ବିଦ୍ୟାଦାତାଙ୍କ ପାଇଁ ବ୍ୟଗ୍ର

ଢେଙ୍କାନାଳ ଅଫିସ,୩୧।୮: ମଣ୍ଡପରେ ବିରାଜିବେ ବିଦ୍ୟାଦାତା। ଅନ୍ତ ହେବ ୨ବର୍ଷର ପ୍ରତୀକ୍ଷା। ଶିକ୍ଷାନୁଷ୍ଠାନରେ ବିଘ୍ନହର୍ତ୍ତାଙ୍କ ଆବାହନ ପାଇଁ ବ୍ୟଗ୍ର ଛାତ୍ରୀଛାତ୍ର। ଚଳଚଞ୍ଚଳ ପୂଜା ପ୍ରତିଷ୍ଠାନ। ପ୍ରାଚୀନ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ସବୁଠି ସୃଷ୍ଟି ହୋଇଛି ଉତ୍ସାହ, ଉଦ୍ଦୀପନା। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ ଗଣେଶ ବଜାରସ୍ଥିତ ୮୦ ବର୍ଷ ପୁରାତନ ଗଣନାଥଙ୍କ ପୀଠ। ବକ୍ରତୁଣ୍ଡଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିର କମିଟି ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗଣେଶ ବଜାରରେ ଥିବା ଗଜାନନଙ୍କ ପୀଠର ଗୁରୁତ୍ୱ କାହିଁରେ କେତେ। ମନ୍ଦିର ପ୍ରତିଷ୍ଠା ସମୟରେ ଏହା ନିକଟରେ ଥିବା ବଜାର କୁଞ୍ଜ ସାହୁ ଛକ ନାମରେ ପରିଚିତ ଥିଲା। ତେବେ ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରି ଗଣେଶ ବଜାର ରଖାଯାଇଛି। ଟ୍ରେଜେରିରେ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ସାହୁଙ୍କ ଦ୍ୱାରା ୧୯୪୨ରେ ଏହାର ନିର୍ମାଣ କରାଯାଇଥିଲା। ସ୍ବଦେଶୀ ଜ୍ଞାନ କୌଶଳ ତଥା କାଠ ଓ ଚୁନରେ ନିର୍ମିତ ଏହି ପୀଠରେ ଗଣନାଥଙ୍କ ପିତଳ ବିଗ୍ରହ ସ୍ଥାପନ କରାଯାଇଛି। ଗୁଡ଼ିଆ ସମ୍ପ୍ରଦାୟର ଇଷ୍ଟ ଦେବ ଗଣେଶ ହୋଇଥିବାବେଳେ ମନ୍ଦିରରେ ବର୍ଷତମାମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ପ୍ରାୟ ୭୦ବର୍ଷ ହେଲା ଗଣେଶ ବଜାରରେ ଆଡମ୍ବର ସହକାରେ ହୋଇଥାଏ ଗଣେଶ ପୂଜା। ସେହିପରି ୭୬ବର୍ଷ ହେଲା ଏଠାରେ ଲକ୍ଷ୍ମୀପୂଜା ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଆସୁଛି। ଉଭୟ ଲକ୍ଷ୍ମୀ ଏବଂ ଗଣେଶଙ୍କ ଆବାହନ ଦୃଷ୍ଟିରୁ ଏହି ବଜାର ଆଧ୍ୟାତ୍ମିକତା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ଗଣେଶ ପୂଜା ପାଇଁ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ, ହୋମଯଜ୍ଞ, ଖଡ଼ିଛୁଅଁାଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗୁଡ଼ିଆ ସମ୍ପ୍ରଦାୟର ଇଷ୍ଟଦେବ
ଜେଜେବାପା ଶ୍ୟାମସୁନ୍ଦର ସାହୁ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ସହରରେ ବସବାସ କରୁଥିବା ଗୁଡିଆ ସମ୍ପ୍ରାଦାୟର ଇଷ୍ଟଦେବ ହେଉଛି ଗଣେଶ। ଏଠାରେ ବିଭିନ୍ନ ପର୍ବପର୍ବାଣି ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା।
-ଶରତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି, ଗଣେଶ ବଜାର ଲକ୍ଷ୍ମୀପୂଜା କମିଟି
ପ୍ରସାଦ ମୁଖ୍ୟ ଆକର୍ଷଣ
ମନ୍ଦିରରେ ବର୍ଷସାରା ବିଭିନ୍ନ ପୂଜାପର୍ବାଣି ପାଳନ ହେଉଥିଲେ ମଧ୍ୟ ଗଣେଶ ପୂଜା ମୁଖ୍ୟ ପର୍ବ। ଏଠାକାର ପ୍ରସାଦ ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ଶ୍ରଦ୍ଧାଳୁମାନେ ବର୍ଷସାରା ଅପେକ୍ଷା କରିଥାଆନ୍ତି।
-ବିଶ୍ୱନାଥ ବେହେରା, ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ସମ୍ପାଦକ
ପୂଜା କଲେ ବିଘ୍ନ ଦୂର ହୁଏ
ଗଣେଶଙ୍କ ମନ୍ଦିରରେ ବିବାହ, ବ୍ରତଘର, ଗଣେଶ ପୂଜା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ। ବିଘ୍ନ ବିନାଶକଙ୍କୁ ପୂଜା କଲେ ସକଳ ବିଘ୍ନ ଦୂର ହୁଏ ବୋଲି
ବିଶ୍ୱାସ ରହିଛି। ତେଣୁ ଦୈନିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri