ବ୍ରିଜ୍‌ରେ ସ୍କୁଟି ରଖି ଚାଲିଯିବାରୁ ଅଡୁଆ

ବାରଙ୍ଗ,୩୧।୮(ଡି.ଏନ.ଏ.): ଗତ କିଛିଦିନ ଧରି କଟକ ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ମଙ୍ଗଳବାର ଭୋରୁ ଉକ୍ତ ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରହିଥିଲା। ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିବାରୁ ସମସ୍ତ ପାଇଁ ଅଡୁଆ ସାଜିଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ଗାଡ଼ି ରଖି କେହି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ବାରଙ୍ଗ ଥାନା ଓ ଗୋଡ଼ିସାହି ଫାଣ୍ଡି ପୋଲିସ ପହଞ୍ଚତ୍ ଦିନତମାମ ଖୋଳତାଡ଼ କରିଥିଲେ। ଏପରିକି ସ୍ଥାନୀୟ ଅଗ୍ନିଶମ ବାହିନୀର ଏକ ଟିମ୍‌ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ମହାନଦୀରେ ଖୋଜି ନାକେଦମ ହୋଇଥିଲେ ସୁଦ୍ଧା କିଛି ପାଇ ନ ଥିଲେ। ପୋଲିସ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଶେଷରେ କେହି ଆତ୍ମହତ୍ୟା କରି ନ ଥିବା ଜାଣିବା ସହ ଗାଡ଼ି ରଖିଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଠାବ କରିଥିଲା। ସେ ହେଲେ ଅନୁଗୋଳ ଜିଲା ସିମିଳିପଡ଼ାର ରଘୁରଞ୍ଜନ ମହାକୁଡ଼। ଏଥିସହ ରଘୁରଞ୍ଜନ ୨ ସାଙ୍ଗ ସହ ଗୋଡ଼ିସାହି ଫାଣ୍ଡିରେ ଅପରାହ୍ନରେ ପହଞ୍ଚତ୍ବା ସହ ଗାଡ଼ି ଖରାପ ଯୋଗୁ ବ୍ରିଜ୍‌ରେ ରଖିଦେଇ ଚାଲିଯାଇଥିବା ଜଣାଇବା ପରେ ଏହି ନାଟକୀୟ ଘଟଣାର ଅନ୍ତ ହୋଇଥିଲା। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମୁଣ୍ଡଳି ବ୍ରିଜ ଉପରେ ଓଡି ୧୯ଟି-୧୦୫୯ନଂ. ବିଶିଷ୍ଟ ସ୍କୁଟି ରଖାଯାଇଥିଲା। ତା’ପାଖରେ ଏକ ଚପଲ ମଧ୍ୟ ଥିବା ଦେଖି କିଛି ଲୋକ ଗୋଡିସାହି ଫାଣ୍ଡିକୁ କହିଥିଲେ। ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ିକୁ ଜବତ କରି ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କୌଣସି ପତ୍ତା ମିଳି ନ ଥିଲା। ଶେଷରେ ପୋଲିସ ସ୍କୁଟି ନଂ. ଅଧାରରେ ଯୁବକଙ୍କ ପରିଚୟ ଜାଣିବା ପରେ ଅନୁଗୋଳ ଥାନା ସହ ଯୋଗାଯୋଗ କରି ରଘୁରଞ୍ଜନଙ୍କ ପରିବାରକୁ ଖବର ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପରିବେଷଣ ହେଉଥିବା ବେଳେ ରଘୁରଞ୍ଜନଙ୍କ ଜଣେ ସମ୍ପର୍କୀୟ ଗାଡ଼ି ନଂ. ଦେଖି ପରିବାର ଓ ପୋଲିସକୁ ଫୋନ କରିଥିଲେ। ଏହି ଚର୍ଚ୍ଚା ଭିତରେ ଅପରାହ୍ନରେ ସ୍କୁଟି ଚାଳକ ରଘୁରଞ୍ଜନ ଓ ତାଙ୍କ ଦୁଇ ସାଙ୍ଗକୁ ନେଇ ଗୋଡିସାହି ଫାଣ୍ଡିରେ ପହଞ୍ଚତ୍ ଗାଡ଼ି ଖରାପ ଥିବାରୁ ଭୁବନେଶ୍ୱର ଚାଲିଯାଇଥିବା କହିବା ପରେ ଆତ୍ମହତ୍ୟା ସନ୍ଦେହର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
ଅପରପକ୍ଷେ ରଘୁରଞ୍ଜନଙ୍କ କହିବା ଅନୁଯାୟୀ, ସୋମବାର ସେ ତାଙ୍କ ସ୍ତ୍ରୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା କରି ସାଢେ ୯ଟାରେ ସ୍କୁଟି ଧରି ଘରୁ ପଳାଇଆସିଥିଲେ। ମହାନଦୀ ମୁଣ୍ଡଳି ବ୍ରିଜ ଉପରେ ବିଳମ୍ବିତ ରାତିରେ ସ୍କୁଟିଟି ଖରାପ ହୋଇଯାଇଥିଲା। ଅନ୍ଧାରରୁ ଗାଡିକୁ ଗଡାଇ ଆଲୋକଥିବା ସ୍ଥାନରେ ରଖି ଗ୍ୟାରେଜ ଖୋଜିଥିଲେ। ଏହି ସମୟରେ ଆସୁଥିବା ଏକ ଟ୍ରକକୁ ଲିଫ୍ଟ ମାଗି ଗ୍ୟାରେଜ ଖୋଜିବା ପାଇଁ ବାହାରି ଆସିଥିଲେ। ଟ୍ରକରେ ବରମୁଣ୍ଡାରେ ଆସି ସାଢେ ୪ଟା ରାତିରେ ଓହ୍ଲାଇ ଶ୍ୱଶୁରଘର ଲୋକଙ୍କୁ ଫୋନ କରିଥିଲି କିନ୍ତୁ ତାଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଏହାପରେ ସେ ସେଠାରେ ଶୋଇ ପଡ଼ିଥିଲେ। ସକାଳ ୭ଟାରେ ତାଙ୍କ ଶଳା ଟିଭିରୁ ଗାଡିନମ୍ବରକୁ ଜାଣି ରଘୁରଞ୍ଜନଙ୍କୁ ସୁଇସାଇଡ୍‌ କରିଥିବାର ପ୍ରଚାର ହେଉଥିବା ବିଷୟରେ କହିଥିଲେ। ତାଙ୍କ ଗାଡି ଖରାପ ହୋଇଯାଇଥିବାରୁ ସେ ସେଠାରେ ରଖି କି ଆସିବାର କହିଥିଲେ। ଏହାପରେ ତାଙ୍କର ଦୁଇଜଣ ସାଙ୍ଗଙ୍କୁ ଧରି ଗୋଡିସାହି ଫାଣ୍ଡିରେ ପହଞ୍ଚତ୍ଥିଲେ। ସେଠାରେ ସେ ଭୁଲ ସ୍ବୀକାର କରି ଲିଖିତ ଭାବେ ଜଣାଇବା ପରେ ପୋଲିସ ତାଙ୍କ ଗାଡ଼ିକୁ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ନଇଁ ପଡ଼ିଛନ୍ତି ବିଜୟ ସରକାର

ଚେନ୍ନାଇ,୨୭।୯: ତାମିଲନାଡୁରେ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ TVK ସରକାର ଶେଷରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ…

ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…

ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍‌ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍‌ ଏକ ମାଙ୍କଡ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?