ଆମ ଜିଲା ଖବର

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ ଅଫିସ,୬।୭: ମଙ୍ଗଳବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ ହେବେ। ଏଥିପାଇଁ ବୁଧବାର ତିନିରଥ ଦକ୍ଷିଣ ମୋଡ଼ ନେବେ। ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ଦକ୍ଷିଣ ମୋଡ଼…

‘ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମାରିବା ସେୟା’

ଭୁବନେଶ୍ୱର,୬ା୭(ବ୍ୟୁରୋ): କେନ୍ଦୁଝର ଜିଲା ଆନନ୍ଦପୁର ସବ୍‌ଡିଭିଜନ ହସ୍ପିଟାଲକୁ ନେଇ ବିଜେଡି ସଭ୍ୟ ଭାଗୀରଥି ସେଠୀ ନିଜ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ହସ୍ପିଟାଲରେ ଡାକ୍ତର, ଫାର୍ମାସିଷ୍ଟ ଓ ଆବଶ୍ୟକ ମେଡିକାଲ ଉପକରଣ ନ ଥିବା ନେଇ…

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

କଟକ ଅଫିସ୍‌, ୬ା୭: ରାଜ୍ୟରେ ହାତୀବଂଶ ରକ୍ଷା ଏବଂ ସୁରକ୍ଷା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ମଙ୍ଗଳବାର ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ବନ୍ୟ ପ୍ରାଣୀ(ସୁରକ୍ଷା)…

ଏନ୍‌ଆର୍‌ଏଲ୍‌ ଜମି ଅଧିଗ୍ରହଣରେ ଭିନ୍ନତା

ପାରାଦୀପ,୬ା୭(ସ୍ବ.ପ୍ର.): ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ଯୋଜନାରେ ପାରାଦୀପ ବନ୍ଦର ଜାଗାରେ ୪ଟି ନୂତନ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଗୁଡିକ ହେଲା ଏନ୍‌ଆର୍‌ଏଲ (ନୁମାଲିଗଡ ରିଫାଇନାରି ଲିମିଟେଡ), ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଇଭେଟ ଲିମିଟେଡ, ଏସାର ମିନମେଟ ଲିମିଟେଡ ଓ କଙ୍କର।…

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬ା୭: ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ଜାଣିପାରିବେ। ୱେବ୍‌ସାଇଟ୍‌ www.bseodisha.ac.in…

ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ ଅଫିସ, ୬ା୭: ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ମଙ୍ଗଳବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଛି। ଏଥିଲାଗି ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିବାବେଳେ ଅଭିମାନିନୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ…

ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଦାଦନ ଶ୍ରମିକ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ବିନତି

ଭବାନୀପାଟଣା(ସ୍ବ.ପ୍ର.)/କୋକସରା (ଡି.ଏନ.ଏ.), ୫।୭: କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଘର ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ଲକର ୬ ଜଣ ଶ୍ରମିକଙ୍କ କିଛି ମାସ ଭିତରେ ମୃତ୍ୟୁ ଘଟିଥିବା…

ଚାନ୍ଦା କରି ରାସ୍ତା ମରାମତି

ବଇଣ୍ଡା,୫।୭(ଡି.ଏନ.ଏ) ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିଲା। ଯାତାୟାତରେ ବଡ଼ ସମସ୍ୟା ଭୋଗୁଥିଲେ ଗ୍ରାମବାସୀ। ଏ ନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ହେଉ ନ ଥିଲା। ଶେଷରେ ଗ୍ରାମବାସୀ ନିଜ…

ଘରୁ ଜବତ ହେଲା ବାର୍‌ହା ମାଂସ, ଗିରଫ ହେଲେ ୩ ଶିକାରୀ

ନାକଟିଦେଉଳ,୫ା୭(ଡି.ଏନ୍‌.ଏ.): ନାକଟିଦେଉଳ ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାକଟିଦେଉଳ ଥାନା ଜଗନ୍ନାଥପ୍ରସାଦ ଗ୍ରାମ ଶବରପଡ଼ାର ବାବୁଲା ଶବର(୪୫), ହରି ଶବର(୩୫) ଓ କମାର ଶବର(୫୦)। ସେମାନଙ୍କଠାରୁ ୫ଶହ…

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଚିକିତ୍ସାଳୟ ଭିତରକୁ ବର୍ଷା ଜଳ ପଶିଯାଇଥିଲା । ପାଣି ପଶିଯିବା ଫଳରେ…

ଶେଷ ହେଉ ନ ଥିବାରୁ ସମସ୍ୟା

ବଇଣ୍ଡା,୫।୭(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ ହେବ ବୋଲି ତରବର ହେଲା ପ୍ରଶାସନ। କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ହେବା ପୂର୍ବରୁ ଶତାଧିକ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଦେଲା। ସ୍କୁଲ, ସରକାରୀ କାର୍ଯ୍ୟାଳୟ ଆଦିକୁ ଭାଙ୍ଗି ମାଟିରେ ମିଶାଇଦେଲା। ହେଲେ ବଇଣ୍ଡା ବଜାର ଭଙ୍ଗାଯିବାର ୪…

ସ୍ତ୍ରୀଙ୍କ ସହ ଝଗଡ଼ା କରି ୩୩ କେଭି ବିଦ୍ୟୁତ୍‌ ଟାୱାରକୁ ଚଢ଼ିଗଲେ ସ୍ବାମୀ

ରେଢ଼ାଖୋଲ,୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀ-ସ୍ତ୍ରୀ କଳହକୁ ନେଇ ଜଣେ ଯୁବକ ୩୩ କେଭି ବିଦ୍ୟୁତ୍‌ ଟାୱାରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?