ମୁକ୍ତା ଯୋଜନାରେ ଶିଶୁ ଉଦ୍ୟାନ ଉନ୍ନତୀକରଣ ବିଫଳ

ବ୍ରହ୍ମପୁର ଅଫିସ,୧୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ରହ୍ମପୁର ସହରର ଖୋଲା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସହରରେ ଏଭଳି ଭାବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଶିଶୁ ଉଦ୍ୟାନ ରହିଛି। ଯେଉଁ ଉଦ୍ୟାନଗୁଡିକରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ଖେଳଣା ସରଞ୍ଜାମ ଉପଲବ୍ଧ ରହିଛି। ଏଥିସହ ପାର୍କ ମଧ୍ୟରେ ଚଲାପଥ ନିର୍ମାଣ କରାଯାଇଛି। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଆମୋଦ ପ୍ରମୋଦ ସାଙ୍ଗକୁ ଛୋଟ ଶିଶୁଙ୍କ କ୍ରୀଡା କ୍ଷେତ୍ରରେ ସହାୟକ ହୋଇପାରିବ। କିନ୍ତୁ ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାର୍କଗୁଡିକର ଠିକ୍‌ ରକ୍ଷଣାବେକ୍ଷଣ ହୋଇପାରୁ ନ ଥିବାରୁ ଉଦ୍ୟାନଗୁଡିକ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଛି। ପାର୍କରେ ଅନାବନା ଘାସ ଉଠିବାରୁ ପାର୍କଟି ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ମୁକ୍ତା ଯୋଜନାରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ଏହି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଛି। କିନ୍ତୁ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ଉନ୍ନୟନମୂଳକ କାଯର୍ର୍‌ୟଗୁଡିକ ଠପ୍‌ ହୋଇ ପଡିଛି। ଫଳରେ ମୁକ୍ତା ଯୋଜନାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସଫଳ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସହରବାସୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏଭଳି ବିଏମ୍‌ସି ୪୧ ନଂ.ୱାର୍ଡ ଅନ୍ତର୍ଗତ ଅଲେଖ ନଗର ଦ୍ୱିତୀୟ ଲେନ୍‌ଠାରେ ଥିବା ଶିଶୁ ଉଦ୍ୟାନ ଏହାର ଜ୍ୱଳନ୍ତ ଉଦାହରଣ । ଉଦ୍ୟାନ ମଧ୍ୟରେ ଥିବା ଦୋଳି ଓ ଚେୟାର ଭାଙ୍ଗିରୁଜି ଯାଇଛି। ପାର୍କରେ କୌଣସି ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ବର୍ଷା ହେବା ଫଳରେ ପାର୍କ ପରିସର କାଦୁଅରେ ପରିପୂର୍ଣ୍ଣ ହୋଇଛି। ଏହି ଉଦ୍ୟାନଟି ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ନିମନ୍ତେ ଅବସର ବିନୋଦନ ନିମନ୍ତେ ଏକମାତ୍ର ସାହାରା ଥିବା ବେଳେ ବର୍ତ୍ତମାନ ଏହା ଅବହେଳିତ ହୋଇ ପଡିଛି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ ମୁକ୍ତା ଯୋଜନାରେ ପାର୍କର ଉନ୍ନତୀକରଣ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ କୌଣସି କାର୍ଯ୍ୟ ନ କରିବାରୁ ବର୍ତ୍ତମାନ ପାର୍କଟି ଶୋଚନୀୟ ହୋଇ ପଡିଛି। ବର୍ତ୍ତମାନ ପୁଣି ଥରେ ୱାର୍କ ଅର୍ଡର କରାଯିବ। ଏହାପରେ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ କରିବାକୁ କାର୍ଯ୍ୟାଦେଶ ଦିଆଯିବ ବୋଲି ଉକ୍ତ ୱାର୍ଡର କନିଷ୍ଠ ଯନ୍ତ୍ରୀ ଗଣେଶ ପାତ୍ର କହିଛନ୍ତି। ପାର୍କରେ ପ୍ଲଭର ବୋର୍ଡ, ଶିଶୁଙ୍କ ନିମନ୍ତେ ଅଧିକ କ୍ରୀଡା ସରଞ୍ଜାମ ଓ ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତୀକରଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଉଦ୍ୟାନର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି। ଏହି ଉଦ୍ୟାନର ପୁନରୁଦ୍ଧାର କରାଗଲେ ବରିଷ୍ଠ ନାଗରିକ ସାଙ୍ଗକୁ ଛୋଟ ଶିଶୁମାନେ ମଧ୍ୟ ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri