ପିହୁ ନିଖୋଜ ଘଟଣା: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ବିଞ୍ଝାରପୁର,୩୧ା୮(ଡି.ଏନ.ଏ.): ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ପୋଲିସ ପକ୍ଷରୁ ମଙ୍ଗଳବାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ଯଦି ବିଞ୍ଝାରପୁର ପୋଲିସକୁ ପିହୁଙ୍କ ସମ୍ପର୍କରେ ଖବର ଦିଅନ୍ତି ତେବେ ସେ ବ୍ୟକ୍ତିଙ୍କୁ ପୁରସ୍କାର ରାଶି ଦିଆଯିବ ବୋଲି ଆଇଆଇସି ରଞ୍ଜିତ ମହାନ୍ତିଙ୍କ ପକ୍ଷରୁ ଘୋଷଣା କରାଯିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।
ଯାଜପୁର ଜିଲା ବିଞ୍ଝାରପୁର ଥାନା ତଥା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍‌ ପିହୁ ଗଁା ଦାଣ୍ଡରେ ଖେଳୁଥିବା ବେଳେ ୨୦୨୦ ଅଗଷ୍ଟ ୯ ତାରିଖ ପୂର୍ବାହ୍ନରେ ନିଖୋଜ ହୋଇ ଯାଇଥିଲେ। ଏ ସମ୍ପର୍କରେ ତାଙ୍କ ମା’ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିବାସହ ନଂ.୨୨୮/୨୦ରେ ଏକ ଅପହରଣ ମାମଲା ରୁଜୁକରି ଚୁପ ବସିଯାଇଥିଲା। ପରେ ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୋଲିସ ଉପରେ ଚାପ ସୃଷ୍ଟି କରାଯିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଝିଅକୁ ପାଇବା ପାଇଁ ମୋନାଲିସା ଏସ୍‌ପିଙ୍କଠାରୁ ଆରମ୍ଭ କରି ଜିଲାପାଳ, ରାଜ୍ୟ ପୋଲିସ ମୁଖ୍ୟାଳୟ, ରାଜ୍ୟ ମହିଳା କମିସନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। ହେଲେ କେବଳ ପ୍ରତିଶ୍ରୁତି ଛଡା କିଛି ପାଇ ନ ଥିଲେ। ଘଟଣାକୁ ଇତି ମଧ୍ୟରେ ୨ ବର୍ଷ ବିତିଥିଲେ ବି ଅଦ୍ୟାବଧି ପିହୁଙ୍କ ସନ୍ଧାନ ମିଳିନି। ଚଳିତ ମାସ ୮ ତାରିଖରେ ମୋନାଲିସା ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ପିହୁ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ସେହିପରି ସୋମବାର ମୋନାଲିସା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ଦ୍ୱାରସ୍ଥ ହେବାସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷରେ ପୁରସ୍କାର ରାଶି ଘୋଷଣାକୁ ନେଇ ମୁହଁ ଖୋଲିଛନ୍ତି ମୋନାଲିସା। ସେ କହିଛନ୍ତି, ପୂର୍ବରୁ ମଧ୍ୟ ପୋଲିସ ପକ୍ଷରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏବେ ପୁରସ୍କାର ରାଶିକୁ ବଢ଼ାଇ ୫ ଲକ୍ଷ କରାଯାଇଛି। ମୋର ଦାବି ସିବିଆଇ ତଦନ୍ତ ନିର୍ଦ୍ଦେଶ। ଯଦି ୧୫ ଦିନ ମଧ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦିଆଯାଏ ତେବେ ସେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ନିଶା ମାଫିଆଙ୍କ କାଳ ସାଜିଛନ୍ତି ଯୁବ ଆଇପିଏସ୍‌ ରାକେଶ: ପାଇବେ ସମ୍ମାନଜନକ…

ମୋହନା, ୨୮।୪/୨୦୨୬ (ମନ୍ମଥ ମିଶ୍ର): ଆଦିବାସୀ ବହୁଳ ଗଜପତି ଜିଲାରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ। ଜିଲାରେ…

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ, କହିଲେ-ସରକାରୀ ଯୋଜନାର…

ଛତ୍ରପୁର,୨୮।୪(ଦିଲୀପ ସାମଲ): ୨୦୦୦  ମସିହା  ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ  ନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ…

‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ : ଆଗାମୀ ୨ ବର୍ଷ ପାଇଁ ମା ‘ଙ୍କୁ ମେଲାଣି

ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ…

ସରପଞ୍ଚଙ୍କ ତତ୍ତ୍ୱାବଧାନରେ ପରିବେଶର ସୁରକ୍ଷା

ପୁରୁଷୋତ୍ତମପୁର,୨୮ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା ଓ ପରିମଳ ସଚ୍ଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସରପଞ୍ଚ ରାଜଲକ୍ଷ୍ମୀ ବେହେରାଙ୍କ ତତ୍ତ୍ୱାବଧାନରେ…

ଭଞ୍ଜନଗରରେ ଝଡ ତୋଫାନ ସହ ପ୍ରବଳ ବର୍ଷା: ଭାଙ୍ଗିଲା ଗଛ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଝଡ଼ତୋଫାନ ସହ ମଝିରେ ମଝିରେ ତୁହାକୁ ତୁହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

ବିଳମ୍ବରେ ରାତିରେ ଶୋଇବା ଅର୍ଥାତ୍‌ ମୃତ୍ୟୁକୁ ନିମନ୍ତ୍ରଣ କରିବା, ଆପଣ ଏହି ୫ ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

ଆଜିକାଲିର ଦ୍ରୁତ ଗତିରେ ଜୀବନରେ, ଲୋକମାନେ ପ୍ରାୟତଃ ରାତି ୧୦ଟା ପରେ ମଧ୍ୟ ଘଣ୍ଟା ଘଣ୍ଟା ଫୋନରେ ଏବଂ କାମରେ ବିତାଇ ଦିଅନ୍ତି। କିନ୍ତୁ ଆପଣ କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri