ପାଣି ଉଛୁଳିବା ପରେ ବଢ଼ିଲା ଚିନ୍ତା

ଢେଙ୍କାନାଳ ଅଫିସ,୧୯।୮: ଲଗାଣବର୍ଷା ହେଲେ ଢେଙ୍କାନାଳର ଐତିହାସିକ କୁଞ୍ଜକାନ୍ତ ପୋଖରୀର ଚିତ୍ର ବଦଳିଯାଉଛି। ପାଣି ନିଷ୍କାସନ ହୋଇ ନ ପାରି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି। ଏହି କାରଣରୁ ରାସ୍ତାଘାଟ କ୍ଷତିଗ୍ରସ୍ତ ହେଉଥିବାବେଳେ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନଯାତ୍ରା। ଲଘୁଚାପ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଗତ ୧୨ ତାରିଖରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୌର ପ୍ରଶାସନର ଚିନ୍ତା ବଢ଼ିଛି। ଗୁରୁବାର ପୂର୍ବାହ୍ନରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପୋଖରୀ ଉଛୁଳୁଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ସମସ୍ୟାର ସମାଧାନ ଲାଗି ତୁରନ୍ତ ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଢେଙ୍କାନାଳ ସହରବାସୀଙ୍କ ଭାବାବେଗ ସହିତ ଜଡ଼ିତ କୁଞ୍ଜକାନ୍ତ ପୋଖରୀ। ଏହା ଯେତିକି ପ୍ରାଚୀନ, ସେତିକି ଐତିହ୍ୟସମ୍ପନ୍ନ ମଧ୍ୟ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ନିର୍ଭରଶୀଳ ୩ନଂ. ଓ୍ବାର୍ଡବାସୀ। ତେବେ ଏହି ବିଶାଳକାୟ ଜଳାଶୟ ଚାରିପଟେ ଜନବସତି ଗଢ଼ି ଉଠିଛି। ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବରୁ ଜଳ ନିଷ୍କାସନ ପାଇଁ ରହିଥିବା ଆଉଟ୍‌ଲେଟ୍‌ଗୁଡ଼ିକ ପୋତି ହୋଇଗଲାଣି। ଫଳରେ ଲଗାଣବର୍ଷାରେ ପୋଖରୀ ଭର୍ତ୍ତି ହୋଇଗଲେ ପାଣି ୩ନଂ. ଓ୍ବାର୍ଡ ପାର୍ଶ୍ୱରେ ଉଛୁଳି ଉଠୁଛି, ଯାହାକୁ ନେଇ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବା ପରେ ସମସ୍ୟାର ସମାଧାନ ଲାଗି ଗୁରୁବାର ପୌରାଧ୍ୟକ୍ଷା ପାତ୍ର ଏବଂ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପୋଖରୀ ପରିଦର୍ଶନ କରି ସ୍ଥାନୀୟ କାଉନ୍‌ସିଲର ଅଭିମନ୍ୟୁ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି। କାଉନ୍‌ସିଲର ପଣ୍ଡା ଆଉଟ୍‌ଲେଟ୍‌ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ପୌରାଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ତହସିଲ କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବ। ଆଲୋଚନା ପରେ ପୋଖରୀ ନିକଟରେ ଥିବା ସରକାରୀ ଜମି ଚିହ୍ନଟ କରାଯାଇ ଆଉଟ୍‌ଲେଟ୍‌ ନିର୍ମାଣ କରାଯିବ। ପୋଖରୀରୁ ଯେପରି ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୌରାଧ୍ୟକ୍ଷା ସୂଚନା ଦେଇଛନ୍ତି। ସେହିପରି ପୌରାଧ୍ୟକ୍ଷା ୧୦ନଂ. ଓ୍ବାର୍ଡ ପରିଦର୍ଶନ କରି ରାସ୍ତାଘାଟ ଓ ଡ୍ରେନ୍‌ ସମସ୍ୟା ସମ୍ପର୍କରେ କାଉନ୍‌ସିଲର ସୁମିତ୍ରା ମଲ୍ଲିକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri