ସୁଧୁରୁଛି ବନ୍ୟା ସ୍ଥିତି

ଅନୁଗୋଳ ଅଫିସ,୧୯ା୮: ଅନୁଗୋଳ ଜିଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମହାନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାପାଣି ଗୁରୁବାର କମୁଥିବା ଦେଖିବାକୁ ମିଳିଛି। କିନ୍ତୁ ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା କମିନାହିଁ। ବହୁ ଅଞ୍ଚଳ ପାଣି ଘେରରେ ରହିଥିବାରୁ ଲୋକେ ଖାଦ୍ୟ, ପାନୀୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷ ଜମି ବୁଡ଼ି ରହିଥିବା ବେଳେ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ବିପନ୍ନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ତେବେ ବନ୍ୟା ବିପନ୍ନଙ୍କ ନିକଟରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସାହାଯ୍ୟ ସହଯୋଗ କରୁଥିବାରୁ ଅଧିକ ଅସୁବିଧା ହେବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଉଛି।
ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୋଳ ବ୍ଲକର ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବିପନ୍ନଙ୍କ ପାଇଁ ହୋଇଥିବା ଦୁଇଟି ଅସ୍ଥାୟୀ ଶିବିରରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ବନ୍ୟା ମୁକାବିଲାରେ ଯେଉଁଭଳି କୌଣସି ସମସ୍ୟା ନ ହେବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଠିକ୍‌ ଭାବେ ଖାଦ୍ୟ ପ୍ରଦାନ କରାଯାଉଛି କି ନାହିଁ ତାହାର ତଦାରଖ କରିଥିଲେ। ଅସୁସ୍ଥ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ମେଡିକାଲ ଟିମ୍‌କୁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କୁ ପାଖରେ ପାଇ ଅନେକ ବିପନ୍ନ ସେମାନଙ୍କ ସମସ୍ୟା ଜଣାଇଥିଲେ। ସେମାନଙ୍କ ଉଜୁଡା ଘରକୁ କିପରି ମରାମତି କରିବେ ସେ ନେଇ ସହାୟତା ଯୋଗାଇ ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବନ୍ୟା ପାଣି କମିବା ପରେ ପ୍ରଶାସନ ଓ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ଜିଲାପାଳ ବିପନ୍ନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଅନୁଗୋଳ ଉପ ଜିଲାପାଳ ବାଇତୁରା ଦୀପ, ତହସିଲଦାର ବିମଳ ଲେଙ୍କାଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଆଠମଲ୍ଲିକ ବ୍ଲକର କୁଦଗାଁରେ ଫସି ରହିଥିବା ୩୦ ଲୋକଙ୍କୁ ଗୁରୁବାର ଉଦ୍ଧାର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭିଟାମାଟି ଛାଡି ଆସିବାକୁ ଅମଙ୍ଗ ହେଉଥିବା ଲୋକଙ୍କୁ ପ୍ରଶାସନ ବୁଝାଶୁଝା କରି ସ୍ଥାନାନ୍ତର କରିଛି। ଉପଜିଲାପାଳ ତରଣୀ ସୁନା କୁଦଗାଁ ପଞ୍ଚାୟତରେ ଆଶ୍ରୟ ନେଇଥିବା ବିପନ୍ନଙ୍କ ନିକଟରେ ପହଞ୍ଚି ସମସ୍ୟା ବୁଝିବା ସହିତ ବନ୍ୟାସ୍ଥିତି ବୁଲି ଦେଖିଥିଲେ। ଅଧିକ ସହାୟତା ପାଇଁ ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ବନ ବିଭାଗ, ରାଜସ୍ବ ବିଭାଗ ସହ ଜିଲାର ଜରୁରିକାଳୀନ ବିଭାଗ ସଜାଗ ରହିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri