ବଢୁଛି ଚୋରି, ମାମଲା ରୁଜୁକରି ପୋଲିସ ଚୁପ୍‌

ଖୁଣ୍ଟୁଣୀ,୩୧ା୮(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗକାରୀମାନେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନ ଥିବାବେଳେ ଚୋରି ସାମଗ୍ରୀ ଉଦ୍ଧାର କରିପାରିନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ରାତ୍ରି ପାଟ୍ରୋଲିଂ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଖୁଣ୍ଟୁଣୀ ଥାନା ଅଧୀନ ଗଣେଶ ବଜାର ନିକଟରେ ଥିବା ଦୁଷ୍ମନ୍ତ ସାହୁଙ୍କ ଘର ସମ୍ମୁଖରୁ ସୋମବାର ବିଳମ୍ବିତ ରାତିରେ ଏକ ଅଟୋ ଚୋରି ହୋଇଛି। ଏ ନେଇ ସେ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ କରିଛି। ସେହିପରି ଗତ ୨୧ ତାରିଖ ରାତିରେ ଖୁଣ୍ଟୁଣୀ କଲେଜ ରୋଡ୍‌ରେ ଥିବା ବିଜୟ ସ୍ବାଇଁଙ୍କ ଘରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କ ଘରର ତାଲା ଭାଙ୍ଗି ଅଳଙ୍କାର, ୫୦ ହଜାର ଟଙ୍କା ଓ ଏକ ବାଇକ୍‌ ଚୋରିକରି ନେଇଥିଲେ। ଏ ନେଇ ବିଜୟ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ. ୧୬୨/୨୨) ରୁଜୁ କରିଥିଲା। ହେଲେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ କି ଚୋରି ସାମଗ୍ରୀ ଉଦ୍ଧାର କରିପାରିନାହିଁ। ଗତବର୍ଷ ନଭେମ୍ବର ୩୦ ତାରିଖରେ ଖୁଣ୍ଟୁଣୀ ଅଞ୍ଚଳର ମନୋଜ ମିଶ୍ରଙ୍କର ଏକ ଟ୍ରକ୍‌ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ. ୧୫୪/୨୧) ରୁଜୁ କରିଥିଲା। ସେହିପରି ଡିସେମ୍ବର ୧ରେ ଖୁଣ୍ଟୁଣୀ ଥାନା ନିକଟରୁ ଏକ ତୈଳବାହି ଟ୍ୟାଙ୍କର ଓ ଡିସେମ୍ବର ୧୭ ତାରିଖରେ କୃଷ୍ଣଶ୍ୟାମପୁରର ସୁକାନ୍ତ ରାଉତଙ୍କର ଏକ ଟ୍ରକ୍‌ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା। ହେଲେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଖୁଣ୍ଟୁଣୀରେ ଏକାଧିକ କବାଡିଆ ଦୋକାନ ଖୋଲିଛି। ଦୁର୍ବୃତ୍ତମାନେ ଟ୍ରକ୍‌ର ଯନ୍ତ୍ରାଂଶ ଓ ଲୁହା ସାମଗ୍ରୀ ଚୋରିକରି କବାଡିଆ ଦୋକାନରେ ବିକ୍ରି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି, ଅଭିଯୋଗ ପରେ ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଏଥିସହ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଯୋଗୁ ଟଙ୍କା ଉଠାଣରେ ଉପୁଜୁଥିଲା ସମସ୍ୟା, ଚୈାଦ୍ୱାରରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଏଟିଏମ୍‌ ସେବା

ଚୌଦ୍ୱାର,୧୧ା୪(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନଜରରେ ରଖି ସାରା ଦେଶ ତଥା ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନରେ ସହାରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଲୋକେ ପ୍ରଭାବିତ...

ଖୋର୍ଦ୍ଧା, କଟକ ପାଇଁ ସତର୍କତା ଜରୁରୀ

ଭୁବନେଶ୍ୱର,୪ା୯(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଛି। ତେବେ କଟକ ଓ ଖୋର୍ଦ୍ଧା ଜିଲାରେ ପଜିଟିଭ କେସ୍‌ ବଢୁଛି। ଏହି ଦୁଇ ଜିଲାରେ ରଣନୀତିକୁ...

ବିରଳ ପ୍ରଜାତି ସାପର ମୃତ୍ୟୁ

ବାରିପଦା ଅଫିସ, ୫ା୫- ବିରଳ ପ୍ରଜାତିର ଏକ ତମ୍ବା ମୁଣ୍ଡିଆ ଟ୍ରିଙ୍କେଟ ସାପକୁ ବାଟୁଳି ସାହାଯ୍ୟରେ ଗାଁ ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି...

ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ...

ନୂଆ କଂକ୍ରିଟ୍‌ ରାସ୍ତା ଫଟାଇ ମରାମତି

ଯାଜପୁର ଅଫିସ,୨ା୧୨:ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌର ପରିଷଦରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କ ରାଜୁତି ଚାଲିଥିବା ଅଭିଯୋଗ ହେଉଛି। କେବଳ ପରିମଳ...

ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ୨ ଅଭିଯୁକ୍ତ ଗିରଫ

ବଡ଼ବିଲ,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମାଟକାମବେଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ମରଣାନ୍ତକ ଆକ୍ରମଣ କରି ୪ ହଜାର ଟଙ୍କା ଓ...

ଏନ୍‌ଜିଟି ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ କଲା ଟିମ୍‌

ଯୋଡ଼ା,୨୮ା୧୦(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ତଥା ଆଖପାଖ ବନାଞ୍ଚଳ ଗ୍ରାମ ଦେଇ ଯାଇଥିବା ଖଣିଜ ସ୍ଲରି ପାଇପ୍‌ଲାଇନ୍‌ର ଅନୁଧ୍ୟାନ କରିଛନ୍ତି ଜିଲା ଉଚ୍ଚସ୍ତରୀୟ ପ୍ରଶାସନିକ...

ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍‌

ଭଦ୍ରକ ଅଫିସ,୧୫।୪: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ପକ୍ଷରୁ...

Advertisement
Archives

Model This Week