ପ୍ରକଳ୍ପ ହସ୍ତାନ୍ତର ନ ହେଉଣୁ ଟାଙ୍କିରୁ ଗଳୁଛି ପାଣି

ଉମରକୋଟ,୧୯ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଜଳ ଜୀବନ ମିଶନରେ ପାନୀୟ ଜଳ ପ୍ରକଳ୍ପ କରାଯାଉଛିି। ହେଲେ ତଳସ୍ତରରେ ଏଥିରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ହେଉଛି। ନିମ୍ନମାନର କାମ ଯୋଗୁ ନିର୍ମାଣର ମାତ୍ର ୩ ମାସ ନ ପୂରୁଣୁ ପାଣିଟାଙ୍କିରୁ ପାଣି ଗଳୁଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼କୁମାରୀ ପଞ୍ଚାୟତର ୟୁଭି ୮ ଖୁଟୁଗୁଡ଼ା ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ପାଣିଟାଙ୍କି ନିର୍ମାଣ ସରିଥିବାବେଳେ ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯିବା ପୂର୍ବରୁ ହିଁ ଷ୍ଟୋରେଜ ଟାଙ୍କିରୁ ପାଣି ଗଳୁଛି।
୨୦୦ରୁ ଊଦ୍ଧର୍‌ବ ପରିବାର ଥିବା ଗାଁଗୁଡ଼ିକ ଜଳ ଜୀବନ ମିଶନ ଅନ୍ତର୍ଭୁକ୍ତ ହୋଇପାରିବେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ପକ୍ଷରୁ ଏହି କାମ କରାଯାଉଛି। ତେବେ ପରିତାପର ବିଷୟ ହେଲା ଏଠାରେ କେଉଁ ବିଭାଗ କାମ କରୁଛି ଏବଂ ପ୍ରକଳ୍ପର ଅଟକଳ ମୂଲ୍ୟ କେତେ ତାହାର କୌଣସି ସୂଚନା ଫଳକ ଦେଖିବାକୁ ମିଳୁନି। ଫଳରେ ଗ୍ରାମବାସୀ ଏବଂ ଲୋକ ପ୍ରତିନିଧି ପ୍ରକଳ୍ପର ବ୍ୟୟ ଅଟକଳ ଜାଣିବା ସମ୍ଭବ ହେଉ ନ ଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ହେଲା, ୮ ମାସ ତଳେ ଏହି ନିର୍ମାଣ କାମ ଆରମ୍ଭ ହୋଇଥିଲ। ୩ ମାସ ତଳେ କାମ ଶେଷ ହେବା ସହ ରଙ୍ଗ ମରାଯାଇଥିଲା। ଜଳ ଯୋଗାଣ ଠିକ୍‌ରେ ହୋଇପାରୁଛି କି ନାହିଁ ପରୀକ୍ଷା କରାଯିବା ପରେ ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର କରାଯିବାର ଥିଲା। ହେଲେ ଟ୍ରାଏଲ୍‌ ସମୟରେ ହିଁ ଟାଙ୍କିରୁ ପାଣି ଗଳୁଥିବା ଜଣାପଡ଼ିଛି। ପ୍ରକଳ୍ପ କାମ ଚାଲିଥିବାବେଳେ ବିଭାଗୀୟ ଯନ୍ତ୍ରୀ, ବିଡିଓ କିମ୍ବା ଅନ୍ୟ ଅଧିକାରୀ ଠିକ୍‌ରେ ତଦାରଖ କରି ନ ଥିବାରୁ ଏଭଳି ସମସ୍ୟା ହୋଇଥିବା ଗ୍ରାମର ପ୍ରଣବ ମଣ୍ଡଳ, ସନ୍ତୋଷ ସୂତ୍ରଧର, ସୁକେଶ ମଣ୍ଡଳ, ସଞ୍ଜୟ ମିସ୍ତ୍ରି, ଉଦୟନ ବିଶ୍ୱାସ, ଶଙ୍କର ଗରାମି ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ବିଭାଗ ପକ୍ଷରୁ ମୋଟର ଲଗାଇ ପାଣି ଯୋଗାଇଲେ ଲୋକ ପାଣି ପାଉଥିବା ବେଳେ ଷ୍ଟୋରେଜ ଟାଙ୍କିର ପାଣି କାହାକୁ ମିଳୁନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ପ୍ରାୟ କାମ ପାଇଁ ଠିକାଦାର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟରେ ଟେଣ୍ଡର ପାଇଥାନ୍ତି। ତଥାପି ଜନସାଧାରଣଙ୍କ ସ୍ବାର୍ଥକୁ ବେଖାତିର କରି କାମରେ ଅବହେଳା କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି। ଏଠାରେ ଅଧିକାରୀମାନଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ସତ୍ୟପ୍ରକାଶ ସିଆଲଙ୍କୁ ପଚାରିବାରୁ କହିଛନ୍ତି, କିଏ କହିଲା ପାଣି ଗଳୁଛି। ଆମେ ଟ୍ରାଏଲ୍‌ କରିବା ସମୟରେ ଠିକ୍‌ ଥିଲା। ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ଏଭଳି ପରିସ୍ଥିତିରେ ଘଟଣାରେ ଜିଲାପାଳ ହସ୍ତକ୍ଷେପ କରନ୍ତୁ ଏବଂ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଖୁଟୁଗୁଡ଼ା ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଉମରକୋଟ ବ୍ଲକରେ ପ୍ରାୟ ୨୦ ଗ୍ରାମରେ ଏହି ମିଶନ ଅଧୀନରେ ହୋଇଥିବା ନିର୍ମାଣ କାମର ମଧ୍ୟ ଅନୁଧ୍ୟାନ କରିବା ନିମନ୍ତେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଙ୍କୁ ତାଲା ପକାଇବା ୨୪ ଘଣ୍ଟା ନ ପୂରୁଣୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ

ଓଡ଼ଗାଁ, ୧ା୧୦(ସ୍ବ.ପ୍ର.): ଗଁା ଲୋକ ଅନ୍ଧାରରେ ରହିବାରୁ ଜେଇଙ୍କୁ ବିଦ୍ୟୁତ୍‌ ଅଫିସରେ ତାଲା ପକାଇ ଦେଇଥିଲେ। ୨୪ ଘଣ୍ଟା ନ ପୂରୁଣୁ ଗଁାକୁ ବିଦ୍ୟୁତ୍‌ ଯୋଗାଣ...

ମଇଦାନରେ ୨୦୪ ପ୍ରାର୍ଥୀ

ଅନୁଗୋଳ ଅଫିସ,,୧୫।୩ ଅନୁଗୋଳ ଜିଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟ ସୀମା ଶେଷ ହେବା ପରେ...

କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଢେଙ୍କାନାଳ ଜିଲାରେ ପାସ୍‌ ହାର ୭୨.୦୨%

ଢେଙ୍କାନାଳ ଅଫିସ, ୨୨।୫- ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଢେଙ୍କାନାଳ ଜିଲାରେ ପାସ୍‌ ହାର ରହିଛି ୭୨.୦୨%। ପରୀକ୍ଷା ଦେଇଥିବା ୧୬,୮୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ...

କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି...

କମେଣ୍ଟମରାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: କାତି ସହ ଥାନାରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ପୁରୁଷୋତ୍ତମପୁର,୧୭ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଛକଠାରେ ରବିବାର ଅପରାହ୍ନରେ ଜଣେ ଯୁବକଙ୍କୁ କାତିରେ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗୋଠିଆଳି...

ଶହୀଦ ସ୍ମୃତିପୀଠକୁ ଅଣଦେଖା

ବରୀ,୩ା୮: ସ୍ବାଧୀନତା ସଂଗ୍ରାମରେ ଯାଜପୁର ଜିଲା ବରୀ ବ୍ଲକର ଅବଦାନ ସ୍ବର୍ଣ୍ଣିମ ଇତିହାସରେ ସ୍ବତନ୍ତ୍ର ସ୍ଥାନ ପାଇଛି। ୧୯୪୨ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ...

ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର...

Advertisement
Archives

Model This Week