ରାୟଗଡ଼ା ଅଫିସ,୧୯ା୮: କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ରାୟଗଡ଼ା ଜିଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ (ୟୁଏଆଇଏଲ୍)ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି ଓ୍ବାଡି ପ୍ରକଳ୍ପ। ୨୦୧୮ରୁ ନାବାର୍ଡ ସହଭାଗିତାରେ କାଶୀପୁର ବ୍ଲକର ୧୭ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଇଛି। ଉତ୍କଳ ଆଲୁମିନାର ୟୁନିଟ ମୁଖ୍ୟ ଓ ସଭାପତି ମଜହର ବେଗ କହିଛନ୍ତି, ଲୋକଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ୪ ବର୍ଷ ମଧ୍ୟରେ ପ୍ରକଳ୍ପ ସଫଳତା ଆଣିଦେଇଛି। ଆଗାମୀ ଦିନରେ ଏହା କୃଷକଙ୍କ ଆୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।
ଆଗ୍ରୋ-ହର୍ଟି ଚାଷ ଏବଂ ଅନ୍ୟ ଆୟକାରୀ କାର୍ଯ୍ୟକ୍ରମ ଜରିଆରେ ଦୀର୍ଘସ୍ଥାୟୀ ଭିତ୍ତିରେ ୩ ରୁ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ଆଦିବାସୀ ପରିବାରର ଆୟ ବୃଦ୍ଧି କରି ସେମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଅଣିବା ଉପରେ କମ୍ପାନୀ ଦୃଷ୍ଟି ଦେଉଛି। ଏହି ପ୍ରକଳ୍ପ ପିପିପି ମୋଡ୍ରେ କାର୍ଯ୍ୟକାରୀ କରାଯାଉଛି। ନାବାର୍ଡ ୬୦% ଅର୍ଥ ଅନୁଦାନ ପାଣ୍ଠି ଆକାରରେ ଯୋଗାଉଥିବାବେଳେ ଉତ୍କଳ ଆଲୁମିନା ୪୦% ଅର୍ଥ ସିଏସ୍ଆର ପାଣ୍ଠି ଅଧୀନରେ ଯୋଗାଉଛି। ଏଥିପାଇଁ ମୋଟ ୪୬୫.୭୫ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଆଦିବାସୀ ପରିବାରର ପତିତ ଜମିକୁ ଫଳବଗିଚାରେ ପରିବର୍ତ୍ତନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଏହା ଭୂମିହୀନ ପରିବାରକୁ ଛେଳି ପାଳନ ଜରିଆର ଜୀବିକା ଯୋଗାଇବାକୁ ଲକ୍ଷ୍ୟ ରଖିଛି। ପ୍ରକଳ୍ପର କାର୍ଯ୍ୟକାରିତା ନିରୀକ୍ଷଣ, ଫଳବଗିଚା ଦେଖାଶୁଣା ଏବଂ କୃଷିଜାତ ସାମଗ୍ରୀର ସାମୂହିକ ବିକ୍ରିବଟା ଆଦିରେ ୧୭ ଉଦ୍ୟାନ ବିକାଶ ସମିତି(ୟୁଭିଏସ୍) ନିୟୋଜିତ ଅଛି। ପତିତ ଜମି ବିକାଶ, ଫଳବଗିଚା ବିକାଶ, ଗୋସମ୍ପଦର ବିକାଶ, ସଙ୍ଗଠନ ଗଠନ ଏବଂ ମହିଳାଙ୍କ ବିକାଶ ଆଦି କ୍ଷେତ୍ରରେ ୫୦୦ ଆଦିବାସୀ କୃଷକଙ୍କୁ ତାଲିମ ଦିଆଯାଉଛି। ସେହିପରି ଜଳସେଚନ ସୁବିଧା ନ ଥିବା ୧୩୦ ଏକର ଜମିକୁ ସୌରଶକ୍ତି ଚାଳିତ ନଦୀଜଳ ଉଠାଣ ଏବଂ ଜଳଧାର ଗତିପଥ ପରିବର୍ତ୍ତନ ଭିତ୍ତିକ ଜଳସେଚନ ବ୍ୟବସ୍ଥାରେ ଜଳସେଚିତ କରାଯାଇପାରିଛି । ଉକ୍ତ ଅଞ୍ଚଳରେ ମୋଟ ୨,୯୪୮ ଫଳ ଚାରା ଏବଂ ୧୯,୮୦୧ରୁ ଅଧିକ ଜଙ୍ଗଲ ସୃଷ୍ଟିକାରୀ ବୃକ୍ଷଚାରା ରୋପଣ କରାଯାଇଛି। ପନିପରିବା ଚାଷକୁ ପ୍ରୋତ୍ସାହିତ କରାଯାଉଥିବାରୁ କୃଷକ ପରିବାରର ପୋଷଣଗତ ସମସ୍ୟାର ମଧ୍ୟ ସମାଧାନ ହେଉଛି ବୋଲି ୟୁନିଟ ମୁଖ୍ୟ ବେଗ୍ କହିଛନ୍ତି। ହିତାଧିକାରୀଙ୍କର ବ୍ୟାଙ୍କ ଖାତା ଖୋଲାଯାଇ ଏବଂ ବ୍ୟାଙ୍କ କାରବାର କରିବାକୁ ସେମାନଙ୍କୁ ଉତ୍ସାହିତ କରି ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯାଉଛି। ଆନ୍ତଃ କୃଷି ଦ୍ୱାରା ପ୍ରତ୍ୟେକ କୃଷକଙ୍କ ମାସିକ ହାରାହାରି ଆୟ ୩ ହଜାରରୁ ୪ହଜାର ଟଙ୍କା ହେଉଥିବା କୁହାଯାଇଛି।

