨୦୧୩ରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସର ପୁନରୁଦ୍ଧାର, ନିଲାମଧାରୀ ଦୋକାନୀଙ୍କୁ ଥଇଥାନ, ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଭକ୍ତ ଏବଂ ସେବାୟତଙ୍କ ପାଇଁ ପୃଥକ୍‌ ବିଶ୍ରାମକ କ୍ଷ, କଳା ପରିଷଦ ମଣ୍ଡପକୁ ଯାତ୍ରୀଙ୍କ ବ୍ୟବହାର ଉପଯୋଗୀ କରିବା, ୨୦୦୩ରେ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ପାଠାଗାରର ନବକଳେବର, ବର୍ଷାଦିନେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପାହାଚ ରାସ୍ତାରେ ୧୦ ବିଶ୍ରାମାଗାର ନିର୍ମାଣ କରିବା ଜରୁରୀ ବୋଲି ପୂର୍ବତନ ବିଧାୟକ ପ୍ରସ୍ତାବ ଦେଇଛନ୍ତି।
ସେହିପରି କପିଳାସରେ ଶିଶୁ ଉଦ୍ୟାନ, ପାର୍କ, ପୀଠର ପବିତ୍ରତା ରକ୍ଷା କରିବା ପାଇଁ ମନ୍ଦିର ପାଦଦେଶରୁ ମୁଖଶାଳା ପର୍ଯ୍ୟନ୍ତ ଆମିଷ ଭୋଜି ବନ୍ଦ, ହୋଟେଲରେ ଆମିଷ ଖାଦ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରିବାକୁ ସେ ଦାବି କରିଛନ୍ତି। ଟୋଲଗେଟ୍‌କୁ ବୈଦ୍ୟୁତିକ ସ୍ବୟଂକ୍ରିୟ ଚେକ୍‌ଗେଟ କରିବା ସହ ଏହାକୁ ସନ୍ତୋଷୀ ଛକକୁ ଉଠାଇ ନିଆଯାଉ। ଫଳରେ କେବଳ କପିଳାସ ପୀଠକୁ ଯାଉଥିବା ଶ୍ରଦ୍ଧାଳୁ ଟୋଲ୍‌ ଫ୍ରି ଦେବେ। ପ୍ରାଣୀ ଉଦ୍ୟାନ ଓ ସାଇନ୍ସ ପାର୍କ ବୁଲି ଆସୁଥିବା ଯାତ୍ରୀଙ୍କୁ ଶୁଳ୍କବୋଝରୁ ମୁକ୍ତି ମିଳିବ ବୋଲି ସେ କହିଛନ୍ତି।
ଅନୁରୂପ ଭାବେ କପିଳାସ ଅଞ୍ଚଳର ସୁରକ୍ଷା ପାଇଁ ସ୍ଥାୟୀ କର୍ମଚାରୀ ନିଯୁକ୍ତି, ସ୍ଥାୟୀ ପୋଲିସ ଫାଣ୍ଡି, ଏଟିଏମ୍‌ କାଉଣ୍ଟର ସ୍ଥାପନ, ପାର୍କିଂ ସ୍ଥାନ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ଲିଙ୍ଗରାଜ ମନ୍ଦିର ଶୈଳୀରେ ସ୍ବତନ୍ତ୍ର ଟ୍ରଷ୍ଟ ବୋର୍ଡ ଗଠନ, ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେବା, ଠାକୁରଙ୍କ ସ୍ଥାବର ଜମି ଚିହ୍ନଟ କରି ଏହାକୁ ବଜାର ଦରରେ ବିକ୍ରି ଏବଂ ପ୍ରାପ୍ତ ଅର୍ଥକୁ ସ୍ଥାୟୀ ଜମା ଆକାରରେ ରଖିବା, ଜବରଦଖଲରେ ଥିବା ଜମିର ପୁନରୁଦ୍ଧାର, ମହୁଲଖୋଲି ଗ୍ରାମରେ ଠାକୁରଙ୍କ ନାମରେ ଥିବା ୧୨୦୦ ଏକର ଉଜୁଡା କାଜୁ ଜଙ୍ଗଲର ପୁନରୁଦ୍ଧାର, ଦାନ ଟଙ୍କା ହିସାବ ବ୍ୟବସ୍ଥିତ କରିବାକୁ ସେ ଦାବି କରିଛନ୍ତି। ମନ୍ଦିର ମୁଖଶାଳା ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁଦାନ ପାଣ୍ଠିରୁ ନିର୍ମିତ ଯାତ୍ରୀ ବିଶ୍ରାମାଗାରରେ ଦେବୋତ୍ତର ବିଭାଗ ଅବଢ଼ା ବିକ୍ରି କରୁଛି। ତେଣୁ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ତେଣୁ ଅବଢ଼ା ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରିବା ମଧ୍ୟ ଅତ୍ୟାବଶ୍ୟକ। ଏସବୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଭାବେ ଅନୂ୍ୟନ ୧୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?