ଓପିଏସ୍‌ସି ସଦସ୍ୟ ଭାବେ ଶପଥ ନେଲେ ସରିତା ସୁପକାର

କଟକ ଅଫିସ, ୩୧ା୮: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂତନ ସଦସ୍ୟ ଭାବେ ଡ. ସରିତା ସୁପକାର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ସୁପକାରଙ୍କୁ ଓପିଏସ୍‌ସି ଅଧ୍ୟକ୍ଷ ଡ. ସତ୍ୟଜିତ୍‌ ମହାନ୍ତି ଶପଥ ପାଠ କରାଇଥିଲେ। ଡ. ସୁପକାର ପୂର୍ବରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟରତ ଥିଲେ। ସେଠାରୁ ଅବସର ନେବା ପରେ ସେ ଓପିଏସ୍‌ସି ସଦସ୍ୟ ଭାବେ ଯୋଗଦେଇଛନ୍ତି। ଅନ୍ୟପକ୍ଷରେ ଓପିଏସ୍‌ସି ସଦସ୍ୟ ପ୍ରଫେସର ସଙ୍ଗୀତା ରଥଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ୨୦୨୦ରୁ ପ୍ରଫେସର ରଥ ଓପିଏସ୍‌ସି ସଦସ୍ୟ ଭାବେ ନିଜ ଦାୟିତ୍ୱ ତୁଲାଇ ଆସୁଥିଲେ। ଏହି କାର୍ଯ୍ୟକ୍ରମରେ ଓପିଏସ୍‌ସିର ସମସ୍ତ ସଦସ୍ୟ ଓ ସଚିବ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ପାଟଣା,୧୧।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଆର ଆଇ ସର୍କଲ ବାଲିଯୋଡି ଦେଇ ପ୍ରବାହିତ ବୈତରଣୀ ନଦୀର ଭୀମକୁଣ୍ଡକୁ ବୁଧବାର ଅପରାହ୍ନରେ ମାଛ ଧରିବାକୁ ଯାଇଥିବା...

ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

ଯୋଡା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜାମୁପାଣିଠାରେ ବନ ବିଭାଗ ପକ୍ଷରୁ ଚୋରା କାଠ ବୋଝେଇ ଡମ୍ପର ଜବତ ବେଳେ ବନ କର୍ମଚାରୀମାନେ ମରଣାନ୍ତକ...

ଅନିଶ୍ଚିତତାରେ ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଭାଗ୍ୟ

କଟକ ଅଫିସ୍‌,୧୨ା୩: ଓଡ଼ିଶାରେ ଚିଟ୍‌ଫଣ୍ଡ ଏକ ରାଜନୈତିକ ପ୍ରସଙ୍ଗ ହୋଇଆସିଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ଚିଟ୍‌ଫଣ୍ଡ ଅସ୍ତ୍ରକୁ ପୂର୍ବରୁ ବ୍ୟବହାର କରିଛନ୍ତି। ଏହାକୁ ଦୃଷ୍ଟିରେ...

୧୭ଦିନ ହେଲା ରୋଗୀଙ୍କୁ ମିଳୁନି ଖାଦ୍ୟ

କଣାସ,୭।୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାଗଣାରେ କ୍ଷୀର, ପାଉରୁଟି, ବିସ୍କୁଟ୍‌, ଅଣ୍ଡା ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ପୁରୀ ଜିଲା...

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ...

ଚିକିତ୍ସା ଅବହେଳାରୁ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲା ସଦର ମହକୁମାରେ ଥିବା ବିଭିନ୍ନ ନର୍ସିଂହୋମ୍‌ରେ ମାଲିକମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଦୁଇଦିନରେ ଦୁଇଟି ନର୍ସିଂହୋମରେ ଏଭଳି କିଛି ଘଟଣା...

ଫିକା ପଡ଼ୁଛି ପୂଜାର ମଜା: ପୋଲିସର ଗାଡ଼ି ଯାଞ୍ଚକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୬ା୧୦- ପାର୍ବଣକୁ ନେଇ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଗାଡ଼ି ଯାଞ୍ଚ ନାମରେ ପୋଲିସର ଜୁଲମ୍‌ ଏବେ ଅସନ୍ତୋଷର କାରଣ ହୋଇଥିବା...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ, ଦିନକରେ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୮୯୪ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ...

Advertisement
Archives

Model This Week