ଆଉ ୧୬ ନମୁନାରେ ହଇଜା
ଯାଜପୁର,୧୯ା୬,(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ହଇଜା(କଲେରା) ବ୍ୟାପିବାରେ ଲାଗିଛି। ବୁଧବାର ଆଉ ୧୬ ନମୁନାରେ ହଇଜା (ଭିବ୍ରିଓ କଲେରା) ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ...

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍
ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ...

୪ ରାଜ୍ୟର ୫ ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୩ ଜୁନରେ ଫଳାଫଳ
ନୂଆଦିଲ୍ଲୀ,୧୯।୬: ଦେଶର ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ (Assembly Bypolls 2025) ପାଇଁ ଗୁରୁବାର ଜୁନ ୧୯, ୨୦୨୫ରେ ମତଦାନ ଆରମ୍ଭ ହୋଇଛି। କେରଳର ନିଲାମ୍ବୁର,...

ଝିଅ ଜନ୍ମହେବାରୁ ମାରିଦେଲେ
ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ...

ସର୍ବବ୍ୟାପୀ ସରକାର
ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ...

ସଉଦା ବ୍ୟାଗ୍
ଆମ ନିତିଦିନିଆ ଜୀବନରେ ସମସ୍ତେ କିଛିନା କିଛି ସଉଦା ଆଣନ୍ତି । ଏହି ସଉଦା କେତେବେଳେ ପରିବା ହୋଇପାରେ ତ କେତେବେଳେ ତେଜରାତି ଜିନିଷ କିମ୍ବା...

ବୃକ୍ଷର ସାଂସ୍କୃତିକ ମହତ୍ତ୍ୱ
ଭାରତର ପ୍ରତ୍ୟେକ ରାଜ୍ୟର ଏକ ରାଜ୍ୟ ବୃକ୍ଷ ଅଛି। କିନ୍ତୁ ଦୁର୍ଭାଗ୍ୟ ଯେ, ଯେତେବେଳେ କୌଣସି ରାଜ୍ୟର ରାଜଧାନୀର ବିଭିନ୍ନ ରେଳ ଷ୍ଟେଶନ ଓ ବିମାନବନ୍ଦରକୁ...

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ
ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ...
Archives
