ଗୋପାଳପୁରରେ ଆରମ୍ଭ ଠେଲାପେଲା ରାଜନୀତି

ବ୍ରହ୍ମପୁର ଅଫିସ,୧୯ା୮: ଗୋପାଳପୁର ନିର୍ବାଚନମଣ୍ଡଳୀରେ ଏବେ ଠେଲାପେଲା ରାଜନୀତି ଆରମ୍ଭ ହୋଇଛି। ଏହାକୁ ବିଭିନ୍ନ ମହଲ ଓ ରାଜନୀତି ବିଶ୍ଳେଷକଙ୍କ ପକ୍ଷରୁ ସମାଲୋଚନା କରାଯାଇଛି। ନିଜ ନିର୍ବାଚନମଣ୍ଡଳୀରୁ ବିଧାୟକଙ୍କୁ ଘଉଡ଼ାଇବାକୁ କିଏ ଅଧିକାର ଦେଇଛି ସେନେଇ ଚର୍ଚ୍ଚା ଜୋର ଧରିଛି। ଏହା ସୁସ୍ଥ ଗଣତନ୍ତ୍ରର ପରିପନ୍ଥୀ ହୋଇଥିବା ମତ ପ୍ରକାଶ ପାଇଛି। ଯେଉଁ ଶାସକ ବିଜେଡି କର୍ମୀ ଏହି କାଣ୍ଡ ଘଟାଇଛନ୍ତି ସେମାନେ ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ହେବା ଉପରେ ଗୁରୁତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ୨୦୦୯ରୁ ୨୦୧୯ ମଧ୍ୟରେ ହୋଇଥିବା ୩ ନିର୍ବାଚନରେ ଲଗାତର ନିର୍ବାଚିତ ହୋଇଥିଲେ ବିଜେଡି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ। ସେ ହ୍ୟାଟ୍ରିକ ବିଧାୟକ ହୋଇଥିଲେ। ୨୦୧୭ରୁ ଗତ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ। ଘଟଣାଚକ୍ରରେ ତାଙ୍କୁ ୨୦୨୦ ଡିସେମ୍ବରରେ ଦଳରୁ ବହିଷ୍କାର କରାଯାଇଥିଲା। କେବଳ ସେତିକି ନୁହେଁ କେତେକ ମାମଲାରେ ଛନ୍ଦି ହୋଇ ସେ ଦୀର୍ଘଦିନ ବିଚାରାଧୀନ ବନ୍ଦୀ ଥିଲେ। ଦଳରୁ ବିତାଡ଼ିତ ହେବା ପରେ ସେ ଗତ ଡିସେମ୍ବର ୧୯ରେ ନିର୍ବାଚନମଣ୍ଡଳୀର ଖଜୁରିଆ ନିକଟରେ ହୋଇଥିବା କର୍ମୀ ସମାବେଶକୁ ଯାଇ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲା। ବହିଷ୍କାର ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ ସହ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା। ଯେଉଁମାନେ ପାଣିଗ୍ରାହୀଙ୍କ ଦ୍ୱାରା ବିଭିନ୍ନ ଭାବରେ ଉପକୃତ ଓ ଥଇଥାନ ହୋଇଥିଲେ ସେମାନେ ହିଁ ମୁଖ୍ୟ ଭୂମିକା ନେଇଥିଲେ। ଅପରପକ୍ଷରେ ଦଳରୁ ବହିଷ୍କାର ଓ ଗିରଫ ଏବଂ କୋର୍ଟର ସର୍ତ୍ତମୂଳକ ଜାମିନରେ ମୁକୁଳିବା ପରେ ସେ ଦେଢ଼ ବର୍ଷରୁ ଅଧିକ ସମୟ ନିର୍ବାଚନମଣ୍ଡଳୀକୁ ଆସୁ ନ ଥିଲେ କିମ୍ବା ବିଜେଡି ଓ ଏହାର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ପାଟି ଖୋଲୁ ନ ଥିଲେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ନିର୍ବାଚନମଣ୍ଡଳୀର କେତେକ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗତ ସୋମବାର ଆସିଥିଲେ। କମଳାପୁର ଛକରେ ପହଞ୍ଚତ୍ବା ପରେ ତାଙ୍କୁ ଗୋ-ବ୍ୟାକ୍‌ ନାରା ଦିଆଯାଇଥିଲା। ସେଠାରେ ପାଟିତୁଣ୍ଡ, ହୋହଲ୍ଲା ଓ ଠେଲାପେଲା ହୋଇଥିଲା। ପୋଲିସ ଥାଇ ମଧ୍ୟ ଏହା ରୋକାଯାଇ ପାରି ନ ଥିଲା। ବିଧାୟକଙ୍କୁ ବିରୋଧ କରିବାକୁ ଦଳର ଆଦୌ ନିର୍ଦ୍ଦେଶ ନ ଥିବା ଆଲୋଚନା ପ୍ରସଙ୍ଗରେ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି। ତେବେ କାହା ଇଙ୍ଗିତରେ ଏଭଳି କରାଗଲା ସେନେଇ ରାଜନୈତିକ ସମୀକ୍ଷକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri