ହଟିଲା ଜବରଦଖଲ, ଭାଙ୍ଗିଲା ୧୯ ଦୋକାନ

ରାଜକନିକା, ୩୧ା୮(ଡି.ଏନ.ଏ.): ରାଜକନିକା ଅଞ୍ଚଳରେ ସରକାରୀ ଜାଗା, ପାଣିନାଳ, ଶଶ୍ମାନ, ଗୋଚର, ଖେଳପଡିଆ ଆଦି ସର୍ବସାଧାରଣ ସ୍ଥାନକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରୁଛନ୍ତି। ପାଣି ନିଷ୍କାସନକୁ ବାଟକୁ ବନ୍ଦ କରାଯିବା ସହ ମୁଖ୍ୟ ରାସ୍ତା କଡରେ ଦୋକାନ ଘର କରି ଭଡା ଦିଆଯାଇଥିଲା। ବହୁବାର ଜନ ଆନ୍ଦୋଳନ କରାଯିବା, ବିଭିନ୍ନ ଫୋରମରେ ଦାବି ହେବା, ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା। ଶେଷର ବ୍ଲକ ପ୍ରଶାସନ ମଙ୍ଗଳବାର ବାଧ୍ୟ ବାଧକତାରେ ଷ୍ଟ୍ରକଚର ଛକଠାରୁ ରାଜନକିକା ଥାନା ଯାଏ ରାସ୍ତା କଡରେ ଥିବା ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ଭାଙ୍ଗିଛି।
କନିକା ତହସିଲ ପକ୍ଷରୁ ବହୁବାର ଏ ଦିଗରେ ପଦକ୍ଷେପ ନେବାକୁ ନୋଟିସ୍‌ କରାଯିବା ପରେ ପୁଣି ଚୁପ ରହିବା, ଫଳରେ ଆଇନକୁ ଭୟ ନ କରି ଏହି ରାସ୍ତାରେ ବାରମ୍ବାର ଜବରଦଖଲ ବଢି ଚାଲିଥିଲା। ନିକଟରେ ରାଜକନିକାରେ ଏକ ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ କରାଯାଇ କାମ ଆରମ୍ଭ କରାଯିବାକୁ ଥିବା ବେଳେ ଏସବୁ ଜବରଦଖଲ ବାଧକ ସାଜି ଥିଲା। ତେବେ କନିକା ତହସିଲ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଗୋଟିଏ ଜେସିବି, ଶ୍ରମିକ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ ରହି ପ୍ରଥମେ ରଥ ସେଠୀଙ୍କ ସ୍ଥାୟୀ ଘରକୁ ଉଚ୍ଛେଦ କରିଥିଲେ। ପରେ ଷ୍ଟ୍ରକଚର ଛକରେ ଥିବା ସମସ୍ତ ମାଛ, ଶୁଖୁଆ, ମାଂସ, ଚା ଆଦି ଦୋକାନ ଘର ଗୋଟିକ ପରେ ଗୋଟିଏ ୧୯ଟି ଦୋକାନ ଗୃହ ଉଚ୍ଛେଦ କରାଯାଇଥିବା ତହସିଲ ପକ୍ଷରୁ କୁହାଯାଇଛି। ଏହି ଜବରଦଖଲ ଉଚ୍ଛେଦ ଅପରାହ୍ନ ୫ ଟା ଯାଏ ଚାଲିଥିଲା। ଉଚ୍ଛେଦ ପରେ ରାଜକନିକା ରାସ୍ତାକଡ ସହ ବିଭିନ୍ନ ସରକାରୀ ଜାଗାକୁ ଅବରୋଧ କରି ନିଜ ମାଲିକାନା ଜାହିର କରିଥିବା ବ୍ୟକ୍ତିବର୍ଗଙ୍କ ମନରେ ଛନକା ଖେଳି ଯାଇଛି। କେବଳ ଷ୍ଟ୍ରକଚର ଛକ ନୁହେଁ କନିକା ସଦରର ସମସ୍ତ ଅଫିସ ଦପ୍ତର ଆଗକୁ ଅବରୋଧ କରାଯାଇ ବିଭିନ୍ନ ବ୍ୟକ୍ତି ସ୍ଥାୟୀ ଘର କରିଥିବାରୁ ଏହାର ଉଚ୍ଛେଦ କରିବାକୁ ମଧ୍ୟ ଉଚ୍ଛେଦ ବେଳେ ବହୁ ବ୍ୟକ୍ତି ପ୍ରଶାସନକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଉଚ୍ଛେଦରେ ମାଜିଷ୍ଟ୍ରେଟ ଭାବେ ଆଳି ତହସିଲଦାର ତପନ କୁମାର ସେନାପତି ଓ କନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କ ସହ ରାଜକନିକା ପୋଲିସ ଉପସ୍ଥିତରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?