ସରକାରୀ ଜମିରୁ ୧୨ ପରିବାରଙ୍କୁ ଉଚ୍ଛେଦ ନୋଟିସ

ସିମୁଳିଆ, ୩୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାର ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀଆଡ଼ିକୁ ଲାଗି ବସବାସ କରୁଥିବା ୧୨ ପରିବାରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ବାରମ୍ବାର ନୋଟିସ୍‌ ପରେ ମଧ୍ୟ ବସ୍ତିବାସିନ୍ଦା ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ନାରାଜ ଅଛନ୍ତି। ଅପରପକ୍ଷେ ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ଜମି ଉନ୍ନତକିସମ ଯୋଜନାରେ ରହିଛି। ଏହି ସ୍ଥାନକୁ ଲାଗି ଏକ ସରକାରୀ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲୁରହିଛି ା ତେବେ ଭୂମିହୀନମାନଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏହି ବସ୍ତିବାସିନ୍ଦା ଚୁପ୍‌ ବସିଥିବା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝି ସୂଚନା ଦେଇଛନ୍ତି ା
ମାର୍କୋଣା ପଞ୍ଚାୟତ ରିଆ ମୌଜାର ଖାତା ନଂ. ୫୫୦, ଖସଡ଼ା ୧୬୮୪ରେ ଥିବା ୨ଏକର ୪୩ ଡିସିମିଲ ଜମିରେ ଗତ ୨୩ବର୍ଷ ହେଲା ବିଭିନ୍ନ ୨୫ଟି ପରିବାରର ୧୫୦ଜଣ ଜନସାଧାରଣ ବସବାସ କରୁଛନ୍ତି ା ସେମାନଙ୍କ ମଧ୍ୟରେ ୨୦ଜଣ ପିଲାଙ୍କ ସମତେ ୧୨ଜଣ ବୃଦ୍ଧାବୃଦ୍ଧ ମଧ୍ୟ ଅଛନ୍ତି। ଏହି ପିଲାଙ୍କ ମଧ୍ୟରେ ୬ଜଣ ଅଙ୍ଗନୱାଡ଼ିକୁ ଯାଉଥିବା ବେଳେ ୧୫ଜଣ ସ୍କୁଲ ଯାଉଛନ୍ତି। ଏଠାରେ ବସବାସ କରୁଥିବା ଅଧିକାଂଶ ବସ୍ତିବାସିନ୍ଦା ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରନ୍ତି। ଜନସାଧାରଣଙ୍କ ଚଳଣି ପାଇଁ ସେମାନଙ୍କୁ ବିଦ୍ୟୁତ, ସରକାରୀ ଭତ୍ତା ଓ ଚାଉଳ ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଜମିପଟ୍ଟା ନ ଥିବାରୁ କାହାରିକୁ ପାଇଖାନା ଯୋଗାଇ ଦିଆଯାଇନାହିଁ। ପ୍ରତ୍ୟେକ ବର୍ଷ ତହସିଲ ପକ୍ଷରୁ ନୋଟିସ୍‌ ଜାରି କରାଯାଇ ଖଜଣା ଆଦାୟ କରାଯାଉଛି ା
ଏ ସମ୍ପର୍କରେ ୬୫ବର୍ଷୀୟା କୁପୁରା ହଁାସଦା କହନ୍ତି ସରକାର ଜମି ସିନା ଯୋଗାଇ ଦେବେ କିନ୍ତୁ ଘର ନିର୍ମାଣ ପାଇଁ ଜନସାଧାରଣଙ୍କ ନିକଟରେ ଅର୍ଥ ନ ଥିବାରୁ ସେମାନେ ନାଚାର ଅଛନ୍ତି ା ସେହିପରି ଏନ୍‌. ରାମା ରାଓ, ସୁକୁଲୁ ମାରାଣ୍ଡି, ଗଜେନ୍ଦ୍ର ଓଝା, ଫୁଲମଣି ହେମ୍ବ୍ରମ, ରେଖା ଦାସ ପ୍ରମୁଖ ଏହି ସ୍ଥାନ ଛାଡ଼ିବା ପାଇଁ ନାରାଜ ଅଛନ୍ତି। ପ୍ରଶାସନ ଯେକୌଣସି ସମୟରେ ଏହି ବସ୍ତିକୁ ଉଚ୍ଛେଦ କରିପାରେ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି ା ଅପରପକ୍ଷେ ପ୍ରକୃତ ହିତାଧିକାରୀମାନଙ୍କୁ ଜମି ସହିତ ଘର ଯୋଗାଇ ଦିଆଗଲେ ସେମାନେ ଏହି ସ୍ଥାନ ଛାଡ଼ିପାରନ୍ତେ ା


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?