ବିଦ୍ୟାଦାତାଙ୍କ ପାଇଁ ବ୍ୟଗ୍ର

ଢେଙ୍କାନାଳ ଅଫିସ,୩୧।୮: ମଣ୍ଡପରେ ବିରାଜିବେ ବିଦ୍ୟାଦାତା। ଅନ୍ତ ହେବ ୨ବର୍ଷର ପ୍ରତୀକ୍ଷା। ଶିକ୍ଷାନୁଷ୍ଠାନରେ ବିଘ୍ନହର୍ତ୍ତାଙ୍କ ଆବାହନ ପାଇଁ ବ୍ୟଗ୍ର ଛାତ୍ରୀଛାତ୍ର। ଚଳଚଞ୍ଚଳ ପୂଜା ପ୍ରତିଷ୍ଠାନ। ପ୍ରାଚୀନ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ସବୁଠି ସୃଷ୍ଟି ହୋଇଛି ଉତ୍ସାହ, ଉଦ୍ଦୀପନା। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ ଗଣେଶ ବଜାରସ୍ଥିତ ୮୦ ବର୍ଷ ପୁରାତନ ଗଣନାଥଙ୍କ ପୀଠ। ବକ୍ରତୁଣ୍ଡଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିର କମିଟି ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗଣେଶ ବଜାରରେ ଥିବା ଗଜାନନଙ୍କ ପୀଠର ଗୁରୁତ୍ୱ କାହିଁରେ କେତେ। ମନ୍ଦିର ପ୍ରତିଷ୍ଠା ସମୟରେ ଏହା ନିକଟରେ ଥିବା ବଜାର କୁଞ୍ଜ ସାହୁ ଛକ ନାମରେ ପରିଚିତ ଥିଲା। ତେବେ ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରି ଗଣେଶ ବଜାର ରଖାଯାଇଛି। ଟ୍ରେଜେରିରେ କାର୍ଯ୍ୟ କରୁଥିବା ଶ୍ୟାମସୁନ୍ଦର ସାହୁଙ୍କ ଦ୍ୱାରା ୧୯୪୨ରେ ଏହାର ନିର୍ମାଣ କରାଯାଇଥିଲା। ସ୍ବଦେଶୀ ଜ୍ଞାନ କୌଶଳ ତଥା କାଠ ଓ ଚୁନରେ ନିର୍ମିତ ଏହି ପୀଠରେ ଗଣନାଥଙ୍କ ପିତଳ ବିଗ୍ରହ ସ୍ଥାପନ କରାଯାଇଛି। ଗୁଡ଼ିଆ ସମ୍ପ୍ରଦାୟର ଇଷ୍ଟ ଦେବ ଗଣେଶ ହୋଇଥିବାବେଳେ ମନ୍ଦିରରେ ବର୍ଷତମାମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ପ୍ରାୟ ୭୦ବର୍ଷ ହେଲା ଗଣେଶ ବଜାରରେ ଆଡମ୍ବର ସହକାରେ ହୋଇଥାଏ ଗଣେଶ ପୂଜା। ସେହିପରି ୭୬ବର୍ଷ ହେଲା ଏଠାରେ ଲକ୍ଷ୍ମୀପୂଜା ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଆସୁଛି। ଉଭୟ ଲକ୍ଷ୍ମୀ ଏବଂ ଗଣେଶଙ୍କ ଆବାହନ ଦୃଷ୍ଟିରୁ ଏହି ବଜାର ଆଧ୍ୟାତ୍ମିକତା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ଗଣେଶ ପୂଜା ପାଇଁ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ, ହୋମଯଜ୍ଞ, ଖଡ଼ିଛୁଅଁାଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗୁଡ଼ିଆ ସମ୍ପ୍ରଦାୟର ଇଷ୍ଟଦେବ
ଜେଜେବାପା ଶ୍ୟାମସୁନ୍ଦର ସାହୁ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ସହରରେ ବସବାସ କରୁଥିବା ଗୁଡିଆ ସମ୍ପ୍ରାଦାୟର ଇଷ୍ଟଦେବ ହେଉଛି ଗଣେଶ। ଏଠାରେ ବିଭିନ୍ନ ପର୍ବପର୍ବାଣି ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା।
-ଶରତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି, ଗଣେଶ ବଜାର ଲକ୍ଷ୍ମୀପୂଜା କମିଟି
ପ୍ରସାଦ ମୁଖ୍ୟ ଆକର୍ଷଣ
ମନ୍ଦିରରେ ବର୍ଷସାରା ବିଭିନ୍ନ ପୂଜାପର୍ବାଣି ପାଳନ ହେଉଥିଲେ ମଧ୍ୟ ଗଣେଶ ପୂଜା ମୁଖ୍ୟ ପର୍ବ। ଏଠାକାର ପ୍ରସାଦ ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ଶ୍ରଦ୍ଧାଳୁମାନେ ବର୍ଷସାରା ଅପେକ୍ଷା କରିଥାଆନ୍ତି।
-ବିଶ୍ୱନାଥ ବେହେରା, ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ସମ୍ପାଦକ
ପୂଜା କଲେ ବିଘ୍ନ ଦୂର ହୁଏ
ଗଣେଶଙ୍କ ମନ୍ଦିରରେ ବିବାହ, ବ୍ରତଘର, ଗଣେଶ ପୂଜା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ। ବିଘ୍ନ ବିନାଶକଙ୍କୁ ପୂଜା କଲେ ସକଳ ବିଘ୍ନ ଦୂର ହୁଏ ବୋଲି
ବିଶ୍ୱାସ ରହିଛି। ତେଣୁ ଦୈନିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?