ପିହୁ ନିଖୋଜ ଘଟଣା: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ବିଞ୍ଝାରପୁର,୩୧ା୮(ଡି.ଏନ.ଏ.): ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ପୋଲିସ ପକ୍ଷରୁ ମଙ୍ଗଳବାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ଯଦି ବିଞ୍ଝାରପୁର ପୋଲିସକୁ ପିହୁଙ୍କ ସମ୍ପର୍କରେ ଖବର ଦିଅନ୍ତି ତେବେ ସେ ବ୍ୟକ୍ତିଙ୍କୁ ପୁରସ୍କାର ରାଶି ଦିଆଯିବ ବୋଲି ଆଇଆଇସି ରଞ୍ଜିତ ମହାନ୍ତିଙ୍କ ପକ୍ଷରୁ ଘୋଷଣା କରାଯିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।
ଯାଜପୁର ଜିଲା ବିଞ୍ଝାରପୁର ଥାନା ତଥା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍‌ ପିହୁ ଗଁା ଦାଣ୍ଡରେ ଖେଳୁଥିବା ବେଳେ ୨୦୨୦ ଅଗଷ୍ଟ ୯ ତାରିଖ ପୂର୍ବାହ୍ନରେ ନିଖୋଜ ହୋଇ ଯାଇଥିଲେ। ଏ ସମ୍ପର୍କରେ ତାଙ୍କ ମା’ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିବାସହ ନଂ.୨୨୮/୨୦ରେ ଏକ ଅପହରଣ ମାମଲା ରୁଜୁକରି ଚୁପ ବସିଯାଇଥିଲା। ପରେ ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୋଲିସ ଉପରେ ଚାପ ସୃଷ୍ଟି କରାଯିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଝିଅକୁ ପାଇବା ପାଇଁ ମୋନାଲିସା ଏସ୍‌ପିଙ୍କଠାରୁ ଆରମ୍ଭ କରି ଜିଲାପାଳ, ରାଜ୍ୟ ପୋଲିସ ମୁଖ୍ୟାଳୟ, ରାଜ୍ୟ ମହିଳା କମିସନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। ହେଲେ କେବଳ ପ୍ରତିଶ୍ରୁତି ଛଡା କିଛି ପାଇ ନ ଥିଲେ। ଘଟଣାକୁ ଇତି ମଧ୍ୟରେ ୨ ବର୍ଷ ବିତିଥିଲେ ବି ଅଦ୍ୟାବଧି ପିହୁଙ୍କ ସନ୍ଧାନ ମିଳିନି। ଚଳିତ ମାସ ୮ ତାରିଖରେ ମୋନାଲିସା ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ପିହୁ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ସେହିପରି ସୋମବାର ମୋନାଲିସା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ଦ୍ୱାରସ୍ଥ ହେବାସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷରେ ପୁରସ୍କାର ରାଶି ଘୋଷଣାକୁ ନେଇ ମୁହଁ ଖୋଲିଛନ୍ତି ମୋନାଲିସା। ସେ କହିଛନ୍ତି, ପୂର୍ବରୁ ମଧ୍ୟ ପୋଲିସ ପକ୍ଷରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏବେ ପୁରସ୍କାର ରାଶିକୁ ବଢ଼ାଇ ୫ ଲକ୍ଷ କରାଯାଇଛି। ମୋର ଦାବି ସିବିଆଇ ତଦନ୍ତ ନିର୍ଦ୍ଦେଶ। ଯଦି ୧୫ ଦିନ ମଧ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦିଆଯାଏ ତେବେ ସେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦାୟିତ୍ୱ ନେଲେ ନୂତନ ବିଡିଓ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ସୋମବାର ଡ.ଜଗଦୀଶ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପ୍ରଥମେ କରୋନା ପ୍ରତିହତ...

ଜେନା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ପୁରୀ ଜିଲା ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ...

ବନ୍ଦ ମଦ ଦୋକାନ ଖୋଲି ରାଜସ୍ବ ବଢ଼ାଅ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ବନ୍ଦ ହୋଇପଡ଼ିଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନ ପୁନଃକାର୍ଯ୍ୟକ୍ଷମ କରି ରାଜସ୍ବ ବଢ଼ାଅ। ଭୁବନେଶ୍ୱରରେ ଅବକାରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ଅବକାରୀ ମନ୍ତ୍ରୀ ନିରଞ୍ଜନ...

ଗଦଗଦିରେ ଯୁଦ୍ଧବିମାନ

ପାଟଣା,୧୪ ।୮(ସ୍ବ. ପ୍ର.): ଏକାଧିକ ଯୁଦ୍ଧ ଅପରେଶନରେ ସାମିଲ ଥିବା ଭାରତୀୟ ବାୟୁସେନାର ଏକ ସେବାନିବୃତ୍ତ ବିମାନ ମିଗ୍‌-୨୩ ୟୁବିକୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ...

ଏଟିଏମ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ

ବାସୁଦେବପୁର, ୧୦।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବେତଡ଼ା ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ରୁ ହଠାତ୍‌ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ...

ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପୂର୍ବତନ ଆଇଆଇସି

କଟକ ଅଫିସ,୧୭।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ ଅଭିଯୋଗରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ...

କାଦେ ମାଝୀଙ୍କ ହତ୍ୟାକାଣ୍ଡ ଘଟଣା:୯ ଅଭିଯୁକ୍ତ ଗିରଫ

ପାଟଣା,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ୧୬ହଜାର ଟଙ୍କା ପାଇଁ...

ମନ୍ତ୍ରୀଙ୍କ ଗାଡ଼ି ପଛରେ ଆସିବାରୁ ମାଡ଼ ଖାଇଲେ ୪ ବ୍ୟବସାୟୀ

ବାଉଁଶୁଣୀ,୨୯ା୭(ଡି.ଏନ୍‌.ଏ.): ମନ୍ତ୍ରୀଙ୍କ ଗାଡିକୁ ପିଛା କରିବା ଅଭିଯୋଗରେ ବୁଧବାର ରାତିରେ ପୋଲିସଠାରୁ ମାଡ ଖାଇ ୪ ଜଣ ଯୁବକ ମନମୁଣ୍ଡା ଥାନାରେ ଅଟକ ରହିବା ଘଟଣା...

Advertisement
Archives

Model This Week