ହଟିଲା ଜବରଦଖଲ, ଭାଙ୍ଗିଲା ୧୯ ଦୋକାନ

ରାଜକନିକା, ୩୧ା୮(ଡି.ଏନ.ଏ.): ରାଜକନିକା ଅଞ୍ଚଳରେ ସରକାରୀ ଜାଗା, ପାଣିନାଳ, ଶଶ୍ମାନ, ଗୋଚର, ଖେଳପଡିଆ ଆଦି ସର୍ବସାଧାରଣ ସ୍ଥାନକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରୁଛନ୍ତି। ପାଣି ନିଷ୍କାସନକୁ ବାଟକୁ ବନ୍ଦ କରାଯିବା ସହ ମୁଖ୍ୟ ରାସ୍ତା କଡରେ ଦୋକାନ ଘର କରି ଭଡା ଦିଆଯାଇଥିଲା। ବହୁବାର ଜନ ଆନ୍ଦୋଳନ କରାଯିବା, ବିଭିନ୍ନ ଫୋରମରେ ଦାବି ହେବା, ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା। ଶେଷର ବ୍ଲକ ପ୍ରଶାସନ ମଙ୍ଗଳବାର ବାଧ୍ୟ ବାଧକତାରେ ଷ୍ଟ୍ରକଚର ଛକଠାରୁ ରାଜନକିକା ଥାନା ଯାଏ ରାସ୍ତା କଡରେ ଥିବା ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ଭାଙ୍ଗିଛି।
କନିକା ତହସିଲ ପକ୍ଷରୁ ବହୁବାର ଏ ଦିଗରେ ପଦକ୍ଷେପ ନେବାକୁ ନୋଟିସ୍‌ କରାଯିବା ପରେ ପୁଣି ଚୁପ ରହିବା, ଫଳରେ ଆଇନକୁ ଭୟ ନ କରି ଏହି ରାସ୍ତାରେ ବାରମ୍ବାର ଜବରଦଖଲ ବଢି ଚାଲିଥିଲା। ନିକଟରେ ରାଜକନିକାରେ ଏକ ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ କରାଯାଇ କାମ ଆରମ୍ଭ କରାଯିବାକୁ ଥିବା ବେଳେ ଏସବୁ ଜବରଦଖଲ ବାଧକ ସାଜି ଥିଲା। ତେବେ କନିକା ତହସିଲ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଗୋଟିଏ ଜେସିବି, ଶ୍ରମିକ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ ରହି ପ୍ରଥମେ ରଥ ସେଠୀଙ୍କ ସ୍ଥାୟୀ ଘରକୁ ଉଚ୍ଛେଦ କରିଥିଲେ। ପରେ ଷ୍ଟ୍ରକଚର ଛକରେ ଥିବା ସମସ୍ତ ମାଛ, ଶୁଖୁଆ, ମାଂସ, ଚା ଆଦି ଦୋକାନ ଘର ଗୋଟିକ ପରେ ଗୋଟିଏ ୧୯ଟି ଦୋକାନ ଗୃହ ଉଚ୍ଛେଦ କରାଯାଇଥିବା ତହସିଲ ପକ୍ଷରୁ କୁହାଯାଇଛି। ଏହି ଜବରଦଖଲ ଉଚ୍ଛେଦ ଅପରାହ୍ନ ୫ ଟା ଯାଏ ଚାଲିଥିଲା। ଉଚ୍ଛେଦ ପରେ ରାଜକନିକା ରାସ୍ତାକଡ ସହ ବିଭିନ୍ନ ସରକାରୀ ଜାଗାକୁ ଅବରୋଧ କରି ନିଜ ମାଲିକାନା ଜାହିର କରିଥିବା ବ୍ୟକ୍ତିବର୍ଗଙ୍କ ମନରେ ଛନକା ଖେଳି ଯାଇଛି। କେବଳ ଷ୍ଟ୍ରକଚର ଛକ ନୁହେଁ କନିକା ସଦରର ସମସ୍ତ ଅଫିସ ଦପ୍ତର ଆଗକୁ ଅବରୋଧ କରାଯାଇ ବିଭିନ୍ନ ବ୍ୟକ୍ତି ସ୍ଥାୟୀ ଘର କରିଥିବାରୁ ଏହାର ଉଚ୍ଛେଦ କରିବାକୁ ମଧ୍ୟ ଉଚ୍ଛେଦ ବେଳେ ବହୁ ବ୍ୟକ୍ତି ପ୍ରଶାସନକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଉଚ୍ଛେଦରେ ମାଜିଷ୍ଟ୍ରେଟ ଭାବେ ଆଳି ତହସିଲଦାର ତପନ କୁମାର ସେନାପତି ଓ କନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କ ସହ ରାଜକନିକା ପୋଲିସ ଉପସ୍ଥିତରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